ପିଲା ଚୋରି ସନ୍ଦେହରେ ଯୁବତୀଙ୍କୁ ମରଣାତ୍ମକ ଆକ୍ରମଣ
ପିଲା ଚୋରି ସନ୍ଦେହରେ ଅଘଟଣ। ଯୁବତୀଙ୍କୁ ଦୁର୍ବ୍ୟବହାର ସହ ମରଣାତ୍ମକ ଆକ୍ରମଣ। ଥାନାରେ ମାମଲା, ତଦନ୍ତରେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ।
ରାୟଗଡ଼ା ପିଲା ଚୋର ସନ୍ଦେହରେ ଏକ୍ସପୋଜର୍ ଭିଜିଟ୍ ସାରି ଯାଉଥିବା ଦୁଇ ଜଣଙ୍କୁ ମରଣାତ୍ମକ ଆକ୍ରମଣ। ସ୍ଥାନୀୟ ଲୋକଙ୍କ ସନ୍ଦେହର ଶିକାର ହେବା ସହ ତାଙ୍କ ସହ ଦୁର୍ବ୍ୟବହାର ଓ ମାଡ଼ମାରା ହୋଇଥିବା ଅଭିଯୋଗ କରିଛନ୍ତି ଯୁବତୀ ସୁମନ ଝାପ୍ ଓ ଅର୍ପିତ ସୂତାରିଆ। ସୂଚନା ଅନୁସାରେ, ଦିଲ୍ଲୀରେ ରହି ଏକ ବର୍ଷିଆ ଫେଲୋଶିପ୍ କରୁଥିବା ଏହି ଯୁବତୀ ନିଜ ସହ ଘଟିଥିବା ଘଟଣାକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ଫେଲୋଶିପ୍ର ଅଂଶ ଭାବେ ଏକ୍ସପୋଜର୍ ଭିଜିଟ୍ ସାରି ଦୁଇ ଯୁବତୀ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଠାରୁ କଲାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳକୁ ଯାଉଥିଲେ, ସେମାନେ ଏହି ସଡ଼କ ପ୍ରତୀ ଅଜ୍ଞ ଥିବାରୁ ଗୁଗୁଲୁ ମ୍ୟାପ୍ ଦେଖି ଯାଉଥିବା ବେଳେ କଲ୍ଯାଣସିଂହପୁର ବ୍ଲକର ଇନ୍ତାଲିଗୁଡ଼ା ବାସିନ୍ଦା ପିଲା ଚୋର ସନ୍ଦେହରେ ସେମାନଙ୍କୁ ଅଟକାଇଥିଲେ, ତେବେ ଦୁଇ ଯୁବତୀ ସେମାନଙ୍କର ପରିଚୟପତ୍ର ଦେଖାଇବା ପରେ ମଧ୍ୟ ସ୍ଥାନୀୟ ଲୋକ ସନ୍ତୁଷ୍ଟ ହୋଇନଥିଲେ। ପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଫଳରେ ଯୁବତୀ ପୋଲିସର ସହାୟତା ନେବାକୁ ଚେଷ୍ଟା କରିଥିଲେ। ହେଲେ ସେହି ସମୟରେ କିଛି ଲୋକ ତାଙ୍କ ସହ ଅସଦାଚରଣ କରିବା ସହ ମାଡ଼ମାରିଥିବା ନେଇ ଅଭିଯୋଗ କରିଛନ୍ତି ଯୁବତୀ । ଯୁବତୀ ସ୍ପଷ୍ଟ କରିଛନ୍ତି ଯେ ସେମାନେ କୌଣସି ବେଆଇନ କାର୍ଯ୍ୟ ପାଇଁ ସେଠାକୁ ଯାଇନଥିଲେ। ସାମାଜିକ କାର୍ଯ୍ୟ ଓ ଫେଲୋଶିପ୍ର ଅଂଶ ଭାବେ ଗାଁ ଗସ୍ତରେ ଯାଇଥିବା ସେ ଦାବି କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ ଏବେ ମଧ୍ୟ ଭୟଭୀତ ଅବସ୍ଥାରେ ଥିବା କହିଛନ୍ତି। ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ କଲ୍ୟାଣସିଂହପୁର ଥାନାରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ଦୁଇ ଆହତଙ୍କୁ ମେଡିକାଲ ସ୍ଥାନାନ୍ତର କରି, ତଦନ୍ତ ପରେ ଘଟଣାର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ ବୋଲି ଏସପି କହିଛନ୍ତି ।
