ସୋସିଆଲ ମିଡିଆରେ ଭାଇରାଲ ହେଉଛି AI ରେଟ୍ରୋ ଲୁକ୍ରେ
ସୋସିଆଲ ମିଡିଆରେ ଏବେ ୮୦ ଦଶକର ରେଟ୍ରୋ ଟ୍ରେଣ୍ଡ ବେଶ୍ ଚର୍ଚ୍ଚାରେ। ଏହି ଟ୍ରେଣ୍ଡରେ ଲୋକମାନେ AIର ସାହାଯ୍ୟରେ ନିଜ ଫଟୋକୁ ୮୦ ଦଶକର ଷ୍ଟାଇଲ୍ରେ ପରିବର୍ତ୍ତନ କରି ସେୟାର କରୁଛନ୍ତି । ବଲିଉଡ୍ର କିଆରା ଆଡଭାଣୀ, ସିଦ୍ଧାର୍ଥ ମଲହୋତ୍ରା ଏବଂ ଶ୍ରୁତି ହାସନଙ୍କ ସମେତ ଅନେକ ସେଲେବ୍ରିଟି ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ।

ସୋସିଆଲ ମିଡିଆରେ ଏବେ ୮୦ ଦଶକର ରେଟ୍ରୋ ଟ୍ରେଣ୍ଡ ବେଶ୍ ଚର୍ଚ୍ଚାରେ। ଏହି ଟ୍ରେଣ୍ଡରେ ଲୋକମାନେ AIର ସାହାଯ୍ୟରେ ନିଜ ଫଟୋକୁ ୮୦ ଦଶକର ଷ୍ଟାଇଲ୍ରେ ପରିବର୍ତ୍ତନ କରି ସେୟାର କରୁଛନ୍ତି । ବଲିଉଡ୍ର କିଆରା ଆଡଭାଣୀ, ସିଦ୍ଧାର୍ଥ ମଲହୋତ୍ରା ଏବଂ ଶ୍ରୁତି ହାସନଙ୍କ ସମେତ ଅନେକ ସେଲେବ୍ରିଟି ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି । କିଆରା ଆଡଭାଣୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସ୍ୱାମୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଏକ AI ଦ୍ୱାରା ତିଆରି ଫଟୋ ସେୟାର କରିଛନ୍ତି । ଫଟୋରେ ଉଭୟଙ୍କୁ ରେଟ୍ରୋ ଅବତାରରେ ଦେଖିବାକୁ ମିଳିଛି । ସିଦ୍ଧାର୍ଥ ଏହି ଫଟୋରେ ଡବଲ୍ ଡେନିମ୍ ଲୁକ୍ ସହ ଡାର୍କ ଏଭିଏଟର୍ ସନ୍ଗ୍ଲାସେସ୍ ପିନ୍ଧିଥିବା ନଜର ଆସିଛନ୍ତି । ଅନ୍ୟପଟେ କିଆରା ୮୦ ଦଶକର ରଙ୍ଗିନ ଫ୍ୟାଶନ୍କୁ ଆପଣାଇଛନ୍ତି । ସେ ପିଙ୍କ୍ ରଙ୍ଗର ପଫ୍ ସ୍ଲିଭ୍ସ ଥିବା ଆଉଟଫିଟ୍ରେ ନଜର ଆସିଛନ୍ତି । ଏହା ସହ ସେ ବଡ଼ ହୁପ୍ ଇୟରରିଙ୍ଗ୍ସ ଏବଂ ଚୁଡ଼ି ପିନ୍ଧି ନିଜ ରେଟ୍ରୋ ଲୁକ୍କୁ ଆହୁରି ଆକର୍ଷଣୀୟ କରିଛନ୍ତି । କିଆରା ଏହି ପୋଷ୍ଟରେ ସିଦ୍ଧାର୍ଥଙ୍କ ଆଗାମୀ ଫିଲ୍ମ "ଦ ୱ୍ୱାନ"ର ରୋମାଣ୍ଟିକ୍ ଟ୍ରାକ୍ ‘ସମଝୋ ନା’ କୁ ମଧ୍ୟ ଯୋଡ଼ିଛନ୍ତି । ଏହି ରେଟ୍ରୋ ଅନ୍ଦାଜରେ ଦୁହିଁଙ୍କ ଯୋଡ଼ିକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରୁଛନ୍ତି। ପରିଣୀତି ଚୋପ୍ରା ସ୍ୱାମୀ ରାଘବ ଚଡ୍ଡାଙ୍କ ସହ ଭିଂଟେଜ ଷ୍ଟାଇଲ ଅନେକ ଫୋଟୋ ସେୟାର କରିଛନ୍ତି | ଏକ ଫଟୋରେ ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା ଏକାଠି ବସିଥିବା ନଜର ଆସୁଛନ୍ତି । ପରିଣୀତି ରାଘବଙ୍କ କେଶରେ ହାତ ରଖିଥିବା ବେଳେ, ରାଘବ ସୋଫାରେ ଆରାମରେ ଶୋଇ ୱାକମ୍ୟାନ୍ରେ ଗୀତ ଶୁଣୁଥିବା ଦେଖିବାକୁ ମିଳିଛି । ଅମୀଷା ପଟେଲ ମଧ୍ୟ ଏହି ରେଟ୍ରୋ ଟ୍ରେଣ୍ଡରେ ସାମିଲ ହୋଇ ୮୦ ଦଶକର ଲୁକ୍ରେ ନଜର ଆସିଛନ୍ତି । ସେ ୱାନ୍-ଶୋଲ୍ଡର ଟପ୍ ଏବଂ ଡେନିମ୍ ଶର୍ଟ୍ସ ସହ ନିଅନ୍ ପିଙ୍କ୍ ଆଉଟଫିଟ୍ ପିନ୍ଧିଥିଲେ । ଏହା ସହ ସେ ଲେଗ୍ ୱାର୍ମର୍ସ ଏବଂ ହ୍ୱାଇଟ୍-ପିଙ୍କ୍ ସ୍ନିକର୍ସ ପିନ୍ଧିଥିବା ବେଳେ, ଏକ ବଡ଼ ବୁମ୍ବକ୍ସ ଉପରେ ବସିଥିବା ଦେଖିବାକୁ ମିଳିଛି । ଅଭିନେତା ରବି କିଶନ ମଧ୍ୟ ଏହି ଭାଇରାଲ୍ AI ଟ୍ରେଣ୍ଡରେ ଭାଗ ନେଇଛନ୍ତି । ସେ ଇନଷ୍ଟାଗ୍ରାମରେ ୮୦ ଦଶକର ଅନ୍ଦାଜରେ ନିଜର AI-ଜେନେରେଟେଡ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ତାଙ୍କ ଲୁକ୍ ୧୯୮୦ ଦଶକର ବଲିଉଡ୍ ହିରୋଙ୍କ ଭଳି ନଜର ଆସୁଛି । ଅନ୍ୟପଟେ, ଶ୍ରୁତି ହାସନ ୮୦ ଦଶକରୁ ଆହୁରି କିଛି ଦଶକ ପଛକୁ ଯାଇ ୧୯୬୦ ଦଶକର ଲୁକ୍ ଆପଣାଇଛନ୍ତି । ତାଙ୍କ AI ଫଟୋରେ ସେ ପ୍ରିଣ୍ଟେଡ୍ ଟପ୍, ମ୍ୟାଚିଂ ହେଡ୍ସ୍କାର୍ଫ ଏବଂ ବ୍ଲୁ ଜିନ୍ସ ପିନ୍ଧିଥିବା ନଜର ଆସିଛନ୍ତି ।
