ଫାଇନାଲ ସ୍ୱପ୍ନ ସିନା ଧୂଳିସାତ୍- ହେଲେ ପ୍ରଶଂସନୀୟ ପ୍ରଦର୍ଶନ
ଏହି ହାର ସହ ଭାରତର ଫାଇନାଲ୍ରେ ପ୍ରବେଶ ଆଶା ଭଙ୍ଗ ହୋଇଛି। ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ ଅଦ୍ଭୁତ ପ୍ରଦର୍ଶନ କରି ସେମିଫାଇନାଲ୍କୁ ପହଞ୍ଚିଥିଲା। ପୁଲ୍-ଏରେ ଭାରତ ମାଲେସିଆକୁ ୨-୧, କୋରିଆକୁ ୩-୧ ଏବଂ ସିଙ୍ଗାପୁରକୁ ଐତିହାସିକ ୨୫-୦ ବ୍ୟବଧାନରେ ପରାସ୍ତ କରି ଶୀର୍ଷ ସ୍ଥାନ ହାସଲ କରିଥିଲା।

ସେମିଫାଇନାଲରେ ହାରିଗଲା ମହିଳା ହକି ଟିମ୍। ଭାରତର ୧୮ ବର୍ଷରୁ କମ୍ ବୟସ ବର୍ଗର ମହିଳା ହକି ଟିମକୁ ଚୀନ୍ ପରାସ୍ତ କରିଛି। ସୁଟଆଉଟରେ ୩-୧ରେ ଚୀନଠୁ ପରାଜୟବରଣ କରିଛି ଟିମ୍ ଇଣ୍ଡିଆ। ଚୀନ ବିରୁଦ୍ଧରେ ନିର୍ଧାରିତ ଖେଳ ସମୟରେ ମ୍ୟାଚକୁ ୨-୨ରେ ଡ୍ର ରଖିଥିଲା। ଭାରତ ପକ୍ଷରୁ ନୌସିନ ନାଜ୍ ଓ କିରନ ଏକ୍କା ଗୋଲ୍ କରିଥିଲେ। ହେଲେ ପେନାଲଟି ସୁଟଆଉଟରେ ପାରିଲେନି। ସୁଟ୍ଆଉଟ୍ରେ ଚୀନ୍ ନିକଟରୁ ହାରିଗଲା ଭାରତର U-18 ମହିଳା ହକି ଦଳ। ଭାଙ୍ଗିଗଲା ଫାଇନାଲ୍ ସ୍ୱପ୍ନ ।ଜାପାନର କାକାମିଗାହାରାରେ ଚାଲିଥିବା U-18 ମହିଳା ହକି ଏସିଆ କପ୍ 2026ର ସେମିଫାଇନାଲ୍ରେ ଭାରତୀୟ ଦଳ ଚୀନ୍ ବିପକ୍ଷରେ ଦମଦାର ଲଢ଼େଇ କରିଥିଲେ ମଧ୍ୟ ଶେଷରେ ସୁଟ୍ଆଉଟ୍ରେ ପରାଜୟ ବରଣ କରିଛି। ରୋମାଞ୍ଚକର ମୁକାବିଲାରେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଦୁଇ ଦଳ ସମାନ ସ୍ଥିତିରେ ରହିଥିବା ବେଳେ ମ୍ୟାଚ୍ର ଫଳାଫଳ ଶୁଟ୍ଆଉଟ୍ରେ ନିର୍ଣ୍ଣୟ ହୋଇଥିଲା। ଏହି ହାର ସହ ଭାରତର ଫାଇନାଲ୍ରେ ପ୍ରବେଶ ଆଶା ଭଙ୍ଗ ହୋଇଛି। ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ ଅଦ୍ଭୁତ ପ୍ରଦର୍ଶନ କରି ସେମିଫାଇନାଲ୍କୁ ପହଞ୍ଚିଥିଲା। ପୁଲ୍-ଏରେ ଭାରତ ମାଲେସିଆକୁ ୨-୧, କୋରିଆକୁ ୩-୧ ଏବଂ ସିଙ୍ଗାପୁରକୁ ଐତିହାସିକ ୨୫-୦ ବ୍ୟବଧାନରେ ପରାସ୍ତ କରି ଶୀର୍ଷ ସ୍ଥାନ ହାସଲ କରିଥିଲା। ଦଳ ପୁଲ୍ ପର୍ଯ୍ୟାୟରେ ୩୦ଟି ଗୋଲ୍ କରି ମାତ୍ର ୨ଟି ଗୋଲ୍ ଖାଇଥିଲା, ଯାହା ତାଙ୍କର ଆକ୍ରମଣାତ୍ମକ ଶକ୍ତିକୁ ପ୍ରମାଣ କରିଥିଲା। ଭାରତ ପୁଲ୍ ପର୍ଯ୍ୟାୟରେ ଅପରାଜିତ ରହି ସେମିଫାଇନାଲ୍ରେ ପହଞ୍ଚିଥିଲା। ଚୀନ୍ ବିପକ୍ଷ ସେମିଫାଇନାଲ୍ରେ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା। ଉଭୟ ଦଳ ଅନେକ ସୁଯୋଗ ସୃଷ୍ଟି କରିଥିଲେ ଓ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ କୌଣସି ଦଳ ସ୍ପଷ୍ଟ ଆଧିପତ୍ୟ ସ୍ଥାପନ କରିପାରିନଥିଲା। ତେଣୁ ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍ଆଉଟ୍ର ଆଶ୍ରୟ ନିଆଯାଇଥିଲା। ସେଠାରେ ଚୀନ୍ ଫାଇନାଲ୍ରେ ସ୍ଥାନ ପକ୍କା କରିଛି। ଭାରତୀୟ ଦଳ ପାଇଁ Nousheen Naz, Geethasri Nammi ଏବଂ ଅଧିନାୟିକା Sweety Kujur ଟୁର୍ଣ୍ଣାମେଣ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ବିଶେଷକରି Nousheen Naz ଗୋଲ୍ ସ୍କୋରିଂରେ ଦଳର ମୁଖ୍ୟ ଅସ୍ତ୍ର ଭାବେ ଉଭା ହୋଇଥିଲେ। ଯଦିଓ ଫାଇନାଲ୍ର ସ୍ୱପ୍ନ ଭାଙ୍ଗିଯାଇଛି, ତଥାପି ଭାରତୀୟ U-18 ମହିଳା ଦଳର ପ୍ରଦର୍ଶନ ଭବିଷ୍ୟତ ପାଇଁ ଅନେକ ଆଶା ସୃଷ୍ଟି କରିଛି। ଯୁବ ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ଏବଂ ଆଗାମୀ ଦିନରେ ଭାରତୀୟ ମହିଳା ହକିର ଶକ୍ତିଶାଳୀ ଭିତ୍ତି ହୋଇପାରନ୍ତି। ଏବେ ଭାରତ ବ୍ରୋଞ୍ଜ ପଦକ ପାଇଁ ମ୍ୟାଚ୍ ଖେଳିବ।
