କଟକ ଜିଲ୍ଲା ସାଲେପୁରର ଜପକୁଦ ବଜାରରେ ଗ୍ୟାସ୍ ଲିକ୍ରୁ ଦୁର୍ଘଟଣା ଘଟି ମହିଳା, ପୁରୁଷ ଓ ଶିଶୁଙ୍କ ସମେତ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି |
ବିପଦସଂକୁଳ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳ। ଛାତରୁ ପ୍ଲାଷ୍ଟର ଖସି ଦେଖାଗଲାଣି ରଡ୍, ଆଉ କେଉଁଠି ପିଲରର ଅବସ୍ଥା ଶୋଚନୀୟ। ଜରାଜୀର୍ଣ୍ଣ ଅବସ୍ଥାରେ କଟକ ଜିଲ୍ଲା ସାଲେପୁର ବ୍ଲକ ଓଡାସିଂହ ପଞ୍ଚାୟତର ଯତୀନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳ।
ସାଲେପୁରର ଗୁଆଳିନାସୀ ନଦୀ ମୁହାଣରେ ଚିତ୍ରୋତ୍ପଳାର ତୀବ୍ର ସ୍ରୋତ ସବୁକିଛି ଭସାଇ ନେଉ। କାମ କରୁନି ଅସ୍ଥାୟୀ ବନ୍ଧ ନିର୍ମାଣ। ଗୁଆଳିନାସୀ ନଦୀ ମୁହାଣ ସୁରକ୍ଷାରେ ନାକେଦମ ଜଳସମ୍ପଦ ବିଭାଗ, ଶୀଘ୍ର ସ୍ଥାୟୀ ସମାଧାନ ଦାବି ପାଇଁ ଦାବି କଲେ ଚାଷୀ ଓ ଅଞ୍ଚଳବାସୀ।