ପୁଣି ବିବାଦରେ ‘ଆମ ବସ୍’
ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ବାଇକ ଚାଳକଙ୍କୁ ଧକ୍କା ଦେଲା ଆମ ବସ। ବାଇକ୍ ଆରୋହୀ ଗୁରୁତର, ଘଟଣାସ୍ଥଳରେ ଉତେଜନା ।
S
By Subhadra DasPublished: Jul 9, 2026, 06:26 PM •1 min read •2 Views
କଟକ: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ବାଇକ ଚାଳକଙ୍କୁ ଧକ୍କା ଦେଲା ଆମ ବସ । କଟକ ଖାନନଗର ମଲାଚଣ୍ଡିଆ ଛକ ଠାରେ ଧକ୍କା ଦେବା ସହ ବାଇକ ଚାଳକକୁ 20 ଫୁଟ ଘୋସାଡିନେଲା ଆମ ବସ । ବସ ଚକା ତଳୁ ବାଇକ ଚାଳକଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଏସସିବି ମେଡିକାଲକୁ ପଠାଇଲେ ସ୍ଥାନୀୟ ଲୋକେ । ଯୁବକ ଜଣକ ଓଲଟପୁର ଅଞ୍ଚଳର ହୋଇଥିବା ସୂଚନା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତେଜନା ଦେଖାଦେବା ସହ ଆମ ବସକୁ ଅଟକାଇଥିଲେ ସ୍ଥାନୀୟ ଲୋକେ । ସେପଟେ ଘଟଣା ପରେ ବସ୍ ଚାଳକ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
S
Subhadra DasContent Writer
Comments0
Leave a Reply
Loading comments...
