PNB FAKE CURRENCY ISSUE:୧୭ କୋଟି ଜାଲି ନୋଟ୍ ମାମଲା: PNB ମ୍ୟାନେଜରଙ୍କୁ ଗିରଫ କଲା NIA
PNB କରେନ୍ସି ଚେଷ୍ଟରେ ୧୭ କୋଟିର ଜାଲି ନୋଟ୍ ମାମଲା: ଚଣ୍ଡିଗଡ଼ରୁ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କଲା NIA

ଉତ୍ତରପ୍ରଦେଶ ର ସହାରନପୁର ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର କରେନ୍ସି ଚେଷ୍ଟ୍ ରୁ ମିଳିଥିବା 17.9 କୋଟି ଟଙ୍କାର ଜାଲି ନୋଟ୍ ମାମଲାରେ ଏନଆଇଏ (NIA ) ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ଫେରାର ହୋଇଥିବା ବ୍ୟାଙ୍କ ମ୍ୟାନେଜର ତଥା FIR ରେ ଉଲ୍ଲେଖ ମୁଖ୍ୟ ଆରୋପି ଅମିତ କୁମାରଙ୍କୁ ଗିରଫ କରାଯାଇଥିବାବେଳେ , ମାମଲାରେ ସାମ୍ନାକୁ ଆସିଥିବା ବ୍ୟାଙ୍କ ର ସମ୍ପୃକ୍ତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି | ତେବେ NIA ର ଗିରଫଦାରି ପରେ ଆହୁରି ଅନେକ ଲୋକ ସାମିଲ ଥିବାର ସମ୍ଭାବନା ବଢି ଯାଇଛି | ସଦର ବଜାର ଥାନା ପୋଲିସ କୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର ସହାରନପୁର କରେନ୍ସି ଚେଷ୍ଟ ରୁ 17.9 କୋଟି ଟଙ୍କାର ନକଲି ଭାରତୀୟ ମୁଦ୍ରା ଜବତ ହେବା ସୂଚନା ମିଳିବାପରେ ଘଟଣାଟି 29 ଅଗଷ୍ଟ ରେ ସାମ୍ନାକୁ ଆସିଥିଲା | ପ୍ରାରମ୍ଭିକ ଯାଞ୍ଚ ବେଳେ ତିନି ଜଣଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବାପରେ ବ୍ୟାଙ୍କ ର ପ୍ରବନ୍ଧକ ସେମାନଙ୍କୁ ନିଲମ୍ବିତ କରିଥିଲେ ଓ ସଦର ବଜାର ଥାନାରେ ଏତଲା ରୁଜୁ କରିଥିଲେ। ପରେ NIA ସେପ୍ଟେମ୍ବର ୩ ରେ କେସ୍ କୁ ନିଜ ସ୍ତର ରେ ଆଉଥରେ ରୁଜୁ କରି ତଦନ୍ତ ଆରମ୍ଭ କରିଛି | ଯାଞ୍ଚ ସମୟରେ ଅମିତ କୁମାରଙ୍କୁ ଫେରାର୍ ଆରୋପି ଭାବରେ ଚିହ୍ନଟ କରାଯାଇ NIA ତାଙ୍କୁ ଚଣ୍ଡିଗଡ଼ ରୁ ଗିରଫ କରିଛି | ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (NIA ) ର ସୂଚନା ଅନୁଯାୟୀ ଯାଞ୍ଚ ଜାରି ରହିଛି ଏବଂ ଏଜେନ୍ସି ର ଲକ୍ଷ୍ୟ ଜାଲି କରେନ୍ସି ର ପୁରା ପର୍ଦ୍ଦାଫାଶ୍ କରିବା ଓ ମାମଲାରେ ସମ୍ପୃକ୍ତ ସବୁ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା। ଆଗାମୀ ଦିନରେ ଏହି ସମ୍ବନ୍ଧୀୟ ଆହୁରି ଗିରଫଦାରି ସଂଖ୍ଯା ବଢ଼ିବାର ସମ୍ଭାବନା ଥିଲା ବେଳେ ନକଲି ନୋଟ୍ ର ଏତେ ବଡ ମାମଲା ରେ କରେନ୍ସି ଚେଷ୍ଟ ର ବ୍ୟାଙ୍କିଂ କାମର ପରୀକ୍ଷା ନିରୀକ୍ଷା ଆରମ୍ଭ ରୁ ହିଁ ତଦନ୍ତ ପରିସରଭୁକ୍ତ ରହିଛି। ଏହି କ୍ରମରେ ଚେଷ୍ଟ ସହ ଜଡିତ ଶାଖା କର୍ମଚାରୀ ମାନଙ୍କ ମଧ୍ୟ ସମ୍ବନ୍ଧ ଥିବାର ସନ୍ଦେହ କରାଯାଉଛି | NIA ର ଟିମ ସମ୍ବନ୍ଧିତ କର୍ମଚାରୀ ମାନଙ୍କର ଦାୟିତ୍ୱ କଣ ଥିଲା ଓ କରେନ୍ସି ଚେଷ୍ଟ୍ ରେ ସେମାନଙ୍କର ଅଧିକାରୀକ ସମ୍ପର୍କ କେଉଁ ସ୍ତରରେ ଥିଲା ଜାଣିବାକୁ ଚେଷ୍ଟା କରୁଛି | ଯାଞ୍ଚ ର ଏକ ମୁଖ୍ୟ ସୋପାନ ବ୍ୟାଙ୍କ୍ ରେ ଟଙ୍କାର ଯିବା ଆସିବା , ନୋଟ ର ଗଣତି ଓ ସତ୍ୟାପନ ସହ ଯୋଡି ହେଇଥିବା ପ୍ରକ୍ରିୟା କୁହାଯାଉଛି | ସମ୍ବଧିତ ଦସ୍ତାବିଜ ଓ ବ୍ୟାଙ୍କିଙ୍ଗ ରେକର୍ଡ ର ଯାଞ୍ଚ ପରେ ଘଟଣା ସହ ଯୋଡିହୋଇଥିବା କର୍ମଚାରୀଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରାଯାଉଛି | ବ୍ୟାଙ୍କ ପରିସର ଓ ଆଖ ପାଖର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ ର ପରିସର ମଧ୍ୟରେ ଆସୁଛି | ଉତ୍ତରପ୍ରଦେଶ ର ସହାରନପୁର ର ଏଏସପି ଅଭିନନ୍ଦନ ସିଂ କହିଛନ୍ତି ଯେ ପୂର୍ବ ବ୍ୟାଙ୍କ ମ୍ୟାନେଜେର ଅମିତ କୁମାର ଙ୍କୁ NIA ଗିରଫ କରିଛି ଏହି ପ୍ରକରଣ ରେ ଏନଆଇଏ ଦ୍ୱାରା ଯାଞ୍ଚ କରାଯାଉଛି | ତଦନ୍ତ ରୁ ମିଳୁଥିବା ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |
