ବୋମାଫୁଟି ଛିଣ୍ଡିଗଲା ଯୁବକଙ୍କ ଦୁଇ ପାପୁଲି।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଣ୍ଡତଇଳାରେ ଅଘଟଣ। ଜନ୍ତୁଶିକାର ପାଇଁ ଭିଡୁଥିଲେ ବୋମା, ବୋମାଫୁଟି ଛିଣ୍ଡିଗଲା ଯୁବକଙ୍କ ଦୁଇ ପାପୁଲି। ଅନ୍ୟ ଦୁଇ ସହଯୋଗୀ ଆହତ।
S
By Subhadra DasPublished: Jun 19, 2026, 12:49 PM •1 min read •4 Views
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଣ୍ଡତଇଳାରେ ଜନ୍ତୁଶିକାର ପାଇଁ ବୋମା ଭିଡୁଥିବା ବେଳେ ବୋମାଫୁଟି ଯୁବକଙ୍କ ଦୁଇ ହାତର ପାପୁଲି ଛିଣ୍ଡି ଯାଇଛି । ଏହି ଅଘଟଣରେ ଦୁଇ ଯୁବକ ଆହତ ହୋଇଛନ୍ତି। ଗଣ୍ଡତଇଳା ଦଳିତବସ୍ତିର ବୀରେନ୍ଦ୍ର ନାଏକଙ୍କ ସହ ଅନ୍ୟ ଦୁଇ ଜଣ ସହଯୋଗୀ ଜନ୍ତୁଶିକାର ନିମନ୍ତେ ବୋମା ତିଆରି କରୁଥିଲେ। ବୀରେନ୍ଦ୍ର ବୋମାକୁ ଜୋରରେ ବାନ୍ଧୁଥିବା ବେଳେ ହଟାତ ବୋମାଟି ଫୁଟି ଯାଇଥିଲା। ଫଳରେ ବୀରେନ୍ଦ୍ରଙ୍କ ଦୁଇହାତର ପାପୁଲି ଛିଣ୍ଡି ଯାଇଥିବା ବେଳେ ଅନ୍ୟ ଦୁଇ ସହଯୋଗୀ ପୋଡି ହୋଇ ଆହତ ହୋଇଛନ୍ତି। ଗୁରୁତର ବୀରେନ୍ଦ୍ରଙ୍କୁ ଚିକିତ୍ସା ନିମନ୍ତେ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ଅନ୍ୟ ଦୁଇ ସହଯୋଗୀ ଭୟରେ ମେଡିକାଲକୁ ନଆସି କେଉଁଆଡେ ଚାଲି ଯାଇଛନ୍ତି। ତେବେ ଖବର ପାଇ ଡିହଡୋଳ ଫରେଷ୍ଟର ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ଯେଉଁ ମାନେ ବୋମା ତିଆରିରେ ସାମିଲ ଥିଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଫରେଷ୍ଟର ସୂଚନା ଦେଇଛନ୍ତି।
S
Subhadra DasContent Writer
Comments0
Leave a Reply
Loading comments...
