Ankita Bhandari:ଅଙ୍କିତା ହତ୍ୟାକାଣ୍ଡ-ଦୁଷ୍ୟନ୍ତଙ୍କୁ ରାଜ୍ୟପାଳ ନିଯୁକ୍ତିକୁ ନେଇ ହଙ୍ଗାମା
ଗଙ୍ଗା-ଭୋଗପୁର କ୍ଷେତ୍ର ସ୍ଥିତ ବନନ୍ତରା ଟୁରିଷ୍ଟ ରିସୋର୍ଟରେ ରିସିପସିନିଷ୍ଟ ଭାବେ କାମ କରୁଥିଲେ ଅଙ୍କିତା। ଏ ମାମଲାରେ ବିଜେପିର ତତ୍କାଳୀନ ରାଷ୍ଟ୍ରୀୟ ମହାମନ୍ତ୍ରୀ ଓ ଉତ୍ତରାଖଣ୍ଡ ପ୍ରଭାରୀ ଥିବା ଦୁଷ୍ୟନ୍ତ ଗୌତମଙ୍କ ନାଁ ସାମ୍ନାକୁ ଆସିଥିଲା। ତେବେ ନିଜ ଉପରେ ଆସିଥିବା ଏଭଳି ଆରୋପକୁ ଖଣ୍ଡନ କରି ଗୌତମ ନିଜେ ଏତଲା ରୁଜୁ କରିଥିଲେ।ଏ ଆନ୍ଦୋଳନକୁ ସମର୍ଥନ କରି ରାହୁଲ ଗାନ୍ଧୀ କହିଛନ୍ତି, ଏ ନ୍ୟାୟିକ ଲଢ଼େଇ ନା ଦବିବ ନା ଥମିବ

ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ଼। ଅଙ୍କିତାଙ୍କୁ ନ୍ୟାୟ ଓ ଭିଆଇପି ଲିଂକର ଖୁଲାସା ଦାବିରେ ଦିଲ୍ଲୀର ଇଣ୍ଡିଆ ଗେଟ ଆଗରେ ଧାରଣା ଦେଇଥିବା ଅଙ୍କିତାଙ୍କ ପିତା ମାତାଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କୁ ଆଜି ଭୋର ୪ଟାରେ ପୁଲିସ ନିଜ ହେପାଜତକୁ ନେଇଥିଲା। କିଛି ସମୟ ପରେ ଅବଶ୍ୟ ପୁଲିସ ସମସ୍ତଙ୍କୁ ଛାଡ଼ିଦେଇଛି। ଅଙ୍କିତାଙ୍କ ବାପା ବୀରେନ୍ଦ୍ର ଭଣ୍ଡାରୀ ୫ଟି ଦାବି ରଖିଛନ୍ତି ସରକାରଙ୍କ ଆଗରେ। ଅଙ୍କିତା ମାମଲାରେ ସିବିଆଇ ତଦନ୍ତ ସୁପ୍ରିମକୋର୍ଟର କୌଣସି ଏବେକାର ବା ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ହେଉ। ୟମକେଶ୍ୱର ବିଧାୟକ ରେଣୁ ବିଷ୍ଟଙ୍କୁ ଜେରା କରାଯାଉ। ୨୨ରୁ ୨୩ ସେପ୍ଟେମ୍ୱର ଭିତରେ ତାଙ୍କ କଲଡିଟେଲ ରେକର୍ଡ ବାହାର କରାଯାଉ। ବନନ୍ତରା ରିସୋର୍ଟକୁ ଉଛେଦ କରିବାକୁ କିଏ ଆଦେଶ ଦେଇଥିଲେ। ମାମଲାରେ ଉର୍ମିଳା ସନାଓ୍ୱର ଓ ତାଙ୍କ ସ୍ୱାମୀଙ୍କ ଅପରାଧିକ ବୟାନ ରୁଜୁ ହେଉ। ସୁରେଶ ରାଠୋରଙ୍କ ନାର୍କୋ ଟେଷ୍ଟ କରାଯାଉ। ସେପ୍ଟେମ୍ୱର ୧୮ରୁ ୨୪ ଯାଏ, ଅଜୟ କୁମାର ଓ ଦୁଷ୍ୟନ୍ତ ଗୌତମଙ୍କ ଫୋନ ଲୋକେସନ ଓ ପୁରା କଲଡିଟେଲରେକର୍ଡର ତଦନ୍ତ ହେଉ। ଅଭିଯୁକ୍ତ ପୁଲକିତ ଆର୍ଯ୍ୟର ୧୮ରୁ ୧୯ ସେପ୍ଟେମ୍ୱର ଭିତରେ ସିଡିଆର ଯାଞ୍ଚ ହେଉ। ଏ ଆନ୍ଦୋଳନକୁ ସମର୍ଥନ କରି ରାହୁଲ ଗାନ୍ଧୀ କହିଛନ୍ତି, ଏ ନ୍ୟାୟିକ ଲଢ଼େଇ ନା ଦବିବ ନା ଥମିବ। ଅଙ୍କିତାଙ୍କ ବାପା ମାଆଙ୍କ କହିବା କଥା, ଝିଅର ହତ୍ୟାକାଣ୍ଡ ମାମଲାରେ ଚାଲୁଥିବା ସିବିଆଇ ତଦନ୍ତ ପୁରା ନହେବା ଯାଏ ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମ ରାଜ୍ୟପାଳ ଭାବେ ଦିଆଯାଇଥିବା ନିଯୁକ୍ତି ଉପରେ ରୋକ୍ ଲଗାଯାଉ। ଉତ୍ତରାଖଣ୍ଡର ଏକ ରିସୋର୍ଟରେ କାମ କରୁଥିବା ଅଙ୍କିତାଙ୍କୁ ସେପ୍ଟେମ୍ୱର ୨୦୨୨ରେ ହତ୍ୟା କରାଯାଇଥିଲା। ଗଙ୍ଗା-ଭୋଗପୁର କ୍ଷେତ୍ର ସ୍ଥିତ ବନନ୍ତରା ଟୁରିଷ୍ଟ ରିସୋର୍ଟରେ ରିସିପସିନିଷ୍ଟ ଭାବେ କାମ କରୁଥିଲେ ଅଙ୍କିତା। ଏ ମାମଲାରେ ବିଜେପିର ତତ୍କାଳୀନ ରାଷ୍ଟ୍ରୀୟ ମହାମନ୍ତ୍ରୀ ଓ ଉତ୍ତରାଖଣ୍ଡ ପ୍ରଭାରୀ ଥିବା ଦୁଷ୍ୟନ୍ତ ଗୌତମଙ୍କ ନାଁ ସାମ୍ନାକୁ ଆସିଥିଲା। ତେବେ ନିଜ ଉପରେ ଆସିଥିବା ଏଭଳି ଆରୋପକୁ ଖଣ୍ଡନ କରି ଗୌତମ ନିଜେ ଏତଲା ରୁଜୁ କରିଥିଲେ। ଡେରାଡୁନର ଡାଲନବାଲା ଥାନାରେ ଗୌତମ ଏତଲା ଦେଇଥିଲେ ଯେ, ହରିଦ୍ୱାରର ଜ୍ୱାଲାପୁରର ପୂର୍ବତନ ବିଧାୟକ ସୁରେଶ ରାଠୋର ଓ ଅଭିନେତ୍ରୀ ଉର୍ମିଳା ସନାଓ୍ୱର ପ୍ରମୁଖ ଅନ୍ୟ ଲୋକଙ୍କ ସହ ମିଶି ତାଙ୍କ ବିରୁଦ୍ଧରେ ସୁଚିନ୍ତିତ ଅପରାଧିକ ଷଡ଼ଯନ୍ତ୍ର ରଚିଥିଲେ। ଦୁଷ୍ୟନ୍ତଙ୍କୁ ଅକ୍ଟୋବର ୧୨ରେ କେନ୍ଦ୍ର ସରକାର ସିକ୍କିମ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ବୁଧବାର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ଇଣ୍ଡିଆ ଗେଟ ଆନ୍ଦୋଳନ ସ୍ଥଳରେ ଅଙ୍କିତାଙ୍କ ଅଭିଭାବକଙ୍କୁ ଭେଟିଥିଲେ। ଭୋରରୁ ଗିରଫଦାରିକୁ ନେଇ ରାହୁଲ କଡ଼ା ସମାଲୋଚନା କରିଥିଲେ। ଯେଉଁ ତଦନ୍ତର ନିଷ୍କର୍ସ ଆସିନି। ତା ପୂର୍ବରୁ ସନ୍ଦେହ ଓ ଷଡ଼ଯନ୍ତ୍ରର ସ୍କାନରରେ ଥିବା ନେତାଙ୍କୁ ଏତେ ଜଲଦି ଓ ସାମ୍ୱିଧାନିକ ପଦରେ ନିଯୁକ୍ତି ଦେବା ପଛର ରହସ୍ୟ କଅଣ। ପୀଡ଼ିତଙ୍କ ସ୍ୱର ଚାପିବାକୁ ଉଦ୍ୟମ ହେଉଛି। ଅଙ୍କିତା ଭଣ୍ଡାରି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ପୁଲିକିତ ଆର୍ଯ୍ୟ, ଅଙ୍କିତ ଗୁପ୍ତା ଓ ସୌରଭ ଭାସ୍କରକୁ ମେ ୨୦୨୫ରେ ଦୋଷୀ ସାବ୍ୟସ୍ତ କରି ସମସ୍ତଙ୍କୁ ଆଜୀବନ ଜେଲର ସଜ୍ଜା ହୋଇଛି।
