୬ ମହଲାରୁ ଶିଶୁକୁ କୋଳରେ ଧରି ଡେଇଁ ପଡ଼ିଲେ ସଫ୍ଟୱେୟାର ଇଞ୍ଜିନିୟର ମହିଳା

ହାଇଦ୍ରାବାଦର ମିୟାପୁର ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ୬ ମହଲାରୁ ଡେଇଁ ଜୀବନ ହାରିଛନ୍ତି ୩୭ ବର୍ଷୀୟା ମହିଳା ସଫ୍ଟୱେୟାର ଇଂଜିନିୟର । ମହିଳା ନିଜର ୬ ମାସର ଶିଶୁକୁ କୋଳରେ ଧରି ଏକ ଆପାର୍ଟମେଣ୍ଟର ୬ ମହଲାରୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । କିନ୍ତୁ ମହିଳା ଡେଇଁବା ପରେ ଛୁଆଟି କୋଳରୁ ଛିଟକି ଅନ୍ୟ ଜାଗାରେ ପଡିଥିଲା । ଫଳରେ ଛୁଆଟିର ଜୀବନ ବଞ୍ଚିଯାଇଥବା ବେଳେ ମହିଳାଙ୍କ ଜୀବନ ଚାଲିଯାଇଛି । ମୃତ ମହିଳାଙ୍କ ପରିଚୟ ଇଶା ସାହୁ ବୋଲି ଜଣାପଡ଼ିଛି। ଖବର ମୁତାବକ, ମିୟାପୁର ମୟୁରୀ ନଗରରେ ଥିବା ସ୍ଥିତ ଲକ୍ଷ୍ମୀ ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ଈଶା ରହୁଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଇଶା ଶିଶୁକୁ କୋଳରେ ଧରି ଉପର ମହଲାରୁ ଡେଇଁ ପଡ଼ିଥିଲେ। ଘଟଣା ପରେ ଆଖାପାଖରେ ଥିବା ଲୋକ ଦୌଡି ଆସି ପିଲାକୁ ଚିକିତ୍ସା ପାଇଁ କେପିଏଚବି ସ୍ଥିତ ଏକ ହସ୍ପିଟାଲକୁ ନେଇଥିଲେ। ଡାକ୍ତରମାନଙ୍କ ସୂଚନା ଅନୁଯାୟୀ, ଏବେ ପିଲାଟି ବିପଦ ମୁକ୍ତ ରହିଥିବା ଡାକ୍ତର କହିଛନ୍ତି । ପୋଲିସ କହିବା ମୁତାବକ, ଇଶା ଗତ କିଛି ମାସ ଧରି ଇସୋମନିୟା (ନିଦ ନ ଆସିବା) ରୋଗରେ ପୀଡିତ ଥିଲେ । ତେଣୁ ରାତି ରାତି ଶୋଉନଥିଲେ । ପୋଲିସ ସନ୍ଦେହ କରୁଛି ଯେ, ଦୀର୍ଘଦିନର ମାନସିକ ଚାପ ଓ ନିଦ୍ରା ସମସ୍ୟା ହେବା କାରଣରୁ ଡିପ୍ରେସନରେ ରହୁଥିଲେ । ତେଣୁ ଏଭଳି ପଦକ୍ଷେପ ନେଇଛନ୍ତି । ଏହି ଘଟଣାର ଏକ କାରଣ ହୋଇପାରେ। ତେବେ ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ପୋଲିସ ନେଇ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ମାମଲା ରୁଜୁ କରିବା ପରେ ଆପାର୍ଟମେଣ୍ଟରେ ଥିବା ଲୋକ ଏବଂ ପରିବାରକୁ ପଚରାଉଚରା କରୁଛି । ଘଟଣାର ପ୍ରକୃତ କାରଣ ଖୋଜିବାକୁ ଚେଷ୍ଟା କରୁଛି ପୋଲିସ ।
