ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ପଢ଼ିବେ ସୋନିଆ, ପ୍ରଥମ ଓଡ଼ିଆ ଝିଅ ଭାବେ ଗଢ଼ିଲେ ଇତିହାସ
ପଶ୍ଚିମ ଓଡ଼ିଶାର ଝାରସୁଗୁଡା ଜିଲ୍ଲା ବେଲପାହାଡର ଯୁବ ନାଟ୍ୟଶିଳ୍ପୀ ସୋନିଆ ବେହେରା ଦେଶର ସର୍ବୋଚ୍ଚ ନାଟ୍ୟ ଶିକ୍ଷାନୁଷ୍ଠାନ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (NSD), ନୂଆଦିଲ୍ଲୀରେ ପଢ଼ିବା ପାଇଁ ମନୋନୀତ ।
ଝାରସୁଗୁଡା: ପ୍ରଥମ ଓଡିଆ ଝିଅ ଭାବେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା (ଏନ୍ଏସ୍ଡି)ରେ ପଢ଼ିବା ପାଇଁ ମନୋନୀତ ସୋନିଆ । ପଶ୍ଚିମ ଓଡ଼ିଶାର ଝାରସୁଗୁଡା ଜିଲ୍ଲା ବେଲପାହାଡର ଯୁବ ନାଟ୍ୟଶିଳ୍ପୀ ସୋନିଆ ବେହେରା ଦେଶର ସର୍ବୋଚ୍ଚ ନାଟ୍ୟ ଶିକ୍ଷାନୁଷ୍ଠାନ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (NSD), ନୂଆଦିଲ୍ଲୀରେ ପଢ଼ିବା ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶାର ପ୍ରଥମ ଝିଅ ଭାବେ NSDର ମୁଖ୍ୟ କ୍ୟାମ୍ପସରେ ତିନି ବର୍ଷିଆ ଡିପ୍ଲୋମା ଇନ୍ ଡ୍ରାମାଟିକ୍ସ (୨୦୨୬–୨୦୨୯) ପାଠ୍ୟକ୍ରମରେ ନୂଆଦିଲ୍ଲୀର ତିନି ବର୍ଷିଆ ଡିପ୍ଲୋମା ଇନ୍ ଡ୍ରାମାଟିକ୍ସ (୨୦୨୬-୨୦୨୯) ପାଠ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି। ପାଇଁ ସୁଯୋଗ ପାଇ ସେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି।। ଏଭଳି ଏକ ଜତୀୟ ଅନୁଷ୍ଠାନ ଲାଗି ମନୋନୀତ ହେବା ପରେ ସୋନିଆଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। NSD ପକ୍ଷରୁ ପ୍ରକାଶିତ ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ, ଗତ ୧୪ରୁ ୧୯ ଜୁନ୍ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ପ୍ରାଥମିକ ସାକ୍ଷାତକାର, କର୍ମଶାଳା ଓ ଚୂଡ଼ାନ୍ତ ଚୟନ ପ୍ରକ୍ରିୟାରେ ସୋନିଆ ଅଂଶଗ୍ରହଣ କରିଥିଲେ। ସେ ୮୦.୦୫ ନମ୍ବର ହାସଲ କରି ଭାରତୀୟ ମେରିଟ୍ ତାଲିକାରେ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ବେଲପାହାଡ଼ର ବାସିନ୍ଦା ସୋନିଆ ୨୦୧୫ ମସିହାରୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମିରର ଥିଏଟର ସହ ଜଡ଼ିତ ରହିଛନ୍ତି। ସୋନିଆ ବେହେରା ନିଜର ନିଷ୍ଠା, ପରିଶ୍ରମ ଓ ଅଭିନୟ ଦକ୍ଷତା ବଳରେ ରାଜ୍ୟ ଜାତୀୟସ୍ତରରେ ପରିଚିତ ହୋଇଛନ୍ତି। ସେ ‘ଲାଲ ପାଏନ’, ‘ଉଲପି’, ’ବଡ଼ଖା ଦଦା’, ‘ପାଚେନ’, ‘ରମାଦେବୀ’, ‘ତୋର ଝୁମକା’, ‘ତୋର କିରିଆ’, ‘ଭୋକର ଅନେକ ରଙ୍ଗ’ ଏବଂ ‘ପଣତ କାନି’ ଭଳି ଅନେକ ଚର୍ଚ୍ଚିତ ନାଟକରେ ଉଲ୍ଲେଖନୀୟ ଅଭିନୟ କରିଛନ୍ତି । ବିଶ୍ଵ ରେକର୍ଡ ସୃଷ୍ଟି କରିଥିବା ମିରର ଏଟରର ‘କାଏଁନଜୁରୀ’ ନାଟକରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ସେ ବ୍ୟାପକ ପ୍ରଶଂସା ସାଉଁଟିଥିଲେ। ବିଶେଷକରି ‘ଉଲପି’ ଓ ‘ଲାଲ ପାଏନ’ ନାଟକରେ ତାଙ୍କର ଅଭିନୟ ମିରର ଥିଏଟରକୁ ଜାତୀୟ ସ୍ତରରେ ପରିଚିତ କରାଇବାରେ ସହାୟକ ହୋଇଥିଲା। ମିରର ଥିଏଟରର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଡ. ସୁବାସ ଚନ୍ଦ୍ର ପ୍ରଧାନ କହିଛନ୍ତି, ସୋନିଆଙ୍କ ଏହି ସଫଳତା କେବଳ ମିରର ଥିଏଟରର ନୁହେଁ, ବରଂ ସମଗ୍ର ଓଡ଼ିଶାର ନାଟ୍ୟ ଆନ୍ଦୋଳନ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ। ଏହା ରାଜ୍ୟର ଯୁବ ନାଟ୍ୟଶିଳ୍ପୀମାନଙ୍କୁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ନୂଆ ପ୍ରେରଣା ଯୋଗାଇବ। ନିଜ ପ୍ରତିକ୍ରିୟାରେ ସୋନିଆ କହିଛନ୍ତି, ବଲିଉଡର ବାଦଶାହ ଶାହରୁଖ ଖାନ, ନୱାଜୁଦ୍ଦିନ ସିଦ୍ଦିକି, ବିଜୟ ମହାନ୍ତି ଓ ଅଜିତ ଦାସଙ୍କ ପରି ପରି ଓଡିଆ ସିନେ ତାରକା ଏନ୍ଏସ୍ଡିରୁ ଶିକ୍ଷାଲାଭ କରି ଚଳଚ୍ଚିତ୍ରରେ ଅଭିନୟ ତଥା ସିନେ ଜଗତରେ ବେଶ ସୁନାମ ଅର୍ଜନ କରିଥିବାରୁ ସେଭଳି ଏକ ଅନୁଷ୍ଠାନରେ ଶିକ୍ଷା ଲାଭର ସୁଯୋଗରେ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ସୋନିଆ।
