ଅମ୍ୱାନୀଙ୍କୁ ଗିରଫ କରିବାକୁ ଆଦେଶ ଦେଇପାରିବୁନି
ଅନୀଲ ଧିରୁଭାଇ ଅମ୍ୱାନୀ ଗ୍ରୁପ (ADAG) ଲୋନ ଫ୍ରଡ୍ ମାମଲାରେ ଏଜେନ୍ସିଙ୍କ ଦ୍ୱାରା କେବଳ ତଳସ୍ତରର ଅଧିକାରୀଙ୍କ ଗିରଫ ଉପରେ ସୁପ୍ରିମକୋର୍ଟ କହିଛନ୍ତି, କାହାର ଗିରଫଦାରି ଆଦେଶ ଅଦାଲତ ଦେବା ଉଚିତ ହେବନି।

କାହାକୁ ଗିରଫ କରିବାକୁ ଆଦେଶ ଦେଇପାରିବୁନି। (ADAG) ଲୋନ ଫ୍ରଡ୍ ମାମଲାରେ ଅନୀଲ ଅମ୍ୱାନୀଙ୍କ ବିରୁଦ୍ଧରେ ଦାଖଲ ପିଟିସନ ଉପରେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ। ଅନୀଲ ଧିରୁଭାଇ ଅମ୍ୱାନୀ ଗ୍ରୁପ (ADAG) ଲୋନ ଫ୍ରଡ୍ ମାମଲାରେ ଏଜେନ୍ସିଙ୍କ ଦ୍ୱାରା କେବଳ ତଳସ୍ତରର ଅଧିକାରୀଙ୍କ ଗିରଫ ଉପରେ ସୁପ୍ରିମକୋର୍ଟ କହିଛନ୍ତି, କାହାର ଗିରଫଦାରି ଆଦେଶ ଅଦାଲତ ଦେବା ଉଚିତ ହେବନି। କୋର୍ଟଙ୍କ ଏ ଟିପ୍ପଣୀ ଆବେଦନକାରୀଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଦଲିଲ ଉପରେ ଆସିଛି। ଯେଉଁଠି କୁହାଯାଇଥିଲା, ସିବିଆଇ ଓ ଇଡି କେବଳ ଛୋଟସ୍ତରର ଅଧିକାରୀଙ୍କୁ ଗିରଫ କରିଛି। ଅନୀଲ ଅମ୍ୱାନୀଙ୍କୁ ନୁହେଁ।ଯାହାଙ୍କୁ ସେବି ନିଜ ଏକ ରିପୋର୍ଟରେ ମୁଖ୍ୟ କିଙ୍ଗପିନ୍ ବୋଲି ଦର୍ଶାଇଛି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚି ଓ ଜଷ୍ଟିସ ବି ମୋହନାଙ୍କ ଖଣ୍ଡପୀଠ EAS ଶର୍ମା ଦ୍ୱାରା ଦାଏଲ ପିଆଇଏଲ ଉପରେ ଶୁଣାଣୀ କରୁଥିଲେ। ଯେଉଁଥିରେ ADAGଙ୍କ କମ୍ପାନୀ ଦ୍ୱାରା ୪୦ହଜାର କୋଟିରୁ ଅଧିକ ଲୋନଫ୍ରଡ୍ ତଦନ୍ତ ଦାବି ହୋଇଥିଲା।
