ରୋହନ ଠାକ୍କରଙ୍କ ସହ ସାତ ଫେରା ନେଲେ ଅଂଶୁଲା କପୁର
ବୋନି କପୁରଙ୍କ ଝିଅ ଅଂଶୁଲା କପୁରଙ୍କ ରାଜକୀୟ ବିବାହ। ତାଜ ଲ୍ୟାଣ୍ଡସରେ ରୀତିନୀତିରେ ହେଲା ଅଂଶୁଲା–ରୋହନଙ୍କ ବିବାହ। ବିବାହର ପ୍ରଥମ ଫୋଟ ସେୟାର କଲେ ଅଂଶୁଲା।
ମୁମ୍ବାଇ: ପ୍ରଯୋଜକ ବୋନି କପୁରଙ୍କ ଝିଅ ଏବଂ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅଂଶୁଲା କପୁର ଗତକାଲି ନିଜ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ୬ ଜୁଲାଇ ସୋମବାରରେ ସେ ମୁମ୍ବାଇର ତାଜ ଲ୍ୟାଣ୍ଡସରେ ରୋହନ ଠାକ୍କରଙ୍କ ସାତ ଫେରା ନେଇଛନ୍ତି। ଏହି ବିବାହ ଉତ୍ସବରେ କପୁର ପରିବାରର ସଦସ୍ୟମାନଙ୍କ ସହ ବଲିଉଡର ଅନେକ ପ୍ରସିଦ୍ଧ ତାରକା ମଧ୍ୟ ଯୋଗ ଦେଇଥିଲେ। ପାରମ୍ପରିକ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା।
ନିଜ ସେସିଆଲ ମିଡିଆ ଆକାଉଣ୍ଟରେ ବିବାହର ଫଟୋ ସେୟାର କରି ଅଂଶୁଲା ଲେଖିଛନ୍ତି, "06.07.2026” । ଏତେ ଲୋକଙ୍କ ଭିତରେ, ଏତେ ସ୍ଥାନରେ ଏବଂ ଜୀବନର ଏତେ ସଠିକ୍ ଓ ଭୁଲ ସମୟ ମଧ୍ୟରେ, ସବୁବେଳେ ତୁମେ ହିଁ ଥିଲ । ଜୀବନର ପ୍ରତ୍ୟେକ ମୋଡ଼, ପ୍ରତ୍ୟେକ ଉତ୍ଥାନ-ପତନରେ ମଧ୍ୟ ଆଜି ବି ତୁମେ ହିଁ ଅଛ। ତୁମେ ମୋର ସବୁଠାରୁ ପ୍ରିୟ, ମୋର ସବୁଠାରୁ ଶାନ୍ତିର ସ୍ଥାନ, ମୋର ସବୁଠାରୁ ସହଜ ଏବଂ ସୁନ୍ଦର ପସନ୍ଦ। ସବୁବେଳେ ତୁମେ ହିଁ, ରୋହନ ଠାକ୍କର।"
ସେହିପରି ଅଶୁଂଲାଙ୍କ ଭାଇ ଅର୍ଜୁନ କପୁର ମଧ୍ୟ ଆଜି ସକାଳେ ନିଜ ସୋସିଆଲ ମିଡିଆରେ ଅଂଶୁଲାଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଏହି ବିବାହ ଉତ୍ସବ ଅବସରରେ ଅଶୁଂଲାଙ୍କ ଭଉଣୀ ଜାହ୍ନବୀ କପୁର ଓ ଖୁସି କପୁର ମଧ୍ୟ ବିଭିନ୍ନ ବିବାହ ରୀତିନୀତିରେ ଅଂଶଗ୍ରହଣ କରିଥିଲେ। ନିଜ ଭଉଣୀ ଅଂଶୁଲାଙ୍କୁ ମଣ୍ଡପ ପର୍ଯ୍ୟନ୍ତ ନେଇ ଯାଇଥିଲେ ବଡ଼ ଭାଇ ଅର୍ଜୁନ କପୁର ।
