ଯାତ୍ରୀବାହୀ ବସ୍ ଧକ୍କାରେ ବାଇକ ଆରୋହୀ ମୃତ
ବାଲେଶ୍ଵର ଜିଲ୍ଲା ଖଇରା ଥାନା ସୋର କୁପାରୀ ରାସ୍ତା ର ଯାତ୍ରୀବାହୀ ବସଧକ୍କା ରେ ବାଇକ ଆରୋହୀ ମୃତ ଘଟିଛି। ଯଶୋଦା ନାମକ ଏକ ଘରୋଇ ଯାତ୍ରିବାହୀ ବସ ବାଲେଶ୍ଵର ରୁ ଖଇରା ଆସୁଥିବା ବେଳେ ଝାଟିଆ ଛକ ନିକଟରେ ଦୁର୍ଘଟଣା |
N
By Namita PattanaikPublished: Jun 23, 2026, 11:05 AM •1 min read •2 Views

ବାଲେଶ୍ଵର ଜିଲ୍ଲା ଖଇରା ଥାନା ସୋର କୁପାରୀ ରାସ୍ତା ର ଯାତ୍ରୀବାହୀ ବସଧକ୍କା ରେ ବାଇକ ଆରୋହୀ ମୃତ ଘଟିଛି। ଯଶୋଦା ନାମକ ଏକ ଘରୋଇ ଯାତ୍ରିବାହୀ ବସ ବାଲେଶ୍ଵର ରୁ ଖଇରା ଆସୁଥିବା ବେଳେ ଝାଟିଆ ଛକ ନିକଟରେ ଦୁର୍ଘଟଣା ଘଟି ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ବାଇକ ଚାଳକ ଦାମୋଦର ଦାସ ଙ୍କ ଘର ସାଦ୍ଧିକପୁର ଗାଁ ରେ ବୋଲି ଜଣାପଡିଛି।ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି। ମୃତକଙ୍କ ଘର ସାଦ୍ଧିକ ପୁର ଅଞ୍ଚଳ ର । ବାଇକ ଆରୋହୀ ଗଣ୍ଡିବେଡ ରୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଝାଟିଆ ପୋଲ ନିକଟରେ ବସ ସହିତ ବାଇକ ଦୁର୍ଘଟଣା ଘଟିଥିଲା। ଗୁରୁତର ବାଇକ ଆରୋହୀ ଙ୍କୁ ଖଇରା ମେଡିକାଲ କୁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
