ବରଗଡ଼ର ଗଳିକନ୍ଦି ପୁଣି ପାଲଟିବ ମଥୁରା ନଗରୀ, ମଞ୍ଚରେ ଗର୍ଜିବେ ମହାରାଜ କଂସ। ବିଶ୍ଵ ପ୍ରସିଦ୍ଧ ଧନୁ ଯାତ୍ରା ପାଇଁ ଘୋଷଣା ହେଲା ତାରିଖ l ଜାନୁଆରୀ ୧୨ରୁ ଜାନୁୟାରୀ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ ବରଗଡ ଧନୁଯାତ୍ରା l ତାରିଖ ଘୋଷଣା କରିଛନ୍ତି, ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ l ତେବେ ତାରିଖ ଘୋଷଣା ସହ ଏଥର ମହାରାଜ କଂସଙ୍କ ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ପବିତ୍ର ମହାଳୟା। ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ବରଗଡର ଅଧିଷ୍ଠାତ୍ରି ଦେବୀ ମା’ ସମଲେଶ୍ୱରୀ । ଭକ୍ତଙ୍କ ପ୍ରବଳ ଭିଡ଼। ଆରମ୍ଭ ହେବ ନବଦିନାତ୍ମକ ଶାରଦୀୟ ପୂଜା।
କଳା, ସଂସ୍କୃତି ଓ ଐତିହ୍ୟର ଗନ୍ତାଘର ବରଗଡ଼। ଅସୁରଗଡ଼ରେ ଖନନରୁ ମିଳିଛି ପ୍ରାଚୀନ ମୁଦ୍ରା, ମାଟିପାତ୍ର, ଅସ୍ତ୍ରଶସ୍ତ୍ର ସହ ବହୁ କୀର୍ତ୍ତିରାଜି। ଦୁଇ ହଜାର ବର୍ଷର ଏହି ପ୍ରାଚୀନ କୀର୍ତ୍ତିରାଜି ଏବେ ସଂରକ୍ଷଣ ଅପେକ୍ଷାରେ ।