Sold gold to buy iPhone 18:"କାଲି କଥା କିଏ ଜାଣିଛି" : ସ୍ତ୍ରୀଙ୍କ ପାଇଁ iPhone 18 Pro କିଣିବାପାଇଁ ନିଜ ସୁନା ବିକିଦେଲେ ସ୍ୱାମୀ
"ଆଜି ପଇସା ଅଛି, ପୂର୍ବରୁ ନଥିଲା, ଆଗକୁ ରହିବ କି ନାହିଁ ଜାଣିନି... ଆମେ ବର୍ତ୍ତମାନରେ ଜିଉଛୁ।" ସ୍ତ୍ରୀ ଅନେକ ଦିନରୁ ଏହି ମଡେଲ୍କୁ ଅପେକ୍ଷା କରିଥିବାରୁ,ସ୍ତ୍ରୀଙ୍କ ଆଇଫୋନ୍ ଅପଗ୍ରେଡ୍ କରିବାର ସ୍ୱପ୍ନ ପୂରଣ କରିବାକୁ ସେ ଏହି ନିଷ୍ପତ୍ତି ନେଇଛନ୍ତି।
ଭାରତରେ ଆନୁଷ୍ଠାନିକ ଭାବେ iPhone 18 Pro ସିରିଜ୍ ବିକ୍ରି ଆରମ୍ଭ ହେବା ମାତ୍ରେ, ଦେଶସାରା ଆପଲ୍ ଷ୍ଟୋର୍ ଆଗରେ ଟେକ୍ନୋଲୋଜି ପ୍ରେମୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ନୋଏଡ଼ାସ୍ଥିତ ଆପଲ୍ ଷ୍ଟୋର୍ ଆଗରେ ଶହ ଶହ ଲୋକ ନୂଆ ଆଇଫୋନ୍ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା | ତେବେ ଏହି ପାଗଳପଣ ଭିତରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିବାପରେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଏକ ମିଡ଼ିଆ ଟିମ୍ ନୋଏଡ଼ାସ୍ଥିତ ଆପଲ୍ ଷ୍ଟୋର୍ ବାହାରେ ଜଣ ସାଧାରଣଙ୍କ ମତାମତ ନେଉଥିବା ବେଳେ ଦିଲ୍ଲୀର ଜଣେ ବ୍ୟକ୍ତି ସମସ୍ତଙ୍କୁ ଚକିତ କରିବା ଭଳି କଥା କହିଛନ୍ତି | ସେ ନିଜ ସ୍ତ୍ରୀଙ୍କୁ ନୂଆ iPhone 18 Pro ଗିଫ୍ଟ ଦେବା ପାଇଁ ନିଜର ସୁନା ବିକି ଦେଇଥିବା ପ୍ରକାଶ କରିଛନ୍ତି। ସ୍ତ୍ରୀଙ୍କ ପାଇଁ ଏତେବଡ ନିଷ୍ପତିର କାରଣ ପଚାରିବାରୁ ସେ ହସି ହସି କହିଛନ୍ତି, "ଆଜି ପଇସା ଅଛି, ପୂର୍ବରୁ ନଥିଲା, ଆଗକୁ ରହିବ କି ନାହିଁ ଜାଣିନି... ଆମେ ବର୍ତ୍ତମାନରେ ଜିଉଛୁ।" ସ୍ତ୍ରୀ ଅନେକ ଦିନରୁ ଏହି ମଡେଲ୍କୁ ଅପେକ୍ଷା କରିଥିବାରୁ,ସ୍ତ୍ରୀଙ୍କ ଆଇଫୋନ୍ ଅପଗ୍ରେଡ୍ କରିବାର ସ୍ୱପ୍ନ ପୂରଣ କରିବାକୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ନୂଆ ଆଇଫୋନ୍ ସିରିଜ୍କୁ ନେଇ ଗ୍ରାହକଙ୍କ ମଧ୍ୟରେ ଏପରି କ୍ରେଜ୍ ଏବେ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।ଘଣ୍ଟା ଘଣ୍ଟା ଲାଇନ ରେ ଠିଆ ହେବାପରେ ମଧ୍ୟ ଲୋକଙ୍କ ମୁହଁରେ ନୂଆ ଫୋନ ପାଇବାର ଖୁସି ସ୍ପଷ୍ଟଭାବେ ଝଲସି ଉଠୁଛି |
