ନୀଳଗିରିରେ ବାଘ ଆକ୍ରମଣରେ ଯୁବକ ଗୁରୁତର
ନୀଳଗିରି କୁଳଡିହା ଅଭୟାରଣ୍ୟ ପାର୍ଶ୍ୱରେ ବାଘ ଆକ୍ରମଣ। ଗୋରୁ ଆଣିବାକୁ ଯାଇ ବାଘ ଆକ୍ରମଣର ଶିକାର ଯୁବକ । ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର ।
S
By Subhadra DasPublished: Jul 25, 2026, 01:03 PM •1 min read •6 Views
ବାଲେଶ୍ୱର: ନୀଳଗିରି କୁଳଡିହା ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ବାଲିଆନାଳ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ଆଜି ନଟାପଡ଼ା ଗ୍ରାମର ସୁନିଲ ସିଂ ନିକଟସ୍ଥ ବାଲିଆନାଳ ଅଞ୍ଚଳରେ ଥିବା ଚାଷଜମିରେ ହଳ କାମ ସାରିବା ପରେ ଗୋରୁମାନଙ୍କୁ ଚରିବାକୁ ଛାଡ଼ିଥିଲେ। ଗୋରୁଗୁଡ଼ିକ ଜମି ନିକଟବର୍ତ୍ତୀ ଜଙ୍ଗଲକୁ ପଶିଯିବାରୁ ସେ ସେମାନଙ୍କୁ ଆଣିବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ଏକ ବାଘ ତାଙ୍କ ଉପରେ ଆକ୍ରମଣ କରିଥିଲା। ସୁନିଲ ବାଘ ସହ ସାହସିକ ଭାବେ ଲଢ଼ିବା ସହ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ନିକଟରେ କାମ କରୁଥିବା ଅନ୍ୟ ଚାଷୀମାନେ ଘଟଣାସ୍ଥଳକୁ ଦୌଡ଼ି ଯାଇ ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। ଆହତ ସୁନିଲଙ୍କୁ ପ୍ରଥମେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
S
Subhadra DasContent Writer
Comments0
Leave a Reply
Loading comments...
