Lightning Strike: ବିଲରେ କାମ କରୁଥିବା ବେଳେ ବଜ୍ରାଘାତ, ୩୨ ବର୍ଷୀୟ ଯୁବକ ମୃତ!
ବାହାନଗା ବ୍ଲକ କୁରୁଡ଼ା ଗ୍ରାମରେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଅଭୟ କୁମାର ପଣ୍ଡାଙ୍କ ମୃତ୍ୟୁ ହୋଇଛି। ସୋର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଛି।
N
By Namita PattanaikPublished: Sep 10, 2026, 06:48 PM •1 min read •5 Views

ବାହାନଗା: ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ କୁରୁଡ଼ା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ ଯୁବକ ହେଲେ କୁରୁଡ଼ା ଗ୍ରାମର ଦେବେନ୍ଦ୍ର ପଣ୍ଡାଙ୍କ ସାନପୁଅ ଅଭୟ କୁମାର ପଣ୍ଡା (୩୨)। ସୂଚନା ଅନୁସାରେ, ଅଭୟ କିଛି ଶ୍ରମିକଙ୍କୁ ନେଇ ନିଜ ବିଲରେ କାମ କରୁଥିଲେ। ଏହି ସମୟରେ ହଠାତ୍ ବଜ୍ରାଘାତ ହେବାରୁ ସେ ଗୁରୁତର ହୋଇପଡ଼ିଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଅଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ପରୀକ୍ଷା କରି ଅଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଛି। ଏନେଇ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅଭୟଙ୍କ ଅକାଳ ମୃତ୍ୟୁକୁ ନେଇ କୁରୁଡ଼ା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
