Trump Dividend: ନାଗରିକଙ୍କୁ 5000 ଡଲାର ବାଣ୍ଟିବାକୁ ଟ୍ରମ୍ପଙ୍କ ବଡ଼ ଘୋଷଣା
ରିପବ୍ଲିକାନ୍ ଜିତିଲେ ଆମେରିକୀୟ ନାଗରିକଙ୍କୁ 5000 ଡଲାର ଦେବା ନେଇ ଟ୍ରମ୍ପଙ୍କ ‘ଟ୍ରମ୍ପ ଡିଭିଡେଣ୍ଡ’ ଯୋଜନା ଚର୍ଚ୍ଚାରେ। ନିର୍ବାଚନୀ ପ୍ରତିଶ୍ରୁତିକୁ ନେଇ ବଢ଼ିଲା ଚର୍ଚ୍ଚା।

ଡୋନାଲଡ ଟ୍ରମ୍ପ ଙ୍କ ସରକାର ଇରାନ ଯୁଦ୍ଧ ରେ ପାଇଁ ଅଡୁଆରେ,ଆମେରିକାରେ ତେଲ ଦର ଆକାଶଛୁଆଁ | ଏହି ପରିସ୍ଥିରେ ମିଡ଼-ଟର୍ମ ନିର୍ବାଚନ ରେ ଟ୍ରମ୍ପ ଙ୍କ ପାର୍ଟି କରୁଛି ଡେମୋକ୍ରେଟସ ସହ ମୁକାବିଲା | ଟ୍ରମ୍ପ ଏବେ ଭୋଟରଙ୍କୁ ଆକର୍ଷିତ କରିବାପାଇଁ ନୂଆ ଉପାୟ ଅପଣେଇଛନ୍ତି | ଆମେରିକା ର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବୁଧବାର ଦିନ ଆମେରିକାର ଯୁବ ନାଗରିକଙ୍କୁ ଦେଇଛନ୍ତି ବଡ ପ୍ରତିଶୃତି | ତାଙ୍କ ପାର୍ଟି ରିପବ୍ଲିକାନ ଯଦି ମିଡ଼ ଟର୍ମ ନିର୍ବାଚନରେ ଭଲ ପ୍ରଦର୍ଶନ କରି ଆମେରିକାର ସଂସଦ ରେ ନିଜ ଅକ୍ତିଆର ବଜାୟ ରଖିବାରେ ସଫଳ ହେଉଛି, ତାହେଲେ ସବୁ ଆମେରିକୀ ଯୁବ ନାଗରିକଙ୍କୁ କେନ୍ଦ୍ରୀୟ ସରକାରଙ୍କ ତରଫରୁ 5000 ଡଲାର ଦିଆଯିବ | ଭାରତୀୟ କରେନ୍ସି ରେ ଏହାର ମୂଲ୍ୟ ପ୍ରାୟ 4 ଲକ୍ଷ 75 ହଜାର ରୁ ଅଧିକ ହେବ | ଟେକ୍ସାସ ରେ ରିପବ୍ଲିକାନ ପାର୍ଟି ର ଲୋକମାନଙ୍କ ସହ କଥା ହେବାବେଳେ ଟ୍ରମ୍ପ କହିଛନ୍ତି ଯେ ' ଯଦି ରିପବ୍ଲିକାନ ଜିତୁଛି ତାହାଲେ ଆପଣ ମଧ୍ୟ ଆମ ସହ ଜିତିବେ ଆଉ ଆପଣଙ୍କୁ 5000 ଡଲାର ମିଳିବ ଯାହାକୁ 'ଟ୍ରମ୍ପ ଡ଼ିଭିଡ଼େଣ୍ଡ ' କୁହାଯିବ ' | କହିବା ବାହୁଲ୍ୟ ଯେ ନିର୍ବାଚନରେ ଏହି ପାର୍ଟି ଡେମୋକ୍ରେଟସ ପାର୍ଟି ସହ ସଂଘର୍ଷ କରୁଛି | ଏଏଫପି ର ରିପୋର୍ଟ ଅନୁସାରେ ଟ୍ରମ୍ପ ର ଏହି ରେବଡ଼ି ପଲିଟିକ୍ସ ର ଅନୁମାଙ୍କ ଖର୍ଚ୍ଚ $1 ଟ୍ରିଲିୟନ ରୁ ଅଧିକ ହୋଇପାରେ | କିନ୍ତୁ ଏହି ଟଙ୍କା କୋଉଠୁ ଆସିବ ଟ୍ରମ୍ପ ଏନେଇ କିଛି ଜଣାଇ ନାହାନ୍ତି ,କେବଳ କହିଛନ୍ତି ଯେ ଆମ ଦେଶ ବହୁତ ଟଙ୍କା ରୋଜଗାର କରୁଛି | ଡୋନାଲଡ ଟ୍ରମ୍ପ ଜୋର୍ ଦେଇ କହିଛନ୍ତି ଯେ 3 ନଭେମ୍ବର କୁ ହେବାକୁ ଯାଉଥିବା ନିର୍ବାଚନରେ ରିପବ୍ଲିକାନ କୁ ନିଜ ଓପିନିଅନ୍ ପୋଲ୍ ର ମତକୁ ଭୁଲ ସାବିତ୍ କରିବେ ଏବଂ କଂଗ୍ରେସ ର ଦୁଇଟିଯାକ ସଦନ ଉପରେ କବ୍ଜା ବନାଇ ରଖିବାରେ ସାହାର୍ଯ୍ୟ କରିବେ | ଟ୍ରମ୍ପ ନିଜେ ନିର୍ବାଚନ ଲଢ଼ୁଛନ୍ତି ବୋଲି ଲୋକ ମାନଙ୍କୁ ମାନିନେବା କୁ କହିଥିଲେ | ସୂଚନା ଅନୁସାରେ ଓପିନିଅନ୍ ପୋଲ୍ ରୁ ସଫା ସଫା ଜଣା ପଡୁଛି କି ଯେ ଟ୍ରମ୍ପଙ୍କର ଆପ୍ରୁଭାଲ ରେଟିଙ୍ଗ 30% ରୁ ନୀଚ୍ଚ ସ୍ତର ରେ ଅଛି | ଆମେରିକାର ଭୋଟର, ବଢୁଥିବା ଦରଦାମ ଓ ଇରାନ ବିରୁଦ୍ଧ ରେ ଯୁଦ୍ଧ କୁ ନେଇ ଅସନ୍ତୁଷ୍ଟ ଥିବାବେଳେ, 'ଡିସିସନ ଡେସ୍କ HQ ' ର ଅନୁମାନ କି ନଭେମ୍ବର ରେ ଡେମୋକ୍ରେଟସ, ହାଉସ (ଲୋକସଭା) ରେ 230-205 ରେ ଜିତିବ ଓ ସିନେଟ (ରାଜ୍ୟସଭା) ରେ 51-49 ରେ ତାଙ୍କ ପକ୍ଷ ରେ ପରିଣାମ ଆସିବ |
