ଗିଫ୍ଟ ଥାରରେ ଗୁଳି ମାରିଲା- ନାଳରେ ଫିଙ୍ଗିଲା ପତ୍ନୀର ଶବ
ନିକାହ ବାବଦରେ ଅଦିଲାଙ୍କ ପରିବାର ଜାଣିନଥିଲେ। ଅଭିଯୁକ୍ତ ଶବକୁ ନାଳରେ ଫିଙ୍ଗିା ପରେ ଥାର୍ କାରକୁ ନେଇ ଘର ଆଗରେ ରଖିଦେଇଥିଲେ। ଆଉ ତା ପର ଦିନ ହିଁ ରାମପୁରର ଗଞ୍ଜ ଥାନାରେ ରୁଜୁ ହୋଇଥିବା ମରଣାନ୍ତକ ଆକ୍ରମଣର ଏକ ପୁରୁଣା ମାମଲାରେ ସରେଣ୍ଡର କରିଦେଲା। ଏମିତି କରି କେହି ଯେମିତି ତା ଉପରେ ସନ୍ଦେହ କରିପାରିବେନି ବୋଲି ଭାବିଥିଲା।

ଅଦିଲା ରେହେମାନ ହତ୍ୟାକାଣ୍ଡ ଘଟଣାରେ ବଡ଼ ଖୁଲାସା। ନିକାହ ପରେ ଯେଉଁ ଥାର୍ କାରକୁ ଗିଫ୍ଟ କରିଥିଲେ। ସେହି କାର୍ ଭିତରେ ହିଁ କାନମୁଣ୍ଡାକୁ ଗୁଳି କରି ହତ୍ୟା କରିଦେଲା। ହତ୍ୟା ପରେ ଶବକୁ ଉତ୍ତରାଖଣ୍ଡର ରୁଡ଼କି ନେଇ ନାଳରେ ଫଙ୍ଗିଦେଲେ। ଆଉ ନିଜକୁ ବଞ୍ଚାଇବା ସକାଶେ ଆଉ ଏକ ମାମଲାରେ କୋର୍ଟରେ ସରେଣ୍ଡର କରିଦେଲେ। ମୁରାଦାବାଦରେ ଚର୍ଚ୍ଚିତ ଅଦିଲା ରେହେମାନ ହତ୍ୟାକାଣ୍ଡରେ ଏଭଳି ଖୁଲାସା ହୋଇଛି। ଏଲଏଲବି ଛାତ୍ରୀ ଅଦିଲା ରେହେମାନଙ୍କୁ ସେହି ଥାର୍ କାରରେ ହତ୍ୟା କରାଗଲା। ଯାହାକୁ ସେ ନିକାହ ପରେ ନିଜ ସ୍ୱାମୀକୁ ଗିଫ୍ଟ କରିଥିଲେ। ମୁରାଦାବାଦ- ଲକ୍ଷ୍ନୌ- ଦିଲ୍ଲୀ ନାସନାଲ ହାଇଓ୍ୱେରେ କାର ଭିତରେ ହିଁ ଗୁଳି କରି ମାରିଦେଲା। ପୁଲିସ ତଦନ୍ତରେ ସାମ୍ନାକୁ ଆସିଛି ଯେ, ଦୁହେଁ ଏପ୍ରିଲ ମାସରେ ଆଜମେର ଯାଇ ନିକାହ କରିଥିଲେ। ହେଲେ ନିକାହ ବାବଦରେ ଅଦିଲାଙ୍କ ପରିବାର ଜାଣିନଥିଲେ। ଅଭିଯୁକ୍ତ ଶବକୁ ନାଳରେ ଫିଙ୍ଗିା ପରେ ଥାର୍ କାରକୁ ନେଇ ଘର ଆଗରେ ରଖିଦେଇଥିଲେ। ଆଉ ତା ପର ଦିନ ହିଁ ରାମପୁରର ଗଞ୍ଜ ଥାନାରେ ରୁଜୁ ହୋଇଥିବା ମରଣାନ୍ତକ ଆକ୍ରମଣର ଏକ ପୁରୁଣା ମାମଲାରେ ସରେଣ୍ଡର କରିଦେଲା। ଏମିତି କରି କେହି ଯେମିତି ତା ଉପରେ ସନ୍ଦେହ କରିପାରିବେନି ବୋଲି ଭାବିଥିଲା। ଜୁଲାଇ ୪ରେ ଅଦିଲାଙ୍କ ଶବ ନାଳରୁ ଉଦ୍ଧାର କରାଯାଇଥିଲା। ଚିହ୍ନଟ ହୋଇପାରିନଥିବାରୁ ପୁଲିସ ଶବର ଅନ୍ତିମସଂସ୍କାର କରିଦେଇଥିଲା। ପରେ ମୁରାଦାବାଦ ପୁଲିସ ତଦନ୍ତରେ ଟେକ୍ନିକ ସାକ୍ଷୀ ଓ ପଚରାଉଚୁରା ପରେ ଶବର ଚିହ୍ନଟ ହୋଇଥିଲା। ଜେରାରେ ଅଭିଯୁକ୍ତ କହିଥିଲା, କାର ଭିତରେ ଦୁହିଁଙ୍କ ଭିତରେ ବଚସା ହୋଇଥିଲା। ଅଦିଲା ଅଭିଯୁକ୍ତକୁ ଚପଲରେ ମାରିଥିଲେ। ଆଉ ଏଥିରେ ଉତକ୍ଷିପ୍ତ ହୋଇ ସେ ତାଙ୍କୁ ହତ୍ୟା କରିଦେଲେ। ଅଦିଲା ରେହେମାନ ହାଇଦ୍ରାବାଦରେ ଏଲଏଲବି ପଢ଼ୁଥିଲେ। ଜୁନ୍ ୨୫ରେ ପରୀକ୍ଷା ଦେବାକୁ କହି ଘରୁ ବାହାରିଥିଲେ। ପରେ ତାଙ୍କ ସହ ପରିବାରର ସମ୍ପର୍କ ହୋଇପାରିନଥିଲା। ବହୁ ଖୋଜାଖୋଜି ପରେ ଜୁଲାଇ ୧୮ରେ କଟଘର ଥାନାରେ ନିଖୋଜ ଏତଲା ଦେଇଥିଲେ ପରିବାରବର୍ଗ। ପୁଲିସ କହିଛି, ଏ ମାମଲାରେ କଟଘରର ହିଷ୍ଟ୍ରିସିଟର ବା ଅଭ୍ୟାସଗତ ଅପରାଧୀ କୁର୍ବାନ ଅଲ୍ଲି ଓ ତା ଭାଇ ଗୁଲଫାମ ଅଲ୍ଲୀ ବିରୁଦ୍ଧରେ ଅପହରଣ ଓ ହତ୍ୟା ମକଦ୍ଦମା ରୁଜୁ ହୋଇଛି। ସିସିଟିଭି ଫୁଟେଜ, ମୋବାଇଲ ଲୋକେସନ, ଥାର୍ ଗାଡ଼ି ଓ ଅନ୍ୟ ଫରେନସିକ ଆଧାରରେ ତଦନ୍ତ ଜାରି ରହିଛି। ପୁଲିସ ଅନୁସାରେ ଅଭିଯୁକ୍ତ ଗୁଲଫାମ ଅଲି ରାମପୁର ଜିଲ୍ଲା ଜେଲରେ ବନ୍ଦୀ ଅଛି। ୩ ମାସ ତଳେ କରିଥିଲେ ସିକ୍ରେଟ ବିବାହ। ଆଉ ସତ କହିବାର ଜିଦ୍ ମରଣର କାରଣ ସାଜିଗଲା। କାରଣ ଏ ବିବାହକୁ ସାର୍ବଜନୀନ କରିବାକୁ ଚାହୁଁନଥିଲା ଗୁଲଫାମ।
