ବିଜେପି ଛାଡ଼ିଲେ ଅନ୍ନାମଲାଇ- ନୂଆ ରାଜନୈତିକ ଦଳର ଘୋଷଣା
ଅନ୍ନାମଲାଇଙ୍କ ମତ ଥିଲା ଯେ BJP ତାମିଲନାଡୁରେ ନିଜ ସଂଗଠନକୁ ସ୍ୱତନ୍ତ୍ର ଭାବେ ଶକ୍ତିଶାଳୀ କରିବା ଉଚିତ୍, କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ AIADMK ସହ ମେଣ୍ଟ ଜାରି ରଖିବାକୁ ଚାହୁଁଥିଲା। ଏହା ସହ ଦଳର ନୀତି ଓ ନିର୍ବାଚନୀ ରଣନୀତି ସମ୍ପର୍କରେ ତାଙ୍କର ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଉନଥିବାରୁ ସେ ନିରାଶ ଥିଲେ।

ଅନ୍ନାମଲାଇ- ବିଜେପି ବ୍ରେକଅପ୍
ବିଜେପିରୁ ଇସ୍ତଫା ଦେଲେ ଅନ୍ନାମଲାଇ। ଇସ୍ତଫା ଦେବା ସହ ନୂଆ ରାଜନୈତିକ ଦଳ ବି ଘୋଷଣା କରିଛନ୍ତି। ଅନ୍ନାମଲାଇଙ୍କ ଇସ୍ତଫା ତାମିଲନାଡୁ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିବାର ସମ୍ଭାବନା ଅଛି। ତାମିଲନାଡୁର ପୂର୍ବତନ ବିଜେପି ରାଜ୍ୟ ସଭାପତି କେ.ଅନ୍ନାମଲାଇ ଆଜି ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି। ଅନ୍ନାମଲାଇ ନିଜ ଇସ୍ତଫା ପରେ ଏକ ନୂଆ ରାଜନୈତିକ ଯାତ୍ରାର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏକ ନୂଆ “ରାଜନୈତିକ ଆନ୍ଦୋଳନ” ଆରମ୍ଭ କରାଯିବ, ଯାହା ପରେ ଏକ ପୂର୍ଣ୍ଣ ରାଜନୈତିକ ଦଳରେ ପରିଣତ ହୋଇ ତାମିଲନାଡୁର ଆଗାମୀ ନିର୍ବାଚନରେ ଲଢ଼ିବ। ଅନ୍ନାମଲାଇ କହିଛନ୍ତି ଯେ ତାଙ୍କର ନୂଆ ଆନ୍ଦୋଳନ “ବ୍ୟକ୍ତିପୂଜା ଓ ବଂଶବାଦୀ ରାଜନୀତି” ବିରୋଧରେ ଲଢ଼ିବ। ସେ ତାମିଲନାଡୁ ପାଇଁ ଏକ ନୂଆ ରାଜନୈତିକ ବିକଳ୍ପ ଗଢ଼ିବାକୁ ଚାହୁଁଛନ୍ତି। ଖବର ଅନୁସାରେ, ଏହି ନୂଆ ଦଳ "ତାମିଲ୍ ପରିଚୟ" ଓ "ଜାତୀୟ ଦୃଷ୍ଟିକୋଣ"ର ସମନ୍ୱୟ ଉପରେ ଆଧାରିତ ହେବ। ଦଳଟି ନିଜକୁ DMK ଓ AIADMK ଉଭୟଙ୍କ ବିକଳ୍ପ ଭାବେ ପ୍ରତିଷ୍ଠା କରିବାକୁ ଚାହୁଁଛି। ଏହି ଆନ୍ଦୋଳନର ସମ୍ଭାବ୍ୟ ନାଁ "Makal Shakti Iyakkam" ବୋଲି ଉଲ୍ଲେଖ ହୋଇଛି, ଯଦିଓ ଏପର୍ଯ୍ୟନ୍ତ ଦଳର ଚୂଡ଼ାନ୍ତ ନାଁ ସରକାରୀ ଭାବେ ଘୋଷଣା ହୋଇନାହିଁ। ତେବେ ଅନ୍ନାମଲାଇ କାହିଁକି ବିଜେପି ଛାଡ଼ିଲେ। ବିଜେପି ନେତୃତ୍ୱ ସହ ତାଙ୍କର ମତଭେଦ ଦୀର୍ଘ ଦିନ ଧରି ଚାଲିଥିଲା। ବିଶେଷ କରି AIADMK ସହ BJPର ମେଣ୍ଟକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଅନ୍ନାମଲାଇଙ୍କ ମତ ଥିଲା ଯେ BJP ତାମିଲନାଡୁରେ ନିଜ ସଂଗଠନକୁ ସ୍ୱତନ୍ତ୍ର ଭାବେ ଶକ୍ତିଶାଳୀ କରିବା ଉଚିତ୍, କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ AIADMK ସହ ମେଣ୍ଟ ଜାରି ରଖିବାକୁ ଚାହୁଁଥିଲା। ଏହା ସହ ଦଳର ନୀତି ଓ ନିର୍ବାଚନୀ ରଣନୀତି ସମ୍ପର୍କରେ ତାଙ୍କର ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଉନଥିବାରୁ ସେ ନିରାଶ ଥିଲେ। ଅନ୍ନାମଲାଇଙ୍କ ଏହି ପଦକ୍ଷେପ ତାମିଲନାଡୁ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିପାରେ। ନିକଟରେ Vijayଙ୍କ ଦଳ TVK ରାଜନୀତିରେ ଚର୍ଚ୍ଚାରେ ରହିଥିବା ବେଳେ ଅନ୍ନାମଲାଇଙ୍କ ନୂଆ ଦଳ ମଧ୍ୟ ତାମିଲନାଡୁର ରାଜନୈତିକ ସମୀକରଣକୁ ବଦଳାଇପାରେ। ରାଜନୈତିକ ବିଶ୍ଳେଷକଙ୍କ ମତରେ, ବିଜେପିର ପୂର୍ବତନ ମୁଖ୍ୟ ଚେହେରା ଭାବେ ଅନ୍ନାମଲାଇଙ୍କର ଯୁବ ଭୋଟର ଓ ସହରୀ ମଧ୍ୟବିତ୍ତ ଭୋଟରଙ୍କ ମଧ୍ୟରେ ଭଲ ପ୍ରଭାବ ରହିଛି। ତେଣୁ ତାଙ୍କ ନୂଆ ଦଳ ୨୦୩୧ ନୁହେଁ, ଆସନ୍ତା ନିର୍ବାଚନରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପାରେ।
