CADA ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ୭ ସ୍ଥାନରେ ଚଢ଼ାଉ, ତଦନ୍ତ ଜାରି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍। ସମ୍ୱଲପୁର CADAର କାର୍ଯ୍ଯନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ ଭିଜିଲାନ୍ସ ସ୍କାନରରେ। ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ। ୪ ଡିଏସପି, ୧୩ଇନ୍ସପେକ୍ଟର, ୭ ASI ଚଢ଼ାଉରେ ସାମିଲ।
S
By Subhadra DasPublished: Jun 23, 2026, 11:17 AM •1 min read •13 Views

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ସମ୍ବଲପୁର CADA (କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି) ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ। ସମ୍ୱଲପୁର, କଟକ, ବାଲେଶ୍ବର ଏବଂ ମାଲକାନଗିର ଜିଲ୍ଲାରେ ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ। ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ ବିଭାଗ। ସମ୍ବଲପୁର ଧନୁପାଲିରେ ଥିବା ଭଡା ଘର, କଟକ ବିଦ୍ୟାଧରପୁର ଅଞ୍ଚଳରେ ଥିବା ଶ୍ରୀ ନାୟକଙ୍କ ତିନି ମହଲା ବାସଭବନ, ବାଲେଶ୍ୱର ବସ୍ତା ନିକଟରେ ଥିବା ବାସଭବନ, ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳରେ ଥିବା ତାଙ୍କ ଜଣେ ସହଯୋଗୀଙ୍କ ଘରେ ଜାରି ରହିଛି ଚଢାଉ। ଏହି ଚଢାଉରେ ୪ ଜଣ DSP, ୧୩ ଜଣ ଇନ୍ସପେକ୍ଟର, ୭ ଜଣ ASI ସାମିଲ ରହିଛନ୍ତି।
S
Subhadra DasContent Writer
Comments0
Leave a Reply
Loading comments...
