Firecrackers Seized:କଟକରେ ପୁଣି ବେଆଇନ ବାଣ ଜବତ
କଟକରେ ବେଆଇନ ବାଣ ଗଚ୍ଛିତ ରଖିବା ଘଟଣା ପୁଣି ସାମ୍ନାକୁ ଆସିଛି। ପୁରୀଘାଟ ଅଞ୍ଚଳର ଏକ ଭଡ଼ା ଘରେ ଲୁଚାଇ ରଖାଯାଇଥିଲା ବିପୁଳ ପରିମାଣର ବାଣ। ପୋଲିସ ଚଢ଼ାଉ କରି ୭୪ ପେଟି ବାଣ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।
P
By Priti Chhanda BeheraPublished: Nov 6, 2026, 08:21 PM •1 min read •1 Views
କଟକ:ଟକରେ ପୁଣି ସାମ୍ନାକୁ ଆସିଛି ବେଆଇନ ବାଣ କାରବାରର ଘଟଣା। ସହରର ପୁରୀଘାଟ ଅଞ୍ଚଳର ଏକ ଭଡ଼ା ଘରେ ବିପୁଳ ପରିମାଣର ବାଣ ଗଚ୍ଛିତ ରଖାଯାଇଥିବା ନେଇ ପୋଲିସକୁ ଖବର ମିଳିଥିଲା। ସୂଚନା ଆଧାରରେ ପୁରୀଘାଟ ଥାନା ପୋଲିସ ଉକ୍ତ ଘରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଘର ଭିତରୁ ମୋଟ ୭୪ ପେଟି ବାଣ ଜବତ କରିଛି ପୋଲିସ। ଏହି ବାଣ ମଧ୍ୟରେ ବିଭିନ୍ନ ପ୍ରକାରର ସୁତୁଲୀ ବମ୍ ସମେତ ଅନ୍ୟାନ୍ୟ ଆତସବାଜି ରହିଛି। ଘରେ ଏତେ ପରିମାଣର ବାଣ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଗଚ୍ଛିତ ରଖାଯାଇଥିଲା, ତାହାକୁ ନେଇ ତଦନ୍ତ ଚାଲିଛି। ଏହି ଘଟଣାରେ ବାଣ ଗଚ୍ଛିତ ରଖିଥିବା ଅଭିଯୁକ୍ତ ଆକାଶ ନନ୍ଦିଙ୍କୁ ପୋଲିସ ଗିରଫ କରିଛି। ଜବତ ବାଣର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଏସିପି ଅଶୋକ ଗିରି ସୂଚନା ଦେଇଛନ୍ତି। ତେବେ ବାଣଗୁଡ଼ିକ କେଉଁଠାରୁ ଆସିଥିଲା ଏବଂ ଏହାର ବିକ୍ରି ପାଇଁ କୌଣସି ଯୋଜନା ଥିଲା କି ନାହିଁ, ସେନେଇ ପୋଲିସ ଅଧିକ ତଦନ୍ତ କରୁଛି।
Comments0
Leave a Reply
Loading comments...
