Tiger Shroff Firing : ବଲିଉଡ୍ରେ ଗୁଳିକାଣ୍ଡ! ଟାଇଗର ଶ୍ରଫ୍ଙ୍କୁ ନେଇ ବଡ଼ ଖବର
ମୁମ୍ବାଇର ଯୁହୁରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ନେଇ ଚାଞ୍ଚଲ୍ୟକର ଖବର | ତାଙ୍କୁ ଟାର୍ଗେଟ୍ କରି ହୋଇଛି କି ଘାତକ ଆକ୍ରମଣ |

ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ଙ୍କୁ ମୁମ୍ବାଇର ଯୁହୁରେ ନେଇ ନୂଆ ଘାତକ ଆକ୍ରମଣର ଶିକାର ହୋଇଛନ୍ତି | ଗତକାଲି ସନ୍ଧ୍ୟା ୭ଟାରେ ଟାଇଗରଙ୍କ ଉପରେ ଘାତକ ଆକ୍ରମଣର ଖବର ପରେ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି | ଏହି ଘଟଣା ମୁମ୍ବାଇର ଜୁହୁ ସ୍ଥିତ ପୁଷ୍ପା ପାର୍କରେ ଘଟିଥିଲା | ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିଚାଳନା, ମୁମ୍ବାଇ ପୋଲିସ ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛି | ANIର ଅନୁସାରେ ,ମୁମ୍ବାଇ ପୋଲିସ କହିଛନ୍ତି ମୁମ୍ବାଇରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ଟାଇଗର ଶ୍ରଫ୍ ସୁରକ୍ଷିତ ଅଛନ୍ତି। ତାଙ୍କୁ କୌଣସି ଆଘାତ ଲାଗିନାହିଁ | ପୋଲିସ ଘଟଣଟିର ତଦନ୍ତ କରୁଛି | ବର୍ତ୍ତମାନ, ଗୁଳିଚାଳନା ପରେ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି |
୩ ଜଣ ବାଇକ୍ ଆରୋହୀ ଗୁଳି ଚଳାଇଲେ
ସୂଚନା ଅନୁସାରେ ,୩ଜଣ ଅଜ୍ଞାତ ବ୍ୟକ୍ତି ଏକ ମୋଟରସାଇକେଲରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ | ଅନ୍ୟପଟେ ଏହି ଗୁଳିଚାଳନା ପଛର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | ପାରମ୍ଭିକ ତଦନ୍ତରୁ ସାମ୍ନାକୁ ଆସିଛି ଯେ ପାର୍କରେ ଏକ ଜନ୍ମଦିନ ପାର୍ଟି ଚାଲିଥିଲା ଏବଂ ସେଠାରେ ବହୁ ସଂଖ୍ୟକ ଛୋଟ ପିଲା ଉପସ୍ଥିତ ଥିଲେ | ଆଉ କିଛି ଲୋକ ଇଭିନିଙ୍ଗ ୱର୍କ ପାଇଁ ସେଠାରେ ପହଞ୍ଚିଥିଲେ |
ଗୁଳିମାଡ଼ ପରେ କେମିତି ଅଛନ୍ତି ଟାଇଗର ଶ୍ରଫ୍?
କୁହାଯାଉଛି ଯେ ମୁମ୍ବାଇରେ ହୋଇଥିବା ଏହି ଗୁଳିଚାଳନାରେ ଟାଇଗର ଶ୍ରଫ୍ ଶେଫ ଅଛନ୍ତି | ତାଙ୍କୁ କୌଣସି ପ୍ରକାର ଆହତ ହୋଇନାହିଁ | ଏହି ଘଟଣାରେ ଏକ ଭିଡିଓ ସାମ୍ନାକୁ ଆସିଛି |ଯେଉଁଥିରେ ଦେଖିବାକୁ ମିଳିଥିଲା ,ଟାଇଗର ଶ୍ରଫ୍ କାର ରୁ ଘରକୁ ଯିବା ସମୟରେ ସେଠାରେ ଫ୍ୟାନ୍ସଙ୍କ ଏକ ଭିଡ଼ ଏକତ୍ରିତ ହୋଇଥିଲା ଓ ଦେହି ସମୟରେ ଗୁଳିଚାଳନା ଶବ୍ଦ ଶୁଣିବାକୁ ମିଳିଥିଲା | ଯେଉଁଥିରେ ଲୋକମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା | ଏହି ଗୁଳିମାଡ଼ ପରେ ଆହତ ହୋଇଥିବା ନେଇ ଲୋକଙ୍କ ସ୍ୱର ମଧ୍ୟ ଶୁଣିବାକୁ ମିଳୁଛି |
୫ ରାଉଣ୍ଡ ଗୁଳିମାଡ଼, ଗତ ବର୍ଷ ମିଳିଥିଲା ଧମକ
ଏତିକି ନୁହେ ସେମାଙ୍କୁ ଆସିଥିବା ଭିଡିଓ ଅନୁସାରେ, ମୁମ୍ବାଇର ଯୁହୁ ଠାରେ ଏହି ଗୁଳିକାଣ୍ଡରେ ୫ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା | ତଥାପି, ଫୋରେନସିକ୍ ଅନୁସନ୍ଧାନ ଗୁଳିଚାଳକ ଅଭିନେତାଙ୍କ ଉପରେ ୧୦ ରାଉଣ୍ଡ ଗୁଳି ଚାଳନା କରିଥିଲେ | ଅନ୍ୟପଟେ ନୂଆ ଅପଡେଟ୍ ଅନୁଯାୟୀ, ଅଭିନେତାଙ୍କ ପାଖରୁ ଗୁଳିମାଡ଼ କରାଯାଇଥିଲା | ତାଙ୍କ କାର୍ର ମିରର୍କୁ ଲକ୍ଷ୍ୟ କରି ୭ ରାଉଣ୍ଡ ଗୁଳି ଚଳାଯାଇଥିବା ମଧ୍ୟ ସୂଚନା ମିଳିଛି | ସୂଚନା ଅନୁସାରେ ଟାଇଗର ଶ୍ରଫ୍ ଗତ ବର୍ଷ ଜୀବନରୁ ମାରିବା ପାଇଁ ଧମକ ମିଳିଥିଲା | ଗୁଳିମାଡ଼ ଘଟଣାରେ ବଲିଉଡ୍ ଅଭିନେତା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି | କିନ୍ତୁ ଏହି ଘଟଣା ଏବେ ଏକ ଗମ୍ଭୀର ମାମଲାର ରୂପ ନେଇଛି।
ଆକ୍ରମଣର ଦାୟିତ୍ୱ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନେଇଛି
ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ଘଟଣାର ଦାୟିତ୍ୱ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନେଇଥିବା ଦାବି କରାଯାଇଛି। ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଅନିଲ ପଣ୍ଡିତ ଓ ଅନମୋଲ ବିଷ୍ଣୋଇଙ୍କ ନାମରେ ଏକ ପୋଷ୍ଟ ସେୟାର କରାଯାଇଥିବା ସୂଚନା ମିଳିଛି। ଏହି ପୋଷ୍ଟରେ ସେ ଲେଖିଛନ୍ତି ,“ଜୟ ମହାକାଳ, ଜୟ ଶ୍ରୀରାମ | ଆଜି ଟାଇଗର ଶ୍ରଫ୍ଙ୍କ ସହ ଯାହା ଘଟିଛି, ତାହାର ଦାୟିତ୍ୱ ମୁଁ ଅନିଲ ପଣ୍ଡିତ ଏବଂ ହରମନ ସାନ୍ଧୁ ନେଉଛୁ | ଆମେ ତାଙ୍କୁ ଫୋନ୍ କରି ବୁଝାଇଥିଲୁ, କିନ୍ତୁ ସେ ବୁଝିପାରିଲେ ନାହିଁ | ତେଣୁ ଆଜି ତାଙ୍କୁ ଉପଯୁକ୍ତ ଭାବେ ବୁଝାଇ ଦିଆଯାଇଛି | ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯିଏ ଆମ କଥା ଶୁଣିବ ନାହିଁ କିମ୍ବା ସଲମାନ ଖାନ୍ଙ୍କ ସହ କାମ କରିବ, ପରବର୍ତ୍ତୀ ଟାର୍ଗେଟ୍ ସେ ହେବ | କେବଳ ଦେଖନ୍ତୁ ଏବଂ ଅପେକ୍ଷା କରନ୍ତୁ |”
ଦେବେନ୍ଦ୍ର ଫଡନଭିସଙ୍କ ବଡ଼ ବୟାନ
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଟାଇଗର ଶ୍ରଫଙ୍କ ଉପରେ ଗୁଳିଚାଳନା କରିଥିବା ଆକ୍ରମଣକାରୀଙ୍କୁ ଶୀଘ୍ର ଗିରଫ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି | ସେ କହିଛନ୍ତି ମାଷ୍ଟରମାଇଣ୍ଡ ମହାରାଷ୍ଟ୍ରର ବାହାରେ ବିଦେଶରେ ଅପରେଟ କରୁଛି | ଯାହାକୁ କେନ୍ଦ୍ର ସରକାରଙ୍କ ସାହାର୍ଯ୍ୟରେ ଟ୍ରାକ କରାଯିବ | CM କହିଛନ୍ତି ଯେ ମୁମ୍ବାଇ ପୋଲିସ ଏହି ମାମଲାରେ ଅନେକ ତଥ୍ୟ ହାସଲ କରିଛି ଓ ଶୀଘ୍ର ହିଁ ଅଭିଯୁକ୍ତଙ୍କୁ ଗିରଫ କରାଯିବ |
