କ୍ୟାସ୍ କାଣ୍ଡ- ଜଷ୍ଟିସ ବର୍ମା ଦୋଷୀ!
ଜଷ୍ଟିସ ଯଶୋବନ୍ତ ବର୍ମାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ରର ସଙ୍କେତ ନାହିଁ। ଜଷ୍ଟିସ ଯଶୋବନ୍ତ ବର୍ମା କ୍ୟାସ୍ କାଣ୍ଡକୁ ନେଇ ଆଜି ଲୋକସଭାରେ ଉପସ୍ଥାପିତ ରିପୋର୍ଟରେ ଏମିତି କିଛି କୁହାଯାଇଛି। ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ନିଜ ବଙ୍ଗଳାରେ ରଖିଥିବା ବିପୁଳ ପରିମାଣର ଟଙ୍କା କାହା ନଜରକୁ ନ ଆସି ଏଠାରେ ରଖିବା ବିଲକୁଲ ସମ୍ଭବ ନୁହେଁ ବୋଲି ହୃଦବୋଧ କରିଛି କମିଟି। ଏ ପୁରା ମାମଲା ଗଲା ବର୍ଷ ମାର୍ଚ୍ଚ ୧୪ରେ ସାମ୍ନାକୁ ଆସିଥିଲା।

କ୍ୟାସ୍ କାଣ୍ଡ ମାମଲାରେ ଜଷ୍ଟିସ ଯଶୋବନ୍ତ ବର୍ମା ଦୋଷୀ ସାବ୍ୟସ୍ତ। ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ସମସ୍ତ ଆରୋପ ପ୍ରମାଣିତ। ତଦନ୍ତ କମିଟି ତାଙ୍କ ଉପରେ ଲାଗିଥିବା ସମସ୍ତ ଆରୋପ ଉପରେ ନିଜର ଯାଞ୍ଚ ପୂରଣ କରି ନିଜ ରିପୋର୍ଟ ଆଜି ଲୋକସଭାରେ ଉପସ୍ଥାପିତ କରିଛି। ପୂର୍ବତନ ଜଜ୍ ଜଷ୍ଟିସ ବର୍ମାଙ୍କ ଉପରେ ଥିବା ୩ଟି ଆରୋପ ପ୍ରମାଣିତ ହୋଇସାରିଛି ବୋଲି କମିଟି ନିଜ ରିପୋର୍ଟରେ କହିଛି। ଅଘୋଷିତ ବିପୁଳ ନଗଦ, ସାକ୍ଷୀର ସଂରକ୍ଷଣରେ ଅବହେଳା ଓ ଅସନ୍ତୋଷଜନକ ଜବାବ ଅଭିଯୋଗରେ ସତ୍ୟତା ଅଛି ବୋଲି କହିଛି ତଦନ୍ତ କମିଟି। ନୂଆଦିଲ୍ଲୀସ୍ଥିତ ୩୦, ତୁଗଲକରେ ଥିବା ସରକାରୀ ବଙ୍ଗଳାର ଷ୍ଟୋରରୁମରେ ବିପୁଳ ୫ଶହ ଟଙ୍କିଆ ନୋଟ୍ ବିଡ଼ା ଜବତ ହୋଇଥିଲା। ସମିତି ଅନୁସାରେ, ଏ ଟଙ୍କା କେଉଁଠୁ ଆସିଲା। ଏହାର ସ୍ରୋତ ଓ ମାଲିକାନାକୁ ନେଇ ସନ୍ତୋଷଜନ ସ୍ପଷ୍ଟିକରଣ ଦେଇପାରିନଥିଲେ ଜଷ୍ଟିସ ବର୍ମା। ସେଥିଲାଗି ସମିତି ତାଙ୍କୁ ଦୋଷୀ ବୋଲି ମାନିଛି। ମାମଲା ସହ ଜଡ଼ିତ ଭୌତିକ ସାକ୍ଷୀକୁ ଠିକଣା ଢଙ୍ଗରେ ସୁରକ୍ଷିତ ଓ ସଂରକ୍ଷିତ ରଖାଗଲାନି। ଆଇନଗତ ସିଲିଂ ଓ ନିରୀକ୍ଷଣ ପୂର୍ବରୁ ଷ୍ଟୋରରୁମର ସ୍ଥିତିକୁ ବଦଳାଇ ଦିଆଯାଇଥିଲା। ପରେ କିଛି କରେନ୍ସି ନୋଟର ଗାଏବ କଥାର ବି କୌଣସି ସ୍ପଷ୍ଟିକରଣ ମିଳିଲାନି। ଏଥିରେ ଚରମ ଅବହେଳାକୁ ଦାୟୀ କରିଛି ସମିତି। ଏଥିରୁ ପ୍ରମାଣିତ ହୋଇପାରିଲାନି, ଜଜ୍ ନିଜେ ଟଙ୍କାକୁ ହଟାଇଦେଲେ। ମାର୍ଚ୍ଚ ୨୨, ୨୦୨୫ରେ ଜଜ୍ ଦେଇଥିବା ଜବାବକୁ ସନ୍ତୋଷଜନକ ବୋଲି ଗ୍ରହଣ କରିନି ସମିତି। ଜଜ୍ ନାନା ଆଳରେ ଟାଳିବାକୁ ଚେଷ୍ଟା କରିଥିଲେ। ଯାହା ଦାୟିତ୍ୱବୋଧ ଓ ସ୍ପଷ୍ଟତାର ଘୋର ଅଭାବ ପରିଲକ୍ଷିତ ହୋଇଥିଲା। ତେବେ ଜଷ୍ଟିସ ଯଶୋବନ୍ତ ବର୍ମାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ରର ସଙ୍କେତ ନାହିଁ। ଜଷ୍ଟିସ ଯଶୋବନ୍ତ ବର୍ମା କ୍ୟାସ୍ କାଣ୍ଡକୁ ନେଇ ଆଜି ଲୋକସଭାରେ ଉପସ୍ଥାପିତ ରିପୋର୍ଟରେ ଏମିତି କିଛି କୁହାଯାଇଛି। ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ନିଜ ବଙ୍ଗଳାରେ ରଖିଥିବା ବିପୁଳ ପରିମାଣର ଟଙ୍କା କାହା ନଜରକୁ ନ ଆସି ଏଠାରେ ରଖିବା ବିଲକୁଲ ସମ୍ଭବ ନୁହେଁ ବୋଲି ହୃଦବୋଧ କରିଛି କମିଟି। ଏ ପୁରା ମାମଲା ଗଲା ବର୍ଷ ମାର୍ଚ୍ଚ ୧୪ରେ ସାମ୍ନାକୁ ଆସିଥିଲା। ହୋଲିର ଠିକ୍ ଗୋଟିଏ ଦିନ ଆଗରୁ ଜଷ୍ଟିସ ବର୍ମାଙ୍କ ସରକାରୀ ବଙ୍ଗଳାରେ ନିଆଁ ଲାଗିଥିଲା। ନିଆଁ ଲିଭାଇବାକୁ ଯାଇଥିବା କର୍ମଚାରୀ ଦେଖିଲେ ଯେ, ବିପୁଳ ମାତ୍ରାରେ ଅଧା ଜଳାପୋଡ଼ା ଟଙ୍କା। ଏହାର ଫଟୋ ଭାଇରାଲ ପରେ ନ୍ୟାୟପାଳିକାରେ ସ୍ୱଛତାକୁ ନେଇ ରାଜନୀତିକ ହଲଚଲ ସୃଷ୍ଟି ହେଲା। ସାରା ଦେଶରେ ଏହାକୁ ନେଇ କମ୍ପନ ସୃଷ୍ଟି ହୋଇଥିଲା। ଅଗ୍ନିକାଣ୍ଡ ବେଳେ ଜଷ୍ଟିସ ବର୍ମା ଘରେ ନଥିଲେ। ଆରୋପ ଲାଗିବା ପରେ ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଦେଇଥିଲେ। ଏପ୍ରିଲ ୯, ୨୦୨୬ରେ ସେ ବିଚାରପତି ପଦରୁ ଇସ୍ତଫା ଦେଇଦେଲେ। ଏ ମାମଲାର ଯାଞ୍ଚ ଲାଗି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅଗଷ୍ଟ ୧୨ରେ ୩ ସଦସ୍ୟ ବିଶିଷ୍ଟ ସମିତି ଗଠନ କଲେ। ସମିତିର ଅଧ୍ୟକ୍ଷତା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର କରିଥିଲେ। ଆଉ ଦୁଇ ସଦସ୍ୟ ଥିଲେ ବମ୍ୱେ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଶ୍ରୀ ଚନ୍ଦ୍ରଶେଖର ଓ ବରିଷ୍ଠ ଆଇନଜୀବି ବିବି ଆଚାର୍ଯ୍ୟ। ସଂସଦର ଶୀତକାଳୀନ ଅଧିବେଶନରେ ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ ଆସିପାରେ।
