ପୁଅ ସିଏମ୍- ଇମେଜ ଲାଗି ବୋହୂକୁ ମନାଇଲେ ଶାଶୁ!
ବିଜୟ ମୁଖ୍ୟମନ୍ତ୍ରୀ ହେବା ପରେ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅନେକ କଥା ଶୁଣାଯାଉଥିଲା। ଏହା ପରେ ବିଜୟଙ୍କ ମାଆ ଶୋଭା ଚନ୍ଦ୍ରଶେଖର ନିଜେ ଏହାକୁ ସମ୍ଭାଳିଥିଲେ। ସେ ବୋହୂ ସଙ୍ଗୀତା ସହ କଥା ହୋଇଥିଲେ। ଗଲା ମାସ ସଙ୍ଗୀତା ତାମିଲନାଡ଼ୁ ଆସିଥିଲେ। ଏତିକିବେଳେ ବନ୍ଦ କୋଠରୀରେ ସେ ସଙ୍ଗୀତା ସହ କଥା ହୋଇଥିଲେ। ଆଉ ବିବାଦ ତୁଟାଇଥିଲେ।

ପୁଅର ଭାବମୂର୍ତ୍ତି ପାଇଁ ବୋହୂକୁ ଆପଣାଇଲେ ଶାଶୁ। ଯେଉଁ ବୋହୂ ଛାଡ଼ପତ୍ର ଦେଇଥିଲେ, ସେ ଏବେ ଆବେଦନ ପ୍ରତ୍ୟାହାର କରିନେଲେ। ଆମେ କହୁଛୁ। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଥଲପତି ବିଜୟଙ୍କ ପରିବାରର ବଡ଼ ଗୁମର କଥା। ବିଜୟଙ୍କ ପତ୍ନୀ ସଙ୍ଗୀତା ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କରିନେଇଛନ୍ତି। ଭିଡ଼ିଓ କନଫରେନ୍ସ ଜରିଆରେ କୋର୍ଟରେ ହାଜର ହୋଇ ସଙ୍ଗୀତା ବିଚାରପତିଙ୍କୁ ଅବଗତ କରାଇଥିଲେ ଯେ, ସେ ନିଜର ଆବେଦନ ପ୍ରତ୍ୟାହାର କରିନେଇଛନ୍ତି। ଛାଡ଼ପତ୍ର ପ୍ରକ୍ରିୟା ବନ୍ଦ କରିବାକୁ ଅପିଲ୍ କରିଥିଲେ। ତେବେ ଏହି ପ୍ରକ୍ରିୟା ବନ୍ଦ କରିବା ଆଗରୁ ବିଚାରପତି ବି ସଙ୍ଗୀତାଙ୍କୁ ପ୍ରାୟ ୧୫ ମିନିଟ ଧରି ବିଭିନ୍ନ ପ୍ରଶ୍ନ କରିଥିଲେ। ଚଙ୍ଗଲପଟ୍ଟୁ ଜିଲ୍ଲା ପରିବାର ଅଦାଲତ ବି ସଙ୍ଗୀତାଙ୍କ ଅନୁରୋଧକୁ ସ୍ୱୀକାର କରି ମାମଲାକୁ ବନ୍ଦ କରିଦେଇଛନ୍ତି। ବିଜୟ ଓ ସଙ୍ଗୀତା କିଛି ଦିନ ହେଲା ବ୍ୟକ୍ତିଗତ କାରଣରୁ ଅଲଗା ଅଲଗା ରହୁଥିଲେ। ଏହା ପରେ ଡିସେମ୍ୱରରେ ସଙ୍ଗୀତା ଚେଙ୍ଗଲପଟ୍ଟୁ ପରିବାର ଅଦାଲତରେ ଛାଡ଼ପତ୍ର ଆବେଦନ କରିଥିଲେ। ଏବେ ଅଚାନକ ସଙ୍ଗୀତା ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର ପରେ ତମାମ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି, ଦୁହିଁଙ୍କ ଭିତରେ ବିଜୟଙ୍କ ମାଆ ହିଁ ବୁଝାମଣା କରିଛନ୍ତି। ବିଜୟ ମୁଖ୍ୟମନ୍ତ୍ରୀ ହେବା ପରେ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅନେକ କଥା ଶୁଣାଯାଉଥିଲା। ଏହା ପରେ ବିଜୟଙ୍କ ମାଆ ଶୋଭା ଚନ୍ଦ୍ରଶେଖର ନିଜେ ଏହାକୁ ସମ୍ଭାଳିଥିଲେ। ସେ ବୋହୂ ସଙ୍ଗୀତା ସହ କଥା ହୋଇଥିଲେ। ଗଲା ମାସ ସଙ୍ଗୀତା ତାମିଲନାଡ଼ୁ ଆସିଥିଲେ। ଏତିକିବେଳେ ବନ୍ଦ କୋଠରୀରେ ସେ ସଙ୍ଗୀତା ସହ କଥା ହୋଇଥିଲେ। ଆଉ ବିବାଦ ତୁଟାଇଥିଲେ। ବିଜୟ ଓ ସଙ୍ଗୀତାଙ୍କ ଭିତରେ ଏ ମାମଲାର ଶୁଣାଣୀ ୩ ଥର ହୋଇସାରିଥିଲା। ବିଜୟ ଓ ସଙ୍ଗୀତାଙ୍କ ସୁରକ୍ଷା ଓ ହାଇପ୍ରୋଫାଇଲ କାରଣରୁ ଉଭୟଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାରୁ ରିହାତି ଦେଇଥିଲେ ଅଦାଲତ। ଭିସି ଜରିଆରେ ଶୁଣାଣୀରେ ହାଜର ହେବାକୁ ଦେଇଥିଲେ ଅନୁମତି। ଗଲା ଶୁକ୍ରବାର ଯେବେ ମାମଲାର ଶୁଣାଣୀ ହେଉଥିଲା, ସେଥିରେ ବିଜୟଙ୍କ ଓକିଲ କହିଥିଲେ, ଆଉ ଏକ ତାରିଖ ଦିଆଯାଉ। ତାମିଲନାଡ଼ୁ ବିଧାନସଭା ଚାଲୁଥିବାରୁ ବିଜୟ ଅଧିବେଶନରେ ବ୍ୟସ୍ତ ଅଛନ୍ତି। ସେଥିଲାଗି କିଛି ସମୟର ମହଲତ ମାଗିଛନ୍ତି। ସଙ୍ଗୀତାଙ୍କ ଓକିଲ ବି ଶୁଣାଣୀ ଜାରି ରଖିବାକୁ ଦାବି କରିଥିଲେ। ହେଲେ ଶେଷରେ ସଙ୍ଗୀତା ତାଙ୍କର ଆବେଦନ ପ୍ରତ୍ୟାହାର କରିନେଲେ। ବିଜୟ ଓ ସଙ୍ଗୀତାଙ୍କ ଭିତରେ ସମ୍ପର୍କ ପ୍ରାୟ ୩ ଦଶନ୍ଧିର। ଉଭୟ ପ୍ରଥମେ ୧୯୯୬ରେ ପରସ୍ପରକୁ ଭେଟିଥିଲେ। ମୂଳ ରୂପରେ ଶ୍ରୀଲଙ୍କାର ଅଟନ୍ତି ସଙ୍ଗୀତା। ତାଙ୍କର ଲାଳନପାଳନ ବ୍ରିଟେନରେ ହୋଇଛି। ଏହି ଯୋଡ଼ି ୧୯୯୮ରେ ୟୁକେରେ ବିବାହ ରେଜିଷ୍ଟ୍ରେସନ କରିଥିଲେ ଓ ଏହା ପରେ ଅଗଷ୍ଟ ୨୫, ୧୯୯୯ରେ ଚେନ୍ନାଇରେ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଜେସନ ଓ ଗୋଟିଏ ଝିଅ ଦିବ୍ୟା ଅଛନ୍ତି। ଉଭୟଙ୍କ ବିବାହ ଏକ ଇଣ୍ଟରକାଷ୍ଟ ମ୍ୟାରେଜ ଥିଲା।
