ଦଶହରାରେ ରାବଣ ପୋଡ଼ିବାର ପରମ୍ପରାକୁ ନେଇ ଦିଲ୍ଲୀରେ ଏଥର ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ୩୦ ଫୁଟ୍ର କାକରୋଚ୍ ପୁତଳା, ଅନ୍ୟପଟେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ମୁହଁ ଥିବା ରାବଣ ପୁତଳାକୁ ନେଇ ଚର୍ଚ୍ଚା ବଢ଼ିଛି।
ଦଶହରାରେ ଚାରିଆଡ଼େ ମା’ ଦୁର୍ଗାଙ୍କ ଆରାଧନା। ହେଲେ ନୟାଗଡ଼ର ପୁରୁଣା ସହରରେ ଦେଖିବାକୁ ମିଳେ ଏକ ଭିନ୍ନ ପରମ୍ପରା। ଏଠାରେ ମା’ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି ଦେବଦେବ ମହାଦେବ ଓ ମା’ ପାର୍ବତୀ।
ମୂଳାଷ୍ଟମୀରୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହେଲା ଶାରଦୀୟ ପାର୍ବଣ, ଷୋଡ଼ଶ ଉପଚାରରେ ପୂଜା ପାଉଛନ୍ତି ମା’। କାକଟପୁର, କଟକ ଓ ପୁରୀରେ ସ୍ୱତନ୍ତ୍ର ନୀତିକାନ୍ତି।