ଗୋଟିଏ କାହାଣୀରେ ୪ଟି ଫିଲ୍ମ- ସାଜିଲା ବ୍ଲକବଷ୍ଟର
ଭାରତୀୟ ସିନେମାରେ କିଛି କାହାଣୀ ଏମିତି ରହିଛି। ଯିଏ ଭାଷା ଓ କ୍ଷେତ୍ରର ସୀମାକୁ ଭାଙ୍ଗି ବି ଇତିହାସ ରଚିଦିଏ। ୨୦୦୬ରେ ହୋଇଥିବା ତେଲୁଗୁ ବ୍ଲକବଷ୍ଟର ଫିଲ୍ମ ପୋକେରି ଏମିତି ଏକ ଅବିଶ୍ୱସନୀୟ ରେକର୍ଡ କରିଛି। ଅଣ୍ଡରକଭର କପ୍ ଓ କ୍ଲାଇମାକ୍ସ ସିନ୍ ଏମିତି ଜାଦୁ କଲା।

ଗୋଟିଏ କାହାଣୀରେ ନିର୍ମାତା କରିଲେ ୪ଟି ଫିଲ୍ମ। ଆଉ ୪ଟି ଯାକ ଫିଲ୍ମ ବ୍ଲକବଷ୍ଟର ହେଲା। ଗୋଟିଏ ଫିଲ୍ମ ତ ଶହେ ଦିନ ଯାଏ ସିନେମାଘରେ କରିଥିଲା କବଜା। ଭାରତୀୟ ସିନେମାରେ କିଛି କାହାଣୀ ଏମିତି ରହିଛି। ଯିଏ ଭାଷା ଓ କ୍ଷେତ୍ରର ସୀମାକୁ ଭାଙ୍ଗି ବି ଇତିହାସ ରଚିଦିଏ। ୨୦୦୬ରେ ହୋଇଥିବା ତେଲୁଗୁ ବ୍ଲକବଷ୍ଟର ଫିଲ୍ମ ପୋକେରି ଏମିତି ଏକ ଅବିଶ୍ୱସନୀୟ ରେକର୍ଡ କରିଛି। ଅଣ୍ଡରକଭର କପ୍ ଓ କ୍ଲାଇମାକ୍ସ ସିନ୍ ଏମିତି ଜାଦୁ କଲା। ଯେବେ ଏହାକୁ ତାମିଲ, ହିନ୍ଦୀ ଓ କନ୍ନଡ଼ରେ ରିମେକ୍ କରାଗଲା। ଆଉ ବକ୍ସ ଅଫିସରେ ଧମାଲ କଲା। ପ୍ରଖ୍ୟାତ ନିର୍ଦେଶକ ପୁରୀ ଜଗନ୍ନାଥଙ୍କ ନିର୍ଦେଶକରେ ହୋଇଥିବା ତେଲୁଗୁ ଫିଲ୍ମ ପୋକେରି ରିଲିଜ ହେବା ମାତ୍ରେ ଇତିହାସ ରଚିଥିଲା। ମହେଶ ବାବୁ ଓ ଇଲିୟାନା ଡିକ୍ରୁଜ ଅଭିନୀତ ଏହି ଫିଲ୍ମ କ୍ରାଇମ-ଆକ୍ସନ ଥ୍ରିଲରର ଟ୍ୱିଷ୍ଟ ଓ ବ୍ୟାକଗ୍ରାଉଣ୍ଡ ସ୍କୋର ଏତେ ଜବରଦସ୍ତ ଥିଲା ଯେ, ଦର୍ଶକଙ୍କୁ ଏହା ବାରମ୍ୱାର ଥିଏଟରକୁ ନେବାକୁ ଆକର୍ଷିତ କରିଥିଲା। ଏହି ଫିଲ୍ମ ମହେଶ ବାବୁଙ୍କୁ ସାଉଥ ଇଣ୍ଡିଆନ ସିନେମାରେ ସବୁଠୁ ବଡ଼ ସୁପରଷ୍ଟାର ସଜାଇଦେଲା। ୨୦୦୭ରେ ଏହି ଫିଲ୍ମ ତାମିଲରେ ନିର୍ମାଣ କରାଗଲା। ଯାହାର ନିର୍ଦେଶନା ଦେଇଥିଲେ ପ୍ରଭୂ ଦେବା। ଏଥିରେ ଥଲପତି ବିଜୟ ଓ ଅସିନ୍ ଲିଡ୍ ରୋଲରେ ଥିଲେ। ବିଜୟଙ୍କ ଆକ୍ସନ ଅବତାର, ଚାର୍ମିଂ ଷ୍ଟାଇଲ ଓ ମଣିଶର୍ମାଙ୍କ ସୁପରହିଟ ମ୍ୟୁଜିକ୍ ତାମିଲ ଦର୍ଶକଙ୍କ ମନକୁ ଛୁଇଁଥିଲା। ପୋଙ୍ଗଲରେ ରିଲିଜ ହୋଇଥିବା ଏହି ଫିଲ୍ମ ଜବରଦସ୍ତ ଆୟ କରିଥିଲା। ସେ ବର୍ଷ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ବଡ଼ ସୁପରହିଟ୍ ଫିଲ୍ମ ସାଜିଲା। ୨୦୦୦ ମସିହାର ସଲମାନ ଖାନଙ୍କ କ୍ୟାରିଅର ଧୀମା ପଡ଼ିଥିଲା। ଏତିକିବେଳେ ପ୍ରଭୂ ଦେବା ୨୦୦୯ରେ ସଲମାନଙ୍କ ସହ ଏହାର ହିନ୍ଦୀ ରିମେକ୍ କଲେ। ସଲମାନ ଏହି ଫିଲ୍ମରେ ରାଧେ ନାମକ ଅଣ୍ଡରକଭର ପୁଲିସ ଅଫିସର ଭାବେ ରୋଲ୍ କରିଥିଲେ। ତାଙ୍କ ସହ ଆୟେଶା ଟାକିୟା, ପ୍ରକାଶ ରାଜ୍ ପ୍ରମୁଖ ଅଭିନୟ କରିଥିଲେ। ଓ୍ୱାଣ୍ଟେଡ୍ ନାଁରେ ରିଲିଜ ହୋଇଥିବା ଏହି ଫିଲ୍ମ ସଲମାନଙ୍କ କ୍ୟାରିଅରକୁ ପୁଣି ନୂଆ ସୋପାନରେ ପହଞ୍ଚାଇଥିଲା। ଏହି ଫିଲ୍ମ ସହ ବଲିଉଡରେ ସାଉଥ ଇଣ୍ଡିଆନ ଷ୍ଟାଇଲର ଫିଲ୍ମର ମାସ୍ ଆକ୍ସନର ନୂଆ ଯୁଗ ଆରମ୍ଭ ହୋଇଥିଲା। ବକ୍ସଅଫିସରେ ବେଶ୍ ହିଟ୍ ସାବ୍ୟସ୍ତ ହୋଇଥିଲା। ଆଉ ବ୍ଲକବଷ୍ଟର ସାଜିଲା। ତେଲୁଗୁ, ତାମିଲ ଓ ହିନ୍ଦୀରେ ଅଭୂତପୂର୍ବ ସଫଳତା ପରେ ୨୦୧୦ରେ କନ୍ନଡ ଭାଷାରେ ଏହାର ରିଲିଜ ହେଲା। ପୋରକି ଟାଇଟଲ ଫିଲ୍ମକୁ ଏମ.ଡି.ଶ୍ରୀଧର ନିର୍ଦେଶନା ଦେଇଥିଲେ। କନ୍ନଡ ସିନେମାର ଚ୍ୟାଲେଞ୍ଜିଂ ଷ୍ଟାର ଦର୍ଶନ ଓ ପ୍ରଣିତା ଲିଡ୍ ରୋଲରେ ଥିଲେ। କନ୍ନଡ଼ ଦର୍ଶକଙ୍କ ଆଦୃତି ଲାଭ କରି ଏହି ଫିଲ୍ମ ଥିଏଟରରେ ରାଜ୍ କରିଥିଲା। ଶହେ ଦିନରୁ ଅଧିକ ସମୟ ଚାଲିଲା ସିନେମାଘରେ। ସସପେନ୍ସ, ହାଇ ଭୋଲଟେଜ୍ ଫାଇଟ ସିକ୍ୟୁଏନ୍ସ ଦର୍ଶକଙ୍କ ମନ ଜିଣିଥିଲା। ଏ ୪ଟି ଫିଲ୍ମରେ ଖାସ୍ କଥା ଥିଲା ଯେ, ଏହାର କ୍ଲାଇମାକ୍ସ ମାଷ୍ଟରମାଇଣ୍ଡ ଥିଲା। ମୁଖ୍ୟ ଚରିତ୍ର ଯାହାକୁ ଦର୍ଶକ ପୁରା ଫିଲ୍ମରେ ଏକ ଖାମଖିଆଲି ଓ ଗ୍ୟାଙ୍ଗଷ୍ଟର ଭାବୁଥିଲେ। ଶେଷରେ ସେ ସବୁଠୁ ସ୍ୱଛ, ଅଣ୍ଡରକଭର ପୁଲିସ ଅଫିସର ବାହାରିଲା। ଯିଏ ୪ଟି ଭାଷାରେ ଦର୍ଶକଙ୍କ ମନକୁ ଛୁଇଁପାରିଲା।
