NVS-03 : ବିଦେଶୀ GPSକୁ ଚ୍ୟାଲେଞ୍ଜ୍ ଦେବ ଭାରତର NavIC
NVS-03 ଉପଗ୍ରହର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ନୂଆ ସିଗନାଲ୍ କ୍ଷମତା | ଏହି ଉପଗ୍ରହ L1, L5 ଏବଂ S ବ୍ୟାଣ୍ଡରେ ସିଗନାଲ୍ ପ୍ରସାରଣ କରିବ। ପୂର୍ବରୁ NavIC ମୁଖ୍ୟତଃ L5 ଏବଂ S ବ୍ୟାଣ୍ଡରେ କାର୍ଯ୍ୟ କରୁଥିଲା। କିନ୍ତୁ NVS-03 ସାମିଲ ହେବା ପରେ ଏଥିରେ L1 ବ୍ୟାଣ୍ଡ ମଧ୍ୟ ଯୋଡ଼ି ହୋଇଛି |

ଭାରତ ପୁଣି ଥରେ ବିଶ୍ୱକୁ ନିଜର ବୈଜ୍ଞାନିକ କ୍ଷମତାରେ ଉପଲବ୍ଧି କରିଛି | ଏବେ ଭାରତ ବିଦେଶୀ ନେଭିଗେସନ୍ ସିଷ୍ଟମରେ ଭରସା କରି ରହିବାକୁ ପଡିବ ନାହିଁ | ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଦେଶ ପାଇଁ ସ୍ୱଦେଶୀ ନାଭିଗେସନ୍ ସିଷ୍ଟମ୍ (NavIC)କୁ ନୂଆ ଶକ୍ତି ଦେବା ପାଇଁ ଆଗାମୀ ପିଢ଼ିକୁ ନାଭିଗେସନ୍ ଉପଗ୍ରହ NVS-03 କୁ ଭୂ-ସମକାଳୀନ ସ୍ଥାନାନ୍ତର କକ୍ଷପଥ (GTO)ରେ ସ୍ଥାପିତ କରାଯାଇଛି | ଏହା ସହିତ ସ୍ଵଦେଶୀ NavIC ଅଧିକ ଶକ୍ତିଶାଳୀ ଓ ସଠିକ ହୋଇଯାଇଛି |
ଏହି ସଫଳତା ଭାରତର ଶକ୍ତି ଓ ଆତ୍ମନିର୍ଭରଶୀଳତାକୁ ପ୍ରଦର୍ଶନ କରୁଛି | ଅତ୍ୟାଧୁନିକ ଜ୍ଞାନକୌଶଳ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର ନକରି ନିଜସ୍ୱ କ୍ଷମତା ବଳରେ ଆଗକୁ ବଢ଼ୁଛି ଭାରତ | ଏବେ ଭାରତ ନିଜର ସ୍ୱଦେଶୀ ନାଭିଗେସନ୍ ଟେକ୍ନୋଲୋଜିର ବିଭାଗ କେବଳ ସେନା ଓ ବିଶେଷ ଟେକ୍ନୋଲୋଜି ଆବଶ୍ୟକତା ଯାଏଁ ସୀମିତ ନରଖି , ବାସ୍ତବରେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏହାର ଗୁରୁତ୍ୱ ବୃଦ୍ଧି ପାଇବ |
ଏହି ସଫଳତା ମାତ୍ର ଏକ ଉପଗ୍ରହକୁ ମହାକାଶରେ ଛାଡିବା ଉପଲବ୍ଧି ନୁହେ ବରଂ ଭାରତ ନିଜର ନାଭିଗେସନ୍ ନେଟୱର୍କକୁ ଆହୁରି ମଜବୁତ କରିବା ଓ ଟେକ୍ନୋଲୋଜିରେ ଆତ୍ମନିର୍ଭର ଦେଶ ସେହି ଦିଗରେ ଏହା ଏକ ନିର୍ଣ୍ଣାୟକ ପଦକ୍ଷେପ | ବିଦେଶୀ GPSର ନିର୍ଭରତା କମ କରିବା ପାଇଁ ଏହି ପଦକ୍ଷେପ ଭାରତର ରଣନୀତିକ ସ୍ୱାୟତ୍ତତାକୁ ମଧ୍ୟ ନୂତନ ଶକ୍ତି ଯୋଗାଇବ | ୫୦ ମିଟର ଉଚ୍ଚତା ବିଶିଷ୍ଟ ତିନିଟି ପର୍ଯ୍ୟାୟର GSLV-F18 ରକେଟ୍ ଗତକାଲି ରାତି ୧୧ଟା ୫୧ ମିନିଟ୍ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍ରୁ ସଫଳତାର ସହ ଉତ୍କ୍ଷେପଣ ହୋଇଥିଲା | ଏହା ୨,୨୩୨ କିଲୋଗ୍ରାମ ଓଜନର NVS-03 ଉପଗ୍ରହକୁ ନେଇ ମହାକାଶକୁ ଯାତ୍ରା କରିଥିଲା | ଉପଗ୍ରହଟିକୁ ନିର୍ଦ୍ଧାରିତ ଭୂ-ସମକାଳୀନ ସ୍ଥାନାନ୍ତରଣ କକ୍ଷପଥ (Geosynchronous Transfer Orbit-GTO)ରେ ସଫଳତାର ସହ ସ୍ଥାପନ କରି ମିଶନ୍କୁ ସମ୍ପୂର୍ଣ୍ଣ କରିଥିଲା |
NVS-03 ସବୁଠୁ ବଡ ଫାଏଦା ହେଉଛି ଏହାର ନୂଆ ସିଗ୍ନାଲ କ୍ଷମତା | ଏହା ଉପଗ୍ରହ L1,L5 ଏବଂ S ବ୍ୟାଣ୍ଡରେ ସିଗ୍ନାଲ ପ୍ରସାରଣ କରିବା | ଏପର୍ଯ୍ୟନ୍ତ NavIC ମୁଖ୍ୟତଃ L5 ଓ S ବ୍ୟାଣ୍ଡରେ କାର୍ଯ୍ୟ କରୁଥିଲା | କିନ୍ତୁ NVS-03 ମାଧ୍ୟମରେ ଏଥିରେ L1 ବ୍ୟାଣ୍ଡକୁ ମଧ୍ୟ ସାମିଲ କରାଯାଇଛି | L1ର ଫ୍ରୀକୁନ୍ସିର ବ୍ୟବହାର ସମସ୍ତ ବିଶ୍ୱରେ ସ୍ମାର୍ଟ ଫୋନ ,ସ୍ମାର୍ଟ ୱାଚ ,ଓ ଅନ୍ୟ ଆଧୁନିକ ପରିଧାନଯୋଗ୍ୟ ଉପକରଣଗୁଡ଼ିକରେ ବ୍ୟବହୃତ ହୁଏ | ଏହା ସାଧାରଣ ଲୋକଙ୍କୁ ମଧ୍ୟ ସ୍ୱଦେଶୀ ନାଭିଗେସନ୍ (ଦିଗ ନିର୍ଣ୍ଣୟ) ପ୍ରଯୁକ୍ତିବିଦ୍ୟାକୁ ସହଜରେ ବ୍ୟବହାର କରିବାକୁ ସକ୍ଷମ କରିବ | NVS-03 ଉପଗ୍ରହରେ ସ୍ୱଦେଶୀ ରୁବିଡିୟମ୍ ଆଟମିକ୍ କ୍ଲକ୍ (Rubidium Atomic Clock) ଲଗାଯାଇଛି। ଏହାକୁ ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ବିକଶିତ କରିଛି। ଉପଗ୍ରହ ନାଭିଗେସନ୍ ବ୍ୟବସ୍ଥାରେ ସମୟର ଅତ୍ୟନ୍ତ ସଠିକ୍ ଗଣନା ଗୁରୁତ୍ୱପୂର୍ଣ୍ଣ। କାରଣ ଉପଗ୍ରହରୁ ମିଳୁଥିବା ସିଗନାଲ୍ର ସମୟ ଅନ୍ତରକୁ ଆଧାର କରି ହିଁ କୌଣସି ସ୍ଥାନର ଅବସ୍ଥିତି ନିର୍ଣ୍ଣୟ କରାଯାଏ।
ଭାରତ ସୀମାଠାରୁ ୧,୫୦୦ କିମି ପର୍ଯ୍ୟନ୍ତ ମିଳିବ ସେବା
ଆମେରିକାର GPS ଭଳି NavIC ବ୍ୟବସ୍ଥାକୁ ଲୋକେସନ୍, ନାଭିଗେସନ୍ ଏବଂ ଟାଇମିଂ (PNT) ସେବା ଯୋଗାଇବା ପାଇଁ ବିକଶିତ କରାଯାଇଛି | ଏହାର କଭରେଜ୍ ଭାରତ ସହ ଏହାର ସୀମାଠାରୁ ପ୍ରାୟ ୧,୫୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ସଡ଼କ ପରିବହନ, ସାମୁଦ୍ରିକ ନାଭିଗେସନ୍, ବିମାନ ଚଳାଚଳ, ବିପର୍ଯ୍ୟୟ ପରିଚାଳନା ଏବଂ ରଣନୈତିକ କାର୍ଯ୍ୟକଳାପରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିପାରେ।
NVS-02ର ବୈଷୟିକ ତ୍ରୁଟିରୁ ମିଳିଲା ଶିକ୍ଷା
ପୂର୍ବ ଅଭିଜ୍ଞତାରୁ ଶିକ୍ଷା ନେଇ ଏହି ମିଶନ୍ରେ କିଛି ବୈଷୟିକ ପରିବର୍ତ୍ତନ ମଧ୍ୟ କରାଯାଇଛି। ଜାନୁଆରୀ ୨୦୨୫ରେ NVS-02 ମିଶନ୍ ସମୟରେ କନେକ୍ଟରରେ ତ୍ରୁଟି ଯୋଗୁଁ ଉପଗ୍ରହର ପ୍ରୋପଲସନ୍ ସିଷ୍ଟମ୍ ଆଶାନୁରୂପ କାମ କରିପାରିନଥିଲା | ଫଳରେ ଉପଗ୍ରହକୁ ନିର୍ଦ୍ଧାରିତ ଚୂଡ଼ାନ୍ତ କକ୍ଷପଥରେ ପହଞ୍ଚାଇବାରେ ସମସ୍ୟା ଦେଖାଦେଇଥିଲା। ଏଭଳି ସମସ୍ୟାର ପୁନରାବୃତ୍ତି ରୋକିବା ପାଇଁ NVS-03ରେ ସ୍ୱତନ୍ତ୍ର ଇଞ୍ଜିନିୟରିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି।
'ନଟି ବୟ' ଚ୍ୟାଲେଞ୍ଜ ମଧ୍ୟରେ GSLVର ଗୁରୁତ୍ୱପୂର୍ଣ୍ଣ ଉଡ଼ାଣ
NVS-03ର ଉତ୍କ୍ଷେପଣ GSLV-F18 ରକେଟ୍ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା | ଏହା GSLVର ୨୦ତମ ଉଡ଼ାଣ। GSLV Mk-II ଆରମ୍ଭରୁ ଏହାର କ୍ରାୟୋଜେନିକ୍ ତୃତୀୟ ପର୍ଯ୍ୟାୟର ବୈଷୟିକ ଜଟିଳତା ଯୋଗୁଁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିଥିଲା | ଏହି କାରଣରୁ ଏହାକୁ ଅନୌପଚାରିକ ଭାବେ 'ନଟି ବୟ' ନାମ ଦିଆଯାଇଥିଲା। ତେବେ ଭାରତୀୟ ବୈଜ୍ଞାନିକମାନେ ନିରନ୍ତର ପରୀକ୍ଷଣ, ବୈଷୟିକ ସୁଧାର ଓ ଅଭିଜ୍ଞତା ଆଧାରରେ ଏହି ଉତ୍କ୍ଷେପଣ ଯାନର କ୍ଷମତାକୁ ଆହୁରି ବୃଦ୍ଧି କରିଛନ୍ତି।
GSLV-F18ର ସଫଳତା ଦର୍ଶାଉଛି ଯେ, ଜଟିଳ କ୍ରାୟୋଜେନିକ୍ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ନିଜର ଦକ୍ଷତାକୁ କ୍ରମାଗତ ଭାବେ ମଜବୁତ କରୁଛି। ଭବିଷ୍ୟତର ମହାକାଶ ଅଭିଯାନ ପାଇଁ ମଧ୍ୟ ଏହି ସଫଳତା ବେଶ୍ ଗୁରୁତ୍ୱପୂର୍ଣ୍ଣ।
PM ମୋଦି ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଜଣାଇଲେ ଅଭିନନ୍ଦନ
PM ମୋଦି ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଏହାର NVS-03 କୁ ନେଇ ଯାଇଥିବା GSLV-F18 ସଫଳ ଉତ୍କ୍ଷେପଣ ପାଇଁ ଅଭିନନ୍ଦନ ଜଣାଇଲେ | ଏହି ମିଶନ ରେ ନେଭିଗେସନ୍ ସାଟେଲାଇଟ୍ NVS-03କୁ ସଫଳାତା ପୂର୍ବକ ମହାକାଶକୁ ପାଠ ଯାଇଥିଲା | ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ସାଟେଲାଇଟ୍ ISROର ଏକ ସଫଳ ଉତ୍କ୍ଷେପଣରେ ତାଙ୍କୁ ଶୁଭକାମନା ଦେଇ କହିଥିଲେ ନିଜର ନାଭିଗେସନ ସିଷ୍ଟମ ତିଆରି କରିବାରେ ସାହାର୍ଯ୍ୟ ମିଳିବ | ଏହି ମିଶନ ସ୍ୱଦେଶୀ ସାଟେଲାଇଟ୍ ନାଭିଗେସନ ସିଷ୍ଟମକୁ NavIC କୁ ମଜବୁତ କରିବାର ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ | ଉତ୍କୃଷ୍ଟ କ୍ଷମତା ସହିତ ସଜ୍ଜିତ, NVS-03 ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଆମର ପ୍ରୟାସକୁ ଆଗକୁ ବଢ଼ାଇବ ଓ ଏମିତି ନାଭିଗେସନ୍ ସେବାରେ ସହାୟକ ହେବ, ଯାହା ଦ୍ୱାରା ଆମ ଲୋକମାନେ ଉପକୃତ ହେବେ |
ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ଏହି ଚମତ୍କାର ସଫଳତା ମହାକାଶ ଜ୍ଞାନକୌଶଳ କ୍ଷେତ୍ରରେ ଭାରତର ବଢ଼ୁଥିବା ଦକ୍ଷତାକୁ ପ୍ରଦର୍ଶନ କରୁଛି।ନିଜ ସୋସିଆଲ ମିଡିଆ ପୋଷ୍ଟରେ ସେ ଆହୁରି ଉଲ୍ଲେଖ କରିଥିଲେ ଯେ, ଭାରତର ନିଜସ୍ୱ ସ୍ୱଦେଶୀ ନାଭିଗେସନ୍ କ୍ଷମତାକୁ ମଜବୁତ କରିବା ଦିଗରେ ଦେଶର ଦୃଢ଼ ସଂକଳ୍ପକୁ ଏହି ସଫଳତା ପ୍ରତିଫଳିତ କରୁଛି।
