Labour Death: ଲାଟିନ୍ ଟାଙ୍କିରୁ ସେଣ୍ଟ୍ରିଙ୍ଗ କାଠ କାଢ଼ିବା ବେଳେ ଅଘଟଣ
ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଗୁଲୁଗୁଡ଼ା ପଞ୍ଚାୟତ ର ତରପାଗୁଡ଼ା ରେ ଅଭାବନୀୟ ଘଟଣା । ଲାଟିନ୍ ଟାଙ୍କିରୁ ସେଣ୍ଟ୍ରିଙ୍ଗ କାଠ କାଢ଼ିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ।ଅଗ୍ନିଶମ ବିଭାଗ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ।
N
By Namita PattanaikPublished: Sep 9, 2026, 06:19 PM •1 min read •4 Views

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଗୁଲୁଗୁଡ଼ା ପଞ୍ଚାୟତର ତରପାଗୁଡ଼ା ଗାଁରେ ଅଭାବନୀୟ ଘଟଣା । ନୂଆ କରି ନିର୍ମାଣ ହୋଇଥିବା ଲାଟିନ୍ ଟାଙ୍କିରୁ ସେଣ୍ଟ୍ରିଙ୍ଗ କାଠ କାଢ଼ିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଟାଙ୍କି ଭିତରକୁ ପଶି ସେଣ୍ଟ୍ରିଙ୍ଗ କାଠ କାଢ଼ୁଥିବା ସମୟରେ ଶ୍ରମିକମାନେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ଖବର ପାଇ ପଦ୍ମପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ଶ୍ରମିକମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଟାଙ୍କି ଭିତରେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ସେନେଇ ତଦନ୍ତ ପରେ ଅଧିକ ସ୍ପଷ୍ଟ ତଥ୍ୟ ମିଳିପାରିବ ।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
