MUMBAI LOCAL TRAIN : ମୁମ୍ବାଇର ଲୋକାଲରେ ଜୀବନକୁ ବାଜି , ଭିଡ ଭିତରୁ ଟ୍ରେନରୁ ଖସିଲେ ମହିଳା |
ମୁମ୍ବାଇର ଲୋକାଲ ଟ୍ରେନରେ ଭୟଙ୍କର ଭିଡରେ ମହିଳା ଖସିବା ପରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ |

ମୁମ୍ବାଇର ଲୋକାଲ ଟ୍ରେନରେ ଭୟଙ୍କର ଭିଡରେ ମହିଳା ଖସିବା ପରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ | ମୁମ୍ବାଇର ଲୋକାଲ ଟ୍ରେନରେ ବଢୁଥିବା ଭିଡକୁ ନେଇ ପୁଣି ଆଉଥରେ ଦୁର୍ଘଟଣାର ମାମଲା ସାମ୍ନାକୁ ଆସିଛି | ଗତ କାଲି ସକାଳେ ମୁବ୍ରା ପାଖରେ ଏକ ମହିଳା ଚାଲୁଥିବା ଲୋକାଲ ଟ୍ରେନରୁ ପଡି ଯାଇଥିବାର ଘଟଣା ସାମ୍ନାକୁ ଆସିଛି | ମହିଳାଜଣକୁ କେବଳ ମାମୁଲି ଆଘତ ଲାଗିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ନୁହେଁ ବୋଲି କୁହାଯାଇଛି | ସୂଚନା ଅନୁସାରେ ଏହି ଘଟଣା ସକାଳ ୭.୫୬ରେ ଡୋମ୍ଵିଵଲୀରୁ CSMT ଯାଉଥିବା ଲୋକାଲ ଟ୍ରେନ ଥିଲା | ଟ୍ରେନ ମୁମ୍ବା ପାଖରେ ସିଗ୍ନାଲରେ ରହିଥିଲା ଏବଂ ସେହି ସମୟରେ ଟ୍ରେନରେ ଭାରି ଭିଡ଼ ଥିଲା | ଯାତ୍ରୀଙ୍କ ସଂଖ୍ୟା ଏତେ ଅଧିକ ଥିଲା ଯେ କେତେକ ଲୋକ କୋଚ ଭିତରେ ବହୁତ ମୁସକିଲରେ ଛିଡା ହୋଇ ପାରୁଥିଲେ | କିଛି ଯାତ୍ରୀ ଦ୍ୱାର ନିକଟରେ ଛିଡା ହୋଇଥିବା ବେଳେ ଆଉ କିଛି ଲୋକ ଟ୍ରେନର ବାହାର ପାର୍ଶ୍ୱରେ ଲଟକିଥିବା ମଧ୍ୟ ଦେଖିବାକୁ ମିଳିଥିଲା | ଘଟଣା ସହିତ ଜଡିତ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା | ଭିଡିଓରେ ଟ୍ରେନ ବଗିରେ ଯାତ୍ରୀମାନଙ୍କ ଭାରି ଭିଡ଼ ଦେଖା ଯାଇଥିଲା | ବଙ୍କା ଟ୍ରାକରେ ଟ୍ରେନର ଦ୍ୱାର ଓ ବାହ୍ୟ ଅଂଶରେ ଲଟକିଥିବା ଯାତ୍ରୀଙ୍କୁ ଦେଖି ଲୋକାଲ ଟ୍ରେନର ଯାତ୍ରୀଙ୍କୁ ନେଇ ପ୍ରଶ୍ନ ଉଠିଛି | ସୋସିଆଲ ମିଡିଆରେ ୟୁଜର୍ସ ସେଣ୍ଟ୍ରାଲ ଲାଇନରେ ବଢୁଥିବା ଭିଡକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି | ଲୋକମାନେ ମୁବ୍ରାର ଆଖପାଖରେ ପୂର୍ବରୁ ହୋଇଥିବା ଦୁର୍ଘଟଣା ଓ ମୃତ୍ୟୁ କଥା ଉଠେଇଛନ୍ତି | ଯାତ୍ରୀଙ୍କ ଅନୁସାରେ ସୁରକ୍ଷିତ ଓ ପଯ୍ୟାପ୍ତ ଲୋକାଲ ଟ୍ରେନକୁ ନେଇ କରାଯାଇଥିବା ଦାବି ପରେ ବି ଲୋକେ ଅନେକ ସମସ୍ୟାର ସମୁଖୀନ ହେଉଛନ୍ତି | ଲୋକମାନେ ଟ୍ରେନର କ୍ଷମତା ବଢାଇବା , ଠିକ୍ ସମୟ ଆସିବା ଏବଂ ସୁରକ୍ଷା ନେଇ ତୁରନ୍ତ ପଦକ୍ଷେପ କରିବାକୁ କହିଛନ୍ତି |
