Ward Issue Stalls Village Development :ରାଜସ୍ୱ ଗାଁ, ହେଲେ ନାହିଁ ୱାର୍ଡ
ୱାର୍ଡ ବ୍ୟବସ୍ଥା ନଥିବାରୁ ସରକାରୀ ଯୋଜନା ଓ ମୌଳିକ ସୁବିଧାରୁ ବଞ୍ଚିତ ନୀଳଗିରି ବ୍ଲକ୍ର ଦ୍ୱାରିକାଶୁଣି ଗାଁର ପ୍ରାୟ ୩୦୦ ଲୋକ।
S
By Swarna Prava GiriPublished: Nov 6, 2026, 08:22 PM •1 min read •1 Views
ନୀଳଗିରି ବ୍ଲକ୍ ଗରଡ଼ିହି ପଞ୍ଚାୟତ ଅଧୀନ ଦ୍ୱାରିକାଶୁଣି ଗାଁରେ ଅଜବ ସମସ୍ୟା। ରାଜସ୍ୱ ଗାଁର ମାନ୍ୟତା ଥିଲେ ମଧ୍ୟ ଏଠାରେ ନାହିଁ ୱାର୍ଡ ବ୍ୟବସ୍ଥା। ଫଳରେ ଗାଁର ପ୍ରାୟ ୩୦୦ ଲୋକ ସରକାରୀ ଯୋଜନା ଓ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।ୱାର୍ଡ ନଥିବାରୁ ଗାଁରେ କଂକ୍ରିଟ୍ ରାସ୍ତା ନିର୍ମାଣ ହୋଇପାରୁନାହିଁ କି ଯୋଗ୍ୟ ଲୋକଙ୍କୁ ଆବାସ ଯୋଜନାର ସୁବିଧା ମିଳିପାରୁନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ସମସ୍ୟାର ସମାଧାନ ଦାବିରେ ସରପଞ୍ଚ ଶିବାଜୀ ସିଂ ଗ୍ରାମବାସୀଙ୍କ ସହ ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଓ ବିଡିଓ ବିକ୍ରମ କେଶରୀ ପରିଡ଼ାଙ୍କୁ ଭେଟିଛନ୍ତି। ଦ୍ୱାରିକାଶୁଣି ଗାଁ ପାଇଁ ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥା କରିବା ସହ ସମସ୍ତ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବାକୁ ସେମାନେ ଦାବି ଜଣାଇଛନ୍ତି।
Comments0
Leave a Reply
Loading comments...
