Emotional Moment: ମା’-ପୁଅଙ୍କ ଅତୁଟ ସ୍ନେହର ନିଆରା ଦୃଶ୍ୟ
ବଂଶୀର ସ୍ୱର ଶୁଣି ମା’ଙ୍କ ମୁହଁରେ ଫୁଟିଲା ହସ, ଭାବପ୍ରବଣ ହେଲେ ଅର୍ଜୁନ ମୁଣ୍ଡା!
ଜାମସେଦପୁରରେ ରାଜନୈତିକ ବ୍ୟସ୍ତତା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଏକ ଭାବପ୍ରବଣ ଦୃଶ୍ୟ ସାମ୍ନାକୁ ଆସିଛି | ସେ ନିଜର ଅସୁସ୍ଥ ମା’ଙ୍କ ପାଖରେ ବସି ବଂଶୀର ମଧୁର ସ୍ୱର ଶୁଣାଉଥିବା ନଜର ଆସିଛନ୍ତି | ବଂଶୀର ମଧୁର ଧ୍ୱନି ଶୁଣି ମା’ଙ୍କ ମୁହଁରେ ଫୁଟିଥିବା ହସ ଏହି ମୁହୂର୍ତ୍ତକୁ ଆହୁରି ସ୍ୱତନ୍ତ୍ର କରିଦେଇଛି | ମା’-ପୁଅଙ୍କ ମଧ୍ୟରେ ଥିବା ସ୍ନେହ ଓ ଭଲପାଇବାର ଏହି ମୁହୂର୍ତ୍ତକୁ ଅର୍ଜୁନ ମୁଣ୍ଡା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର କରିଛନ୍ତି । ସେ ଲେଖିଛନ୍ତି, “ମା’ ମୋ ଜୀବନର ସବୁଠାରୁ ଅମୂଲ୍ୟ ଆଶୀର୍ବାଦ। ତାଙ୍କର ସ୍ନେହ ମୋର ସବୁଠାରୁ ବଡ଼ ଶକ୍ତି, ତାଙ୍କ ଆଶୀର୍ବାଦ ମୋର ସମ୍ବଳ ଏବଂ ତାଙ୍କ ଜୀବନ ମୋ ପାଇଁ ସବୁଠାରୁ ବଡ଼ ପ୍ରେରଣା |”
ବୟସ୍କଙ୍କ ଏକାକୀପଣ ଭିତରେ ପ୍ରେରଣା ସାଜିଲେ ଅର୍ଜୁନ ମୁଣ୍ଡା
ଜୀବନର ଧାଁଦୌଡ଼ରେ ଅନେକ ବୟସ୍କ ବାପା-ମା’ ନିଜ ସନ୍ତାନଙ୍କଠାରୁ ଦୂରରେ ଏକାକୀ ଜୀବନ ବିତାଉଥିବା ଖବର ସାମ୍ନାକୁ ଆସୁଛି। ଏଭଳି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ନିଜର ବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ମା’ଙ୍କ ସହ ବିତାଇଥିବା ମୁହୂର୍ତ୍ତ ଏକ ପ୍ରେରଣା ସାଜିଛି।ଅସୁସ୍ଥ ମା’ଙ୍କ ମନରେ ଖୁସି ଭରିବା ପାଇଁ ସେ ବଂଶୀର ମଧୁର ସ୍ୱର ଶୁଣାଇଥିଲେ। ତାଙ୍କର ଏହି ଭାବପ୍ରବଣ ମୁହୂର୍ତ୍ତକୁ ଦେଖି ସୋସିଆଲ ମିଡିଆରେ ଅନେକ ପ୍ରଶଂସା କରୁଛନ୍ତି।
