୫ରେ ବାହାହେବେ ମିଷ୍ଚର ପରଫେକ୍ସନିଷ୍ଟ
ଅମିର ନିଜ ଜନ୍ମଦିନରେ ପ୍ରଥମ ଥର ଦୁନିଆ ଆଗରେ ନିଜର ସମ୍ପର୍କକୁ ସାର୍ବଜନୀନ କରିଥିଲେ। ଗୌରୀ ମୂଳରୂପରେ ବେଙ୍ଗାଲୁରୁର। ତାଙ୍କ ମାଆ ଭାରତୀୟ ଓ ବାପା ଆୟରିସର। ଗୌରୀ ଲମ୍ୱାସମୟ ଧରି କର୍ପୋରେଟ ଓ ବିଜନେସ ସେକ୍ଟରରେ କାମ କରିଛନ୍ତି।ଗୌରୀ ବି ବିବାହିତ। ତାଙ୍କର ଗୋଟିଏ ପୁଅ ଅଛି।

ଜୁଲାଇ ୫ରେ ବର ସାଜିବେ ଅମିର ଖାନ୍। ଗାର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟଙ୍କୁ ବିବାହ କରିବେ ଅମିର୍ । ଦିନକ ପରେ ବାହା ହେବେ ୬୧ ବର୍ଷର ଚକୋଲେଟ ବୟ। ମିଷ୍ଟର ପରଫେକ୍ଟ ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେବେ। ରୀନା ଦତ୍ତା ଓ କିରଣ ରାଓଙ୍କ ପରେ ତୃତୀୟ ପତ୍ନୀ ସାଜିବେ ଗୌରୀ।୨୦୦୨ରେ ରୀନା ଓ ୨୦୨୧ରେ କିରଣଙ୍କୁ ଛାଡ଼ପତ୍ର ଦେଇଛନ୍ତି ଅମିର ଖାନ୍। ଏ ବିବାହ ପୁରା ପ୍ରାଇଭେଟ୍ ହେବ। କେବଳ ପରିବାର ଲୋକେ ଓ ନିକଟ ସମ୍ପର୍କୀୟ ସାମିଲ ହେବେ। ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ୬୧ ବର୍ଷରେ ତୃତୀୟ ବିବାହ କରିବେ। ମୁମ୍ୱାଇରେ ଏ ବିବାହ ହେବ। ତେବେ ବିବାହ ଉତ୍ସବରେ ବଲିଉଡ ସେଲିବ୍ରେସନ ବା ଗ୍ରାଣ୍ଡ୍ ରିସିପସନର କୌଣସି ଯୋଜନା ନାହିଁ। ସ୍ପେଶିଆଲ ମ୍ୟାରେଜ ଆକ୍ଟ ଜରିଆରେ ବିବାହ ରେଜିଷ୍ଟ୍ରେସନ ହେବ। ଗଲା କିଛି ମାସ ହେଲା ଗୌରୀ ଲଗାତାର ଚର୍ଚ୍ଚାରେ ଅଛନ୍ତି। ଅମିର ନିଜ ଜନ୍ମଦିନରେ ପ୍ରଥମ ଥର ଦୁନିଆ ଆଗରେ ନିଜର ସମ୍ପର୍କକୁ ସାର୍ବଜନୀନ କରିଥିଲେ। ଗୌରୀ ମୂଳରୂପରେ ବେଙ୍ଗାଲୁରୁର। ତାଙ୍କ ମାଆ ଭାରତୀୟ ଓ ବାପା ଆୟରିସର। ଗୌରୀ ଲମ୍ୱାସମୟ ଧରି କର୍ପୋରେଟ ଓ ବିଜନେସ ସେକ୍ଟରରେ କାମ କରିଛନ୍ତି। ସେ ଫେସନ, ବ୍ୟୁଟି ଓ ଲାଇଫଷ୍ଟାଇଲ ସହ ଜଡ଼ିତ କାରବାରରେ କାମ କରିଛନ୍ତି। ଅମିର ଖାନ୍ ଓ ଗୌରୀ ପରସ୍ପରକୁ ୨୫ ବର୍ଷ ହେଲା ଜାଣିଛନ୍ତି। ଯଦିଓ ଉଭୟଙ୍କ ପ୍ରେମସମ୍ପର୍କ କିଛି ବର୍ଷ ହେଲା ଆରମ୍ଭ ହେଲା। ଆଉ ଧୀରେ ଧୀରେ ସମ୍ପର୍କ ମଝୁଭତ୍ ହେବାକୁ ଲାଗିଲା। ଗୌରୀ ବି ବିବାହିତ। ତାଙ୍କର ଗୋଟିଏ ପୁଅ ଅଛି। ଅମିର ଖାନ ନିଜର ଦୁଇଟି ବିବାହ ପରେ ଏବେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଅମିରଙ୍କ ପିଲାଙ୍କ ସହ ଗୌରୀଙ୍କ ବି ଭଲ ବଣ୍ଡିଂ ଅଛି ବୋଲି କୁହାଯାଉଛି। ନିଜ ବାର୍ଥ-ଡେରେ ଅମିର କହିଥିଲେ, ତାଙ୍କୁ ଜଣେ କମ୍ଫର୍ଟେବୁଲ ସାଥୀ ମିଳିଛନ୍ତି। ବିବାହ ତାରିଖ ଘୋଷଣା ବେଳେ ଅମିରଙ୍କ ସହ ଥିଲେ ତାଙ୍କ ପୁଅ ଜୁନୈଦ। ବାପାଙ୍କ କଥା ଶୁଣି ଜୁନୈଦ ହସିଥିଲେ। ପ୍ରୀତମ ପେଡ୍ରୋର ପ୍ରିମିୟର ସୋରେ ଜୁନୈଦ ପିତା ଅମିରଙ୍କ ସହ ପହଞ୍ଚିଥିଲେ। ଆଉ ସେଠାରେ ହିଁ ବିବାହର ଡିଟେଲ୍ସ ସେୟାର କରିଥିଲେ। ଅମିରଙ୍କ ପ୍ରଥମ ବିବାହ ରୀନା ଦତ୍ତାଙ୍କ ସହ ହୋଇଥିଲା। ଦୁହିଁଙ୍କ ଦୁଇ ପିଲା ଜୁନୈଦ ଖାନ ଓ ଆୟରା ଖାନ୍ ଅଛନ୍ତି। ପ୍ରାୟ ୧୬ ବର୍ଷ ପରେ ଏକାଠି ରହିବା ପରେ ୨୦୦୨ରେ ଦୁହିଁଙ୍କ ଭିତରେ ଛାଡ଼ପତ୍ର ହୋଇଥିଲା। ଏହା ପରେ ଫିଲ୍ମମେକର କିରଣ ରାଓଙ୍କୁ ୨୦୦୫ରେ ଦ୍ୱିତୀୟ ବିବାହ କରିଥିଲେ ଅମିର। ଦୁହିଁଙ୍କ ଏକ ପୁତ୍ରସନ୍ତାନ ଆଜାଦ ରାଓ ଖାନ। ବିବାହର ୧୫ ବର୍ଷ ପରେ ୨୦୨୧ରେ ଅମିର ଓ କିରଣ ଆପୋଷ ସହମତିରେ ପରସ୍ପରଠୁ ଅଲଗା ହୋଇଗଲେ। ଛାଡ଼ପତ୍ର ପରେ ବି ଦୁହେଁ ଉତ୍ତମ ବନ୍ଧୁ ହୋଇ ରହିଛନ୍ତି। ଦୁହେଁ ମିଶି ପୁଅର ପାଳନପୋଷଣ କରୁଛନ୍ତି।
