ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭାରତୀୟ ମହିଳା କ୍ରିକେଟ ଟିମ ଐତିହାସିକ ବିଜୟ ଉପରେ CM ମାଝୀ ଶୁଭେଚ୍ଛା ଜଣାଇ , ନାରୀଶକ୍ତିର ଚମତ୍କାର ପ୍ରଦର୍ଶନ ବୋଲି କହିଛନ୍ତି |
ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି | ଫାଇନାଲ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୧୪୭ ରନ୍ ର ବଡ ଅନ୍ତରରେ ହରାଇ ଗୋଲ୍ଡ ମେଡାଲ ଜିତିଛି | ଭାରତର ଏହି ଐତିହାସିକ ଉପଲବ୍ଧି ଉପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ପୂର୍ଣ୍ଣ ଟିମକୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି | ମୁଖ୍ୟମନ୍ତ୍ରୀ ମାଝି ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ଭାରତୀୟ ମହିଳା କ୍ରିକେଟ ଟିମ୍ ର ଚମତ୍କାର ସଫଳତାର ପ୍ରଶଂସା କରିଛନ୍ତି | ସେ କହିଛନ୍ତି ଯେ ,ନାରୀ ଶକ୍ତିର ପ୍ରଭାବ ଓ ସାମର୍ଥ୍ୟ ଏହା ଏକ ଉତ୍କୃଷ୍ଟ ଉଦାହରଣ ଅଟେ | ସେ ନିଜର ଵାର୍ତ୍ତାରେ କହିଛନ୍ତି ଯେ ଭାରତର ଝିଅମାନେ ନିଜ ଆକାଂକ୍ଷାକୁ ସଫଳତାରେ ପରିଣତ କରି ପ୍ରମାଣ କରିଛନ୍ତି ଯେ, ଯେତେବେଳେ ଦେଶର ମହିଳା ଆଗକୁ ବଢ଼ନ୍ତି ,ସେମାନେ କେବଳ ବାଧାକୁ ଦୂର କରନ୍ତି ନାହିଁ ବରଂ ସଫଳତାର ନୂଆ ମାନକ ସ୍ଥାପନ କରନ୍ତି | ଫାଇନାଲ ମ୍ୟାଚରେ ରେ ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରି ୨୧୬ ରନ୍ କରି ଏକ ଦୃଢ଼ ସ୍କୋର କରିଥିଲେ | ସ୍ମୃତି ମନ୍ଧାନ ୭୯ ରନ୍ ଏବଂ ଶେଫାଳି ବର୍ମା ୪୮ ରନ୍ କରିଥିଲେ ଯେବେକି ଋଚା ଘୋଷ ଅପରାଜିତ ୪୯ ରନ୍ କରିଥିଲେ | ଯେଉଁଠି ଶ୍ରୀଲଙ୍କାର ଟିମ ୬୯ ରନ୍ କରି ଅଲଆଉଟ ହୋଇଥିଲେ | CM ମାଝୀ ଏହି ବିଜୟରେ ଭାରତ ପାଇଁ ଗୌରବର ମୁହୁର୍ତ୍ତ ଅଟେ | ଏହି ସଫଳତା ଦେଶର ସେହି ସମସ୍ତ ଝିଅଙ୍କ ପାଇଁ ପ୍ରେରଣା , ଯେଉଁମାନେ ଆନ୍ତର୍ଜାତୀୟ ମଞ୍ଚରେ ନିଜ ନାଁ କରିବାର ସ୍ୱପ୍ନ ଦେଖୁଛନ୍ତି |
