ନିର୍ମାଣାଧୀନ ଗୋଦାମ ଧସି ୭ ମୃତ ,ଉଦ୍ଧାର ଜାରି
କୋଲକାତା ତାରାତଲାରେ ବଡ଼ ଅଘଟଣ: ନିର୍ମାଣାଧୀନ ଗୋଦାମ ଛାତ ଭୁଶୁଡ଼ିଲା, ୩୦ରୁ ଅଧିକ ଶ୍ରମିକ ଆହତ, ୭ ରୁ ଅଧିକ ମୃତ ଆଶଙ୍କା

କୋଲକାତା: ତାରାତଲା ଅଞ୍ଚଳରେ ଏକ ନିର୍ମାଣାଧୀନ ଗୋଦାମର ଛାତ ଭୁଶୁଡ଼ି ପଡ଼ି ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୩୦ରୁ ଅଧିକ ଶ୍ରମିକ ଆହତ ହୋଇଥିବାବେଳେ ୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ଏହି ତିନି ମହଲା ବିଶିଷ୍ଟ ଚା' ଗୋଦାମ ଘରର ନିର୍ମାଣ କାର୍ଯ୍ୟ ଚାଲିଥିଲା। ବୁଧବାର ମଧ୍ୟାହ୍ନ ସମୟରେ ବ୍ରେସ୍ ବ୍ରିଜ୍ ନିକଟ ଟ୍ରାନ୍ସପୋର୍ଟ ଡିପୋ ରୋଡ୍ରେ ଥିବା ଏକ ନିର୍ମାଣାଧୀନ ତିନି ମହଲା ଚା’ ଗୋଦାମରେ କଂକ୍ରିଟ୍ ଢଳେଇ କାମ ଚାଲିଥିବା ବେଳେ ହଠାତ୍ ବିରାଟ ଲୁହା ଛାତ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୦ରୁ ଅଧିକ ଶ୍ରମିକ ଲୁହା ବିମ୍ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଏହାସହ ୭ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଘଟଣା ସମୟରେ ସେଠାରେ ପ୍ରାୟ ୫୦ରୁ ୬୦ ଜଣ ଶ୍ରମିକ କାର୍ଯ୍ୟରତ ଥିଲେ ବୋଲି ଜଣାପଡ଼ିଛି। ହଠାତ୍ ଏକ ବିକଟାଳ ଶବ୍ଦ ସହ ସମ୍ପୂର୍ଣ୍ଣ ଛାତଟି ତଳକୁ ଖସିପଡ଼ିଥିଲା। ଦୁର୍ଘଟଣା ପରେ ଭଙ୍ଗା ସ୍ତୂପ ତଳୁ ଶ୍ରମିକମାନଙ୍କର ଚିତ୍କାର ଶୁଣାଯାଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ କୋଲକାତା ପୋଲିସ, ବିପର୍ଯ୍ୟୟ ପ୍ରଶମନ ଦଳ , ସିଭିଲ୍ ଡିଫେନ୍ସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ ସେନାକୁ ମଧ୍ୟ ମୁତୟନ କରାଯାଇଛି। ଭାରୀ ଲୁହା ବିମ୍ ଏବଂ ଛାତର ସ୍ତୂପକୁ କାଟିବା ପାଇଁ ଗ୍ୟାସ୍ କଟର ଓ ବୁଲ୍ଡୋଜର ବ୍ୟବହାର କରାଯାଉଛି। କିଛି ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଗ୍ରୀନ୍ କରିଡର ମାଧ୍ୟମରେ ହସ୍ପିଟାଲକୁ ପଠାଯାଇଛି। ରାଜ୍ୟ ପୌର ବ୍ୟାପାର ମନ୍ତ୍ରୀ ଅଗ୍ନିମିତ୍ରା ପଲ୍, କ୍ରୀଡ଼ା ମନ୍ତ୍ରୀ ଇନ୍ଦ୍ରନୀଲ ଖାନ୍ ଓ କୋଲକାତା ମ୍ୟୁନିସିପାଲ କର୍ପୋରେସନର କମିଶନର ସ୍ମିତା ପାଣ୍ଡେ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ନିରୀକ୍ଷଣ କରୁଛନ୍ତି। ଅନ୍ୟପଟେ ପୁରା ଘଟଣାକୁ ନେଇ କୋଲକତା ପୋଲିସ ତଦନ୍ତ ଆରମ୍ଭ କରିଛି । ପଶ୍ଚିମବଙ୍ଗ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସଚିବାଳୟଠାରେ ଏକ କଣ୍ଟ୍ରୋଲ୍ ରୁମ୍ ଏବଂ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି (1070, 8697981070, 033 22143526, 033 22535185) ଜାରି କରାଯାଇଛି। ପ୍ରାଥମିକ ତଦନ୍ତରେ ନିର୍ମାଣ ସମୟରେ କଂକ୍ରିଟ୍ କାଷ୍ଟିଂ ଚାଲିଥିବା ବେଳେ ଏହି ଧସିବା ପ୍ରାଥମିକ ତଦନ୍ତରେ ନିର୍ମାଣ ସମୟରେ କଂକ୍ରିଟ୍ କାଷ୍ଟିଂ ଏହି ଧସିବା ଘଟିଥିବା ସନ୍ଦେହ କରାଯାଉଛି। ତେବେ ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଉଦ୍ଧାର କାର୍ଯ୍ୟ ଜୋରଦାର ଭାବେ ଚାଲିଛି।
