ସୁନୀତାଙ୍କୁ ସାବଧାନ କଲେ ଗୋବିନ୍ଦା- ହିରୋନମ୍ୱର ଓ୍ୱାନଙ୍କ ଆଫାୟାରକୁ ନେଇ ବିବାଦ!
ଯେବେ କାମ ମିଳିବା ଆରମ୍ଭ କଲାଣି। ଠିକ୍ ସେତିକିବେଳେ ଜନତାଙ୍କ ସମର୍ଥନ ହରାଇବା, ବଦନାମି ହେବା ଓ ତାଙ୍କ କାମରେ ବାଧା ଦେବାକୁ ସୁନୀତା କୌଣସି ବାଟ ଛାଡ଼ୁନାହାନ୍ତି। ବିଭିନ୍ନ ବାଟରେ ତାଙ୍କ କାମରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ସୁନୀତା। ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ଗୋବିନ୍ଦାଙ୍କ ଫିଲ୍ମ ରୂପାର ସହ କଳାକାର କୋମଲ ରାନୀ ସ୍ୱର୍ଣ୍ଣକାରଙ୍କ ସନ୍ଦର୍ଭରେ ସୁଗର ଡାଡି ବୋଲି କଟାକ୍ଷ କରିଥିଲେ ସୁନୀତା।

ସୀମାରେ ରୁହ। ଏଭଳି ଭାଷା ପରିବାର ଓ ମହିଳାଙ୍କ ନାଁକୁ ମଳିନ କରୁଛି। ପତ୍ନୀ ସୁନୀତାଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ହିରୋ ନମ୍ୱର ଓ୍ୱାନ ଗୋବିନ୍ଦା। ବଲିଉଡ ଅଭିନେତା ଗୋବିନ୍ଦା ନିଜ ପତ୍ନୀ ସୁନୀତା ଆହୁଜାଙ୍କ ଦ୍ୱାରା ସାର୍ବଜନୀନ ମଞ୍ଚ ଓ ପଡକାଷ୍ଟରେ ବ୍ୟବହାର କରୁଥିବା ଆପତ୍ତିଜନକ ଗାଳିଗୁଲଜ ଭରା ଭାଷାକୁ ନେଇ କଡ଼ା ଆପତ୍ତି ଜାହିର କରିଛନ୍ତି। ଭିଡ଼ିଓ ସନ୍ଦେଶ ଦେଇ ସୀମାରେ ରହିଲେ ସୁନ୍ଦର ବୋଲି କହିଛନ୍ତି। ଗୋବିନ୍ଦା କହିଛନ୍ତି, ଯେବେ ସେ ନିଜେ ପୁଣି ଥରେ ନୂଆ କାମ ତଥା ଫିଲ୍ମ କରିବାକୁ ଆରମ୍ଭ କଲେଣି। ସେତିକିବେଳେ ଜନତାଙ୍କ ଭିତରେ ତାଙ୍କୁ ହୀନ କରି ଦେଖାଇବା ଓ ବଦନାମ କରିବାକୁ ପ୍ରୟାସ କରୁଛନ୍ତି ସୁନୀତା। ଖରାପ ଭାଷା ସୁନୀତା ବ୍ୟବହାର କରୁଥିବାରୁ ପରିବାରକୁ ଲଜ୍ଜିତ କରାଯାଉଛି। ଯେବେ କାମ ମିଳିବା ଆରମ୍ଭ କଲାଣି। ଠିକ୍ ସେତିକିବେଳେ ଜନତାଙ୍କ ସମର୍ଥନ ହରାଇବା, ବଦନାମି ହେବା ଓ ତାଙ୍କ କାମରେ ବାଧା ଦେବାକୁ ସୁନୀତା କୌଣସି ବାଟ ଛାଡ଼ୁନାହାନ୍ତି। ବିଭିନ୍ନ ବାଟରେ ତାଙ୍କ କାମରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ସୁନୀତା। ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ଗୋବିନ୍ଦାଙ୍କ ଫିଲ୍ମ ରୂପାର ସହ କଳାକାର କୋମଲ ରାନୀ ସ୍ୱର୍ଣ୍ଣକାରଙ୍କ ସନ୍ଦର୍ଭରେ ସୁଗର ଡାଡି ବୋଲି କଟାକ୍ଷ କରିଥିଲେ ସୁନୀତା। ସଂପୃକ୍ତ ଅଭିନେତ୍ରୀଙ୍କ ସହ ଆଫାୟାର ଥିବାର ଆରୋପ ଲଦିଛନ୍ତି ସୁନୀତା। କୋମଲଙ୍କ ବୟସ ତାଙ୍କ ଝିଅଙ୍କ ବୟସ ପାଖାପାଖି ବୋଲି ମଧ୍ୟ ସୁନିତା ମନ୍ତବ୍ୟ କରିଥିବା ରିପୋର୍ଟ ଆସିଛି। ଗୋବିନ୍ଦା ଓ କୋମଲଙ୍କୁ ମୁମ୍ୱାଇ ବିମାନବନ୍ଦରରେ ଏକାଠି ଦେଖାଯିବା ପରେ ଏହି ଚର୍ଚ୍ଚା ଆହୁରି ବଢ଼ିଥିଲା। ଏହାର ଜବାବରେ ଗୋବିନ୍ଦା ଏକ ଭିଡିଓରେ ସୁନିତାଙ୍କ ସାର୍ବଜନୀନ ମନ୍ତବ୍ୟ ଓ ଅପଶବ୍ଦ ବ୍ୟବହାରକୁ ନେଇ ଏଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ସୁନିତାଙ୍କୁ ନିଜ ଶବ୍ଦ ପ୍ରତି ସାବଧାନ ରହିବାକୁ କହିଛନ୍ତି। ଗୋବିନ୍ଦା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସୁନିତା ତାଙ୍କୁ ବଦନାମ କରିବାର କୌଣସି ସୁଯୋଗ ଛାଡ଼ୁନାହାନ୍ତି ଏବଂ ତାଙ୍କ ପେସାଦାର ଜୀବନରେ ହସ୍ତକ୍ଷେପ କରୁଛନ୍ତି। ଗୋବିନ୍ଦା ଓ ସୁନିତାଙ୍କ ବିବାହ ବିଚ୍ଛେଦକୁ ନେଇ ପୂର୍ବରୁ ମଧ୍ୟ ଅନେକ ରିପୋର୍ଟ ଆସିଥିଲା। ୨୦୨୫ରେ ସୁନିତା ଡିଭୋର୍ସ ପାଇଁ ପଦକ୍ଷେପ ନେଇଥିବା ଖବର ପ୍ରକାଶ ପାଇଥିଲା, ଯେଉଁଥିରେ adultery, cruelty ଓ desertion ଭଳି ଅଭିଯୋଗର କଥା ଥିଲା। କିନ୍ତୁ ଗୋବିନ୍ଦାଙ୍କ ମ୍ୟାନେଜର ଓ ଓକିଲ ପରେ କହିଥିଲେ ଯେ ପରିସ୍ଥିତି ଠିକ୍ ହେଉଛି ଏବଂ ପରିବାର ଏକାଠି ରହିଛି।
