ବଜ୍ରାଘାତରେ ଚାଲିଗଲା ଦୁଇଜଣଙ୍କ ଜୀବନ
ବାଲେଶ୍ୱର ଜିଲ୍ଲାରେ ପୃଥକ୍ ପୃଥକ୍ ସ୍ଥାନରେ ବଜ୍ରାଘାତରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଅକାଳରେ ଦୁଇଟି ଜୀବନ ଚାଲିଯିବାରୁ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ବାଲେଶ୍ୱର: ବଜ୍ରାଘାତରେ ଚାଲିଗଲା ଦୁଇଜଣଙ୍କ ଜୀବନ । ବାଲେଶ୍ୱର ଜିଲ୍ଲାରେ ପୃଥକ୍ ପୃଥକ୍ ସ୍ଥାନରେ ବଜ୍ରାଘାତରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଅକାଳରେ ଦୁଇଟି ଜୀବନ ଚାଲିଯିବାରୁ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଚୁନଭାଟି ଅଞ୍ଚଳରେ ଘଟିଛି। ଜଣେ ମହିଳା ଘରର ଛାତ ଉପରେ ଲୁଗା ଶୁଖାଇବା ପାଇଁ ଯାଇଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହିପରି ଘଟଣାଟି ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ମିର୍ଜାପୁର ଝୀଙ୍କିରିଆ ଗ୍ରାମରେ ଘଟିଛି। ଗ୍ରାମର ୬୮ ବର୍ଷୀୟ ମଧୁସୂଦନ ମହାନ୍ତି ବିଲରୁ ଗାଈ ଆଣିବାକୁ ଯାଇଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଉଭୟଙ୍କ ମୃତଦେହକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ରଖାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ବର୍ଷା ଓ ବଜ୍ରପାତ ସମୟରେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
