SUMIT ROY ARREST LAND SCAM:ଜମି ଦୁର୍ନୀତିରେ ବନ୍ଧା ହେଲେ ଅଭିଷେକଙ୍କ ପିଏ ସୁମିତ ରୟ
ତଦନ୍ତରେ ସୁମିତ ରାୟଙ୍କ ବ୍ୟାଙ୍କ ଖାତାରେ ବଡ଼ ପରିମାଣର ନଗଦ ଅର୍ଥାତ୍ ପ୍ରାୟ ୭୧ଲକ୍ଷ ଟଙ୍କା ଜମା ହୋଇଛି। ତଦନ୍ତରେ ମୋଟ୍ ଜମାର ପରିମାଣ ପ୍ରାୟ ୧୫ କୋଟି ଟଙ୍କା ହେବ।ସରକାରୀ ଜମିକୁ ଛୋଟ ଛୋଟ ପ୍ଲଟ୍ରେ ବିଭାଜନ କରି ବେଆଇନ ଭାବେ ବିକ୍ରି କରାଯାଇଥିଲା।

ବନ୍ଧା ହେଲେ ଅଭିଷେକ ବାନାର୍ଜୀଙ୍କ ପିଏ ସୁମିତ ରୟ। ଟିଏମସି ସାଂସଦ ଅଭିଷେକଙ୍କ କାଳିଘାଟସ୍ଥିତ ଘରୁ ଉଠାଇନେଲା ସିଆଇଡି। ଆଗୁଆ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ ପରେ ସୁମିତଙ୍କୁ ଗିରଫ କରିଛି ସିଆଇଡି। ସୁମିତଙ୍କୁ ଶୁକ୍ରବାର ମେଦିନିପୁର କୋର୍ଟରେ ହାଜର କରିବାର ସମ୍ଭାବନା ଅଛି। ଆଉ ରିମାଣ୍ଡରେ ନେବାକୁ ତଦନ୍ତ ଏଜେନ୍ସି ଦାବି କରିବ। ଟିଏମସିର ମହାସଚିବ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ପିଏ ସୁମିତଙ୍କୁ ଶାଳବଣି ଜମି ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ଏହା ପୂର୍ବରୁ ସୁମିତଙ୍କୁ ସୁପ୍ରିମକୋର୍ଟ ଗିରଫଦାରିରୁ ବର୍ତ୍ତିବାକୁ ଅନ୍ତରୀଣ ଆଶ୍ୱସ୍ତି ଦେଇଥିଲେ। ଆଉ ତଦନ୍ତରେ ସହଯୋଗ କରିବାକୁ ଦେଇଥିଲେ ନିର୍ଦେଶ। କିନ୍ତୁ ବୁଧବାର ଅଗ୍ରୀମ ଜାମିନର ବାଟ ବନ୍ଦ ହୋଇଗଲା ଆଉ ଆଜି ସିଆଇଡି ତାଙ୍କୁ ଗିରଫ କଲା। କୋଲକାତା ହାଇକୋର୍ଟ ଅଗଷ୍ଟ ୩ରେ ଦେଇଥିବା ଆଦେଶକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ୍ କରିଥିଲେ ସୁମିତ। ଯେଉଁ ଆଦେଶରେ ସୁମିତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ହାଇକୋର୍ଟ। ଆଉ ଶେଷରେ ସୁପ୍ରିମକୋର୍ଟରୁ ବି ଆଶ୍ୱସ୍ତି ନ ମିଳିବାରୁ ଗିରଫ ହେଲେ। ବୁଧବାର ଶୁଣାଣୀରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ତଦନ୍ତରେ ସୁମିତ ରାୟଙ୍କ ବ୍ୟାଙ୍କ ଖାତାରେ ବଡ଼ ପରିମାଣର ନଗଦ ଅର୍ଥାତ୍ ପ୍ରାୟ ୭୧ଲକ୍ଷ ଟଙ୍କା ଜମା ହୋଇଛି। ତଦନ୍ତରେ ମୋଟ୍ ଜମାର ପରିମାଣ ପ୍ରାୟ ୧୫ କୋଟି ଟଙ୍କା ହେବ। ତେବେ ଆସନ୍ତୁ ନଜର ପକାଇବା, ଶାଳବଣି ଜମି ଦୁର୍ନୀତି ମାମଲାଟି କଅଣ। CIDର ଅଭିଯୋଗ ଅନୁସାରେ, ସରକାରୀ ଜମିକୁ ଛୋଟ ଛୋଟ ପ୍ଲଟ୍ରେ ବିଭାଜନ କରି ବେଆଇନ ଭାବେ ବିକ୍ରି କରାଯାଇଥିଲା। ଏଥିରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ତଦନ୍ତ ହେଉଛି। ତଦନ୍ତକାରୀ ସଂସ୍ଥା ଏହି ଜମି କାରବାରର money trail ଏବଂ ମୋଟ କେତେ ଟଙ୍କାର କାରବାର ହୋଇଛି, ତାହାର ଖୋଳତାଡ଼ ଜାରି ରଖିଛି। ଏ ମାମଲାରେ ସୁମିତଙ୍କୁ ଅନେକ ଥର ପଚରାଉଚୁରା କରିଛି ସିଆଇଡି। ସାଲବୋନି ମାମଲାରେ ସୁମିତ ୯ଥର ସମନ ପାଇଥିଲେ ଓ ମୋଟ୍ ୮୮ ଘଣ୍ଟା ଜେରାର ସମ୍ମୁଖୀନ ହୋଇଥିଲେ। ସୁପ୍ରିମକୋର୍ଟର Chief Justice Surya Kant, Justice Joymalya Bagchi ଓ Justice V. Mohanaଙ୍କ ବେଞ୍ଚ ସୁମିତ ରାୟଙ୍କୁ ଗିରଫରୁ ସୁରକ୍ଷା ଦେବାକୁ ମନା କରିଥିଲେ। ଏହା ପରେ CID ଓ STF ଟିମ୍ ତାଙ୍କୁ କୋଲକାତାର କାଳୀଘାଟ ଅଞ୍ଚଳରୁ ଗିରଫ କରି CID ମୁଖ୍ୟାଳୟକୁ ନେଇଥିଲା। ୨୦୨୧ରେ ଜଣେ ବ୍ୟକ୍ତି ସାଲବୋନିରେ ଏକ ଜମିରେ ୱାଟର ପ୍ଲାଣ୍ଟ କରିବା ପାଇଁ ଜମି ଖୋଜିଥିଲେ। ଅଭିଯୋଗ ଅନୁସାରେ ସେ ତତ୍କାଳୀନ ମେଦିନୀପୁର ବିଧାୟକ ସୁଜୟ ହାଜରାଙ୍କ ସହ ଯୋଗାଯୋଗ କରିଥିଲେ। ସେଠାରେ ତାଙ୍କୁ ଜମି ନିଜର ବୋଲି ଦର୍ଶାଇ ଏକ ଚୁକ୍ତି ଦିଆଯାଇଥିଲା ଏବଂ ପ୍ରାୟ ₹୧୦ ଲକ୍ଷ ନିଆଯାଇଥିବା ଅଭିଯୋଗ ହୋଇଥିଲା। ପରେ ତଦନ୍ତରେ ଜଣାପଡ଼ିଥିଲା ଯେ, ଜମିଟି ବାସ୍ତବରେ ସରକାରୀ ଜମି ଥିଲା। ତଦନ୍ତ ବଢ଼ିବା ସହିତ ଅଭିଷେକ ବାନାର୍ଜୀଙ୍କ PA ସୁମିତ ରାୟଙ୍କ ନାମ ଆସିଥିଲା। CID ତାଙ୍କୁ ଏହି ଜମି କାରବାର ଓ ସମ୍ଭାବ୍ୟ ଆର୍ଥିକ ଲେନଦେନ ବିଷୟରେ ପଚରାଉଚରା କରିଥିଲା। ଅଗଷ୍ଟରେ ସେ ଅନେକଥର CID ସମ୍ମୁଖରେ ହାଜର ହୋଇଥିଲେ। ମାମଲାରେ cheating, criminal breach of trust, forgery, forged documents ବ୍ୟବହାର ଏବଂ criminal conspiracy ଭଳି ଅଭିଯୋଗ ରହିଛି। ସିଆଇଡି ନିଜ ତଦନ୍ତରେ କେଉଁ ସରକାରୀ ଜମିକୁ ବେଆଇନ ଭାବେ ବିକ୍ରି କରାଗଲା। ଜମିର ନକଲି ଦଲିଲ କିଏ ତିଆରି କରିଥିଲା। କେଉଁମାନେ ଏହି ଜମି କିଣିଥିଲେ? ଜମି ବିକ୍ରିରୁ କେତେ ଟଙ୍କା ଆସିଥିଲା? ସେହି ଟଙ୍କା କେଉଁ ଆକାଉଣ୍ଟକୁ ଯାଇଥିଲା? ସୁମିତ ରାୟଙ୍କ ଆକାଉଣ୍ଟରେ ମିଳିଥିବା ନଗଦ ଲେନଦେନର ଉତ୍ସ କ’ଣ? ଆଉ କେଉଁ ରାଜନୈତିକ ନେତା କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ଏଥିରେ ଜଡ଼ିତ? ଏ ସବୁ ଦିଗକୁ ତଦନ୍ତ ପରିସରଭୁକ୍ତ କରିଛି। ଏହି ମାମଲାରେ ପୂର୍ବତନ TMC ବିଧାୟକ ସୁଜୟ ହାଜରାଙ୍କ ନାମ ମଧ୍ୟ ଆସିଛି। ସେପ୍ଟେମ୍ୱର ୪ରେ CID ଏହି ଜମି ଦଖଲ ମାମଲାରେ ତାଙ୍କ ବିରୋଧରେ charge sheet ଦାଖଲ କରିଥିବା ରିପୋର୍ଟ ହୋଇଛି।
