Elephant herd kills-young man: ଜଙ୍ଗଲରେ ହାତୀଙ୍କ ଆତଙ୍କ, ଚାଲିଗଲା ଯୁବକଙ୍କ ଜୀବନ
ତିନି ହାତୀଙ୍କ ସାମ୍ନାକୁ ଚାଲିଗଲେ ଯୁବକ, ଆଖି ପିଛୁଳାକେ ଚାଲିଗଲା ଜୀବନ |
S
By Swarna Prava GiriPublished: Nov 6, 2026, 08:22 PM •1 min read •3 Views
ବନ୍ୟଜନ୍ତୁଙ୍କ ଆକ୍ରମଣରେ ଅନେକ ନିରୀହ ଲୋକ ନିଜ ଜୀବନ ହରାଉଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଆନନ୍ଦପୁର ବନଖଣ୍ଡ ଅନ୍ତର୍ଗତ ଦେଓଗାଁ ରେଞ୍ଜର ଧୋବଲାହୁଡ଼ି ଗାଁ ନିକଟସ୍ଥ ଜଙ୍ଗଲରେ ଘଟିଛି। ହାତୀ ଆକ୍ରମଣରେ ଗାଁର ଜଣେ ଯୁବକ ହାଦାଜ ମୁର୍ମୁଙ୍କ ମୃତ୍ୟୁ ହୋଇଛି।ସୂଚନା ଅନୁଯାୟୀ, ହାଦାଜ ଅସାବଧାନତାବଶତଃ ତିନୋଟି ହାତୀ ଥିବା ଏକ ପଲର ସମ୍ମୁଖରେ ପଡ଼ିଯାଇଥିଲେ। ସେହି ସମୟରେ ଗାଁର ଅନ୍ୟ କେତେକ ଲୋକ ମଧ୍ୟ ଜଙ୍ଗଲକୁ ଯାଇଥିଲେ। ହାତୀପଲଙ୍କୁ ଦେଖି ଅନ୍ୟମାନେ ଦୌଡ଼ି ପଳାଇ ଆସିଥିବା ବେଳେ ହାଦାଜ ହାତୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ।ଘଟଣା ସମ୍ପର୍କରେ ଖବର ପାଇ ଜଙ୍ଗଲ ବିଭାଗ ପକ୍ଷରୁ ହାଦାଜଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଆନନ୍ଦପୁର ମେଡିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ହାତୀପଲଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଥିବା ବେଳେ ଜଙ୍ଗଲକୁ ଯିବା ସମୟରେ ସତର୍କ ରହିବାକୁ ଅଞ୍ଚଳବାସୀଙ୍କୁ ସଚେତନ ରହିବା ଆବଶ୍ୟକ।
Comments0
Leave a Reply
Loading comments...
