ଦୀର୍ଘ ବର୍ଷର ସମ୍ପର୍କ ପରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅର୍ଜୁନ ରାମପାଲ୍ ଓ ଗାବ୍ରିଏଲା: ଗୋଆରେ ହେଲା ରେଜିଷ୍ଟ୍ରି ମ୍ୟାରେଜ୍
ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ୍ ଏବଂ ତାଙ୍କ ଦୀର୍ଘଦିନର ସାଥୀ ତଥା ଦକ୍ଷିଣ ଆଫ୍ରିକୀୟ ମୋଡେଲ୍-ଫ୍ୟାଶନ୍ ଡିଜାଇନର ଗାବ୍ରିଏଲା ଡେମେଟ୍ରିଆଡେସ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଖବର ସାମ୍ନାକୁ ଆସିଛି। ଦୀର୍ଘ ୬ ବର୍ଷରୁ ଅଧିକ ସମୟ ଏକାଠି ରହିବା ପରେ ଉଭୟ ଗୋଆରେ ଆଇନଗତ ଭାବେ ବିବାହ ପଞ୍ଜୀକରଣ କରିଥିବା ସୂଚନା ମିଳିଛି।
N
By Namita PattanaikPublished: Aug 22, 2026, 06:29 PM •1 min read •3 Views

ମୁମ୍ବାଇ/ଗୋଆ : ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ୍ ଏବଂ ତାଙ୍କ ଦୀର୍ଘଦିନର ବାନ୍ଧବୀ ତଥା ଦକ୍ଷିଣ ଆଫ୍ରିକୀୟ ମୋଡେଲ-ଫ୍ୟାଶନ୍ ଡିଜାଇନର ଗାବ୍ରିଏଲା ଡେମେଟ୍ରିଆଡେସ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘ ୬ ବର୍ଷରୁ ଅଧିକ ସମୟ ଏକାଠି ରହିବା ପରେ ଉଭୟ ଗୋଆରେ ଆଇନଗତ ଭାବେ ନିଜର ବିବାହ ରେଜିଷ୍ଟ୍ରେସନ୍ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୋଆର ମାପୁସାସ୍ଥିତ ସବ୍-ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଅତି ଆପ୍ତ ବନ୍ଧୁ ଓ ପରିବାରବର୍ଗଙ୍କ ଗହଣରେ ଏହି ବିବାହ ଆନୁଷ୍ଠାନିକ ଭାବେ ସମ୍ପନ୍ନ ହୋଇଛି। ସ୍ଥାନୀୟ ଆଇନ ଅନୁଯାୟୀ ଆବଶ୍ୟକୀୟ ନିୟମାବଳୀ ପୂରଣ କରି ଉଭୟ ନିଜ ସମ୍ପର୍କକୁ ଆଇନଗତ ମାନ୍ୟତା ଦେଇଛନ୍ତି। ୨୦୧୮ ମସିହାରୁ ଏକାଠି ରହୁଥିବା ଏହି ଦମ୍ପତିଙ୍କର ଦୁଇଟି ପୁଅ ରହିଛନ୍ତି। ବହୁ ଦିନରୁ ଲିଭ୍-ଇନ୍ ସମ୍ପର୍କରେ ଥିବା ଏହି ଯୋଡ଼ିଙ୍କ ବିବାହକୁ ନେଇ ବଲିଉଡ୍ ଶୁଭେଚ୍ଛାର ସୁଅ ଛୁଟିଛି।
Tags:ENTERTAINMENT NEWS
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
