Helicopter Crash: ଚମୋଲି ହେଲିକପ୍ଟର ଦୁର୍ଘଟଣାରେ ୬ ମୃତ
ବଦ୍ରିନାଥରୁ ଡେରାଡୁନ୍ ଯାଉଥିବା ହେଲିକପ୍ଟର ନିଖୋଜ। ପାଇଲଟଙ୍କ ସମେତ ୬ ଯାତ୍ରୀଙ୍କ ମିଳୁନି ପତ୍ତା। ଅନ୍ୟ ହେଲିକପ୍ଟରକୁ ନିୟୋଜିତ କରି ସର୍ଚ୍ଚ ଅପରେସନ ଜାରି ରଖିଛି ପ୍ରଶାସନ। ଉତ୍ତରାଖଣ୍ଡର ଚମୋଲିରୁ ଆସିଛି ସୂଚନା। ବଦ୍ରିନାଥରୁ ୨.୧୫ରେ ଛାଡ଼ିଥିଲା ହେଲିକପ୍ଟର। ପ୍ରବଳ ବରଫପାତରୁ ହାତୀ ପର୍ବତ ଏରିଆ ପାଖରେ ବିଛିନ୍ନ ହେଲା ଯୋଗାଯୋଗ। ରାଜ୍ୟ ରେସକ୍ୟୁ ଟିମ୍ ଓ ଆର୍ମିକୁ ରେସକ୍ୟୁ ଅପରେସନରେ କରାଗଲା ମୁତୟନ।
ଉତ୍ତରାଖଣ୍ଡର ଚମୋଲି ଜିଲ୍ଲା ଅନ୍ତର୍ଗତ ଜୋଶୀମଠ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । 'ଟ୍ରାନ୍ସ ଭାରତ ଆଭିଏସନ' ଦ୍ୱାରା ପରିଚାଳିତ ଏହି ହେଲିକପ୍ଟରଟି (VT-HCX) ବଦ୍ରିନାଥ ଧାମରୁ ତୀର୍ଥଯାତ୍ରୀ ମାନଙ୍କୁ ନେଇ ଫେରୁଥିବା ସମୟରେ ଚାଇଁ ଗ୍ରାମ ଏବଂ ହାତୀ ପର୍ବତ ନିକଟରେ କ୍ରାସ ହୋଇଥିବା ଜଣାପଡ଼ିଛି । ହେଲିକପ୍ଟରରେ ଜଣେ ପାଇଲଟ୍ ଏବଂ ୫ ଜଣ ତୀର୍ଥଯାତ୍ରୀଙ୍କୁ ମିଶାଇ ସମୁଦାୟ ୬ ଜଣ ଲୋକ ଥିଲେ, ଏବଂ ପ୍ରାଥମିକ ରିପୋର୍ଟ ଅନୁଯାୟୀ ସମସ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ହେଲିକପ୍ଟରଟି ଅପରାହ୍ନ ପ୍ରାୟ ୧ଟା ୧୪ ମିନିଟରେ ବଦ୍ରିନାଥରୁ ଦେହରାଦୁନର ସହସ୍ରଧାରା ଅଭିମୁଖେ ଉଡ଼ାଣ ଭରିଥିଲା। କିନ୍ତୁ ଯୋଶୀମଠ ଉପତ୍ୟକା ଉପରେ ଉଡ଼ାଣ ସମୟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହାପରେ ଟ୍ରାକିଂ ସିଷ୍ଟମ୍ରେ ମଧ୍ୟ ଏହାର ଲୋକେସନ୍ ମିଳିନଥିଲା।ଭାରତୀୟ ସେନା ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଯୋଶୀମଠ ନିକଟରେ ହେଲିକପ୍ଟର ଦୁର୍ଘଟଣା ହୋଇଥିବା ସ୍ପଷ୍ଟ କରିଛନ୍ତି। ଉତ୍ତରାଖଣ୍ଡର ଅନେକ ଅଞ୍ଚଳରେ ଏବେ ଖରାପ ପାଣିପାଗ ରହିଛି। ବିଭିନ୍ନ ସ୍ଥାନରେ ବର୍ଷା ଓ ତୁଷାରପାତ ହେଉଛି। ତେବେ ଏହି ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାର ସୂଚନା ମିଳିବା ପରେ ପୋଲିସ ଓ ଜିଲ୍ଲା ପ୍ରଶାସନର ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳକୁ ଯାଇଛନ୍ତି।ଅଞ୍ଚଳରେରେ SDRF, NDRF, ସ୍ଥାନୀୟ ପ୍ରଶାସନ ଏବଂ ଭାରତୀୟ ସେନା (Indian Army) ର ଟିମ୍ ପଠାଯାଇ ଉଦ୍ଧାର ଓ ସର୍ଚ୍ଚ ଅପରେସନ ଜାରି ରହିଛି।
କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ, ୨୦୨୦ରୁ ଜୁଲାଇ ୨୦୨୫ ମଧ୍ୟରେ ଉତ୍ତରାଖଣ୍ଡରେ ୭ଟି ହେଲିକପ୍ଟର ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାଗୁଡ଼ିକରେ ୨୧ ଜଣଙ୍କ ଜୀବନ ଯାଇଥିଲା।ସେହିପରି ୨୦୨୩ରୁ ୨୦୨୫ ମଧ୍ୟରେ ୬ଟି ହେଲିକପ୍ଟର ଦୁର୍ଘଟଣା ଘଟିଥିଲା। ତେବେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କୀୟ ଖବର ସାମ୍ମାକୁ ଆସିଛି। ଯେଉଁଥିରେ ଅନେକ ପ୍ରମୁଖ ବ୍ୟକ୍ତି ବିଶେଷ ହେଲିକପ୍ଟର କ୍ରାସ ଯୋଗୁଁ ପ୍ରାଣ ହରାଇଛନ୍ତି । ଭାରତ ଇତିହାସର ପ୍ରମୁଖ ହେଲିକପ୍ଟର ଦୁର୍ଘଟଣା ଗୁଡିକ ଭିତରେ ରହିଛି ୮ ଡିସେମ୍ବର ୨୦୨୧ ଦୁର୍ଘଟଣା ଯେଉଁଥିରେ ତାମିଲନାଡୁର କୁନ୍ନୁର ନିକଟରେ ଭାରତୀୟ ବାୟୁସେନାର Mi-17V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଜେନେରାଲ ବିପିନ ରାବତ, ତାଙ୍କ ପତ୍ନୀ ମଧୁଲିକା ରାବତ ଏବଂ ଓଡ଼ିଆ ଯବାନ ରାଣା ପ୍ରତାପ ଦାସଙ୍କ ସମେତ ୧୪ ଜଣ ପ୍ରାଣ ହରାଇଥିଲେ।ସେହିଭଳି 2009 ରେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇ. ଏସ୍. ରାଜଶେଖର ରେଡ୍ଡୀଙ୍କୁ ନେଇ ଯାଉଥିବା Bell 430 ହେଲିକପ୍ଟରଟି କୁର୍ଣ୍ଣୁଲର ନଲ୍ଲାମାଲା ଜଙ୍ଗଲରେ କ୍ରାସ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।ଲୋକସଭାର ତତ୍କାଳୀନ ବାଚସ୍ପତି ବାଲାଯୋଗୀ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ ଏକ Bell 206 ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।
୨୦୦୫ ରେ ହରିୟାଣାର ତତ୍କାଳୀନ ମନ୍ତ୍ରୀ ତଥା ବିଶିଷ୍ଟ ଶିଳ୍ପପତି ଓ. ପି. ଜିନ୍ଦଲ ଏବଂ କୃଷି ମନ୍ତ୍ରୀ ସୁରେନ୍ଦ୍ର ସିଂହ ଉତ୍ତରପ୍ରଦେଶର ସହାରନପୁର ନିକଟରେ ଏକ ଚପର କ୍ରାସରେ ମୃତ୍ୟୁବରଣ କରିଥିଲେ。ସେହିଭଳି ୧୯୬୩ ପୁଞ୍ଚ୍ (କାଶ୍ମୀର) ଦୁର୍ଘଟଣା ଭାରତୀୟ ସାମରିକ ଇତିହାସର ଏହା ଏକ ବଡ଼ ଧକ୍କା ଥିଲା। ଏହି ଦୁର୍ଘଟଣାରେ ଲେଫ୍ଟନାଣ୍ଟ ଜେନେରାଲ ଦୌଲତ ସିଂହ, ଲେଫ୍ଟନାଣ୍ଟ ଜେନେରାଲ ବିକ୍ରମ ସିଂହ ଏବଂ ଏୟାର ଭାଇସ ମାର୍ଶଲ ଇରଲିକ ପିଣ୍ଟୋଙ୍କ ସମେତ ୬ ଜଣ ବରିଷ୍ଠ ସେନା ଅଧିକାରୀ ଶହୀଦ ହୋଇଥିଲେ। ଏହାପରେ ସରକାର ବରିଷ୍ଠ ଅଧିକାରୀମାନଙ୍କୁ ଏକାଠି ଯାତ୍ରା କରିବାକୁ ବାରଣ କରିଥିଲେ।ତେବେ ହେଲିକପ୍ଟର କ୍ରାସର ମୁଖ୍ୟ କାରଣ ଗୁଡିକ ସାଧାରଣତ ଖରାପ ପାଗ, ବୈଷୟିକ ତ୍ରୁଟି, ମାନବୀୟ ଭୁଲ ବା ପାଇଲଟ ଏରର ଯୋଗୁଁ ଘଟିଥାଏ।
