Bengaluru Bar Ruckus: ବେଙ୍ଗାଲୁରୁ ପବ୍ରେ ହଙ୍ଗାମା, IAS ଅଧିକାରୀଙ୍କ ନାଁରେ FIR
ବେଙ୍ଗାଲୁରୁରେ ବିଳମ୍ବିତ ରାତିରେ ପବ୍ ଓ ବାର୍ରେ ପୋଲିସ ଚଢ଼ାଉ ସମୟରେ ହଙ୍ଗାମା କରିବା ଅଭିଯୋଗରେ IAS ଅଧିକାରୀ ବିକାଶ ମର୍ମଟଙ୍କ ସମେତ ଚାରି ଜଣଙ୍କ ବିରୋଧରେ FIR ରୁଜୁ ହୋଇଛି। ପୋଲିସ ଅଧିକାରୀଙ୍କୁ ଗାଳିଗୁଲଜ, ଧମକ ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ BNSର ବିଭିନ୍ନ ଧାରା ଲାଗୁ ହୋଇଛି |

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପବ୍, ବାର୍ ଓ ରେଷ୍ଟୁରାଣ୍ଟରେ ବିଳମ୍ବିତ ରାତିରେ ପୋଲିସର ଚଢ଼ାଉ ସମୟରେ ହଙ୍ଗାମା କରିଥିବା ଅଭିଯୋଗରେ କୁପ୍ପମ ଏରିଆ ଡେଭଲପମେଣ୍ଟ ଅଥରିଟିର ସ୍ୱତନ୍ତ୍ର ଅଧିକାରୀ ବିକାଶ ମର୍ମଟଙ୍କ ସମେତ ଚାରି ଜଣଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରେ ୨୦୧୯ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ବିକାଶ ମର୍ମଟଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଥିବା ବେଳେ ଅଭୟ ଉଦୟ ସିଂହ, ନୀତିଶ ଓ ରୋଶନଙ୍କୁ ସହ-ଅଭିଯୁକ୍ତ ଭାବେ ନାମିତ କରାଯାଇଛି।
ପୋଲିସ ଅନୁଯାୟୀ , ଏହି ମାମଲା ୯ ଓ ୧୦ ଅକ୍ଟୋବର ରାତିର ଘଟଣା ଅଟେ | ବେଙ୍ଗାଲୁରୁ ପୋଲିସ କମିଶନର ନିର୍ଦ୍ଧେଶରେ ପୋଲସ କର୍ମୀମାନେ ପବ୍, ବାର୍ ଓ ରେଷ୍ଟୁରାଣ୍ଟରେ ନାବାଳିକା ରାତିରେ ନାବାଳକ ଏବଂ ସନ୍ଦେହଜନକ ବ୍ୟକ୍ତିଙ୍କ ଉପସ୍ଥିତି ଯାଞ୍ଚ କରିବାର ଦାୟିତ୍ୱ ଦିଆଯାଇଥିଲା | ଏହି ଅଭିଯାନରେ କ୍ୟୁବନ ପାର୍କ ଓ ଅଶୋକ ନଗର ଥାନା କ୍ଷେତ୍ରରେ ଯାଞ୍ଚ କରାଯାଉଥିଲା |
ପୋଲିସ ଇନ୍ସପ୍ଟେକ୍ଟର ଅରୁଣ ସାଲୁଂକେ ଅଭିଯୋଗ ଅନୁସାରେ ,ପୋଲିସ କର୍ମୀମାନେ BS ଅଶୋକ ,ବଳରାମ ନାୟକ ଓ ଅନ୍ୟ ଜବାନଙ୍କ ସହିତ ରେସିଡେନ୍ସି ରୋଡ୍ରେ ସ୍ଥିତ କୈବାର ବାର ଆଣ୍ଡ ରେଷ୍ଟରୁରେଣ୍ଟ ପହଞ୍ଚି ଥିଲେ | ସେଠାରେ ଉପସ୍ଥିତ ଥିବା ଲୋକଙ୍କ ପରିଚୟ ପତ୍ର ଓ ସେମାନଙ୍କ ବୟସ ଯାଞ୍ଚ କରାଯାଇଥିଲା | ଏହି ସମୟରେ, ପୋଲିସ୍ କର୍ମଚାରୀଙ୍କ ସମେତ ଚାରି ଜଣ ବ୍ୟକ୍ତି ସାମାନ୍ୟ କଥାକୁ ନେଇ ବଚସା ଆରମ୍ଭ ହୋଇଥିଲା | ଅଭିଯୁକ୍ତମାନେ ଇନସ୍ପେକ୍ଟର ଅରୁଣ ସାଲୁଂକେ ଓ ଘଟଣାରେ ଉପସ୍ଥିତ ଥିବା ଅନ୍ୟ ପୋଲିସ ଅଧିକାରୀଙ୍କ ସହିତ ଗାଳିଗୁଲଜ କରିବାର ଅଭିଯୋଗ ହୋଇଥିଲା |
ଘଟଣା ସମୟରେ ଘଟିଥିବା ହଟ୍ଟଗୋଳ ଓ ଉତ୍ତେଜନାପୂର୍ଣ୍ଣ ବାଦ-ବିବାଦର ଏକ ଭିଡିଓ ରେକର୍ଡ କରାଯାଇଥିଲା | ଆଜି ଘଟଣାର ଜଡିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି , ଯେଉଁଥିରେ ମାମଲାଟି ଚର୍ଚ୍ଚାର ବିଷୟ ପାଲଟିଛି |
ପୋଲିସ ଇନସ୍ପେକ୍ଟର ଅରୁଣ ସାଲୁଂକେଙ୍କ ଅଭିଯୋଗର ଆଧାରରେ ଚାରି ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ବିଭିନ୍ନ ଧାରା ଆଧାରରେ ମାମଲାକୁ ରୁଜୁ କରିଛନ୍ତି | ଏଥିରେ ସ୍ୱେଚ୍ଛାକୃତ ଭାବେ ଆଘାତ ପହଞ୍ଚାଇବା, ଅପରାଧିକ ଧମକ ଦେବା, ଶାନ୍ତିଭଙ୍ଗ କରିବା ଉଦ୍ଦେଶ୍ୟରେ ଜାଣିଶୁଣି ଅପମାନ କରିବା ଏବଂ ସରକାରୀ କର୍ମଚାରୀଙ୍କୁ ତାଙ୍କର କର୍ତ୍ତବ୍ୟ ପାଳନରୁ ବାଧା ଦେବା ଉଦ୍ଦେଶ୍ୟରେ ଆକ୍ରମଣ କିମ୍ବା ଅପରାଧିକ ବଳ ପ୍ରୟୋଗ କରିବା ସମ୍ବନ୍ଧୀୟ ଧାରାଗୁଡ଼ିକ ଅନ୍ତର୍ଭୁକ୍ତ ରହିଛି | ଏହି FIRରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୧୫(୨), ୩୫୧(୨), ୩୫୨, ୧୩୨ ଏବଂ ୧୩୩ ଲାଗୁ କରାଯାଇଛି | ପୋଲିସ ଏହି ମାମଲାର ତଦନ୍ତ କରୁଛି |
