Social media : ସ୍କୁଲ ପରିସରରେ ଡାନ୍ସ ଭିଡିଓ ଭାଇରାଲ, ଆୟୋଜକଙ୍କ ଭୂମିକା ଯାଞ୍ଚ
ସୋସିଆଲ ମିଡିଆରେ ଭାଇରାଲ ହେଉଛି ସ୍କୁଲ ଛାତ୍ରଛାତ୍ରୀଙ୍କ ଡାନ୍ସର ଭିଡିଓ | ବିହାରର ବିଭିନ୍ନ ଜିଲ୍ଲାର ସରକାରୀ ସ୍କୁଲରୁ ସାମ୍ନାକୁ ଆସୁଥିବା ଡାନ୍ସ ଓ ମନୋରଞ୍ଜନ କାର୍ଯ୍ୟକ୍ରମର ଭିଡିଓକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏଭଳି ଭିଡିଓରେ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ସାମ୍ନାରେ ଡାନ୍ସ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଛି ସ୍କୁଲ ଛାତ୍ରଛାତ୍ରୀଙ୍କ ଡାନ୍ସର ଭିଡିଓ | ବିହାରର ବିଭିନ୍ନ ଜିଲ୍ଲାର ସରକାରୀ ସ୍କୁଲରୁ ସାମ୍ନାକୁ ଆସୁଥିବା ଡାନ୍ସ ଓ ମନୋରଞ୍ଜନ କାର୍ଯ୍ୟକ୍ରମର ଭିଡିଓକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏଭଳି ଭିଡିଓରେ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ସାମ୍ନାରେ ଡାନ୍ସ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ପାଟନାରୁ ସାମ୍ନାକୁ ଆସିଥିବା ଏକ ଭିଡିଓରେ କିଛି ଛାତ୍ରଛାତ୍ରୀ ପୁରୁଷମାନଙ୍କ ସାମ୍ନାରେ ହାତ ଉଠାଇ ଡାନ୍ସ କରୁଥିବା ନଜର ଆସୁଛନ୍ତି । ସେଠାରେ ପୁରୁଷମାନେ ଛାତ୍ରଛାତ୍ରୀଙ୍କ ଡାନ୍ସ ଦେଖି ଖାଦ୍ୟ ଖାଇବା ଭିଡିଓରେ ଦେଖାଯାଉଛି | ଭିଡିଓଟି ସାମ୍ନାକୁ ଆସିବା ପରେ ସ୍କୁଲ ପରିସରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଓ ଏଥିପାଇଁ ଅନୁମତି ଦିଆଯିବାକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠୁଛି । ଏହି ଘଟଣାକୁ ନେଇ ସ୍କୁଲରେ ଆୟୋଜିତ ସାଂସ୍କୃତିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ସମୟରେ ପିଲାମାନଙ୍କ ସୁରକ୍ଷା ଓ ତଦାରଖ ପାଇଁ କିଭଳି ବ୍ୟବସ୍ଥା ରହିବା ଉଚିତ, ସେନେଇ ମଧ୍ୟ ଆଲୋଚନା ହେଉଛି । ବିଶେଷକରି ନାବାଳକ-ନାବାଳିକାଙ୍କ ଉପସ୍ଥିତି ଥିବା କାର୍ଯ୍ୟକ୍ରମରେ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟିର ଦାୟିତ୍ୱକୁ ନେଇ ଲୋକଙ୍କ ପ୍ରଶ୍ନ ପଚାରିଛନ୍ତି । ବିହାରର ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ସ୍କୁଲ ପରିସରରେ ଡାନ୍ସ କାର୍ଯ୍ୟକ୍ରମ ସହ ଜଡ଼ିତ ଭିଡିଓ ସାମ୍ନାକୁ ଆସିବା ପରେ କେତେକ ମାମଲାରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଖବର ମିଳିଛି । ଏଭଳି ମାମଲାରେ ସମ୍ପୃକ୍ତ ସ୍କୁଲ ପରିଚାଳନା ଓ କାର୍ଯ୍ୟକ୍ରମ ଆୟୋଜକଙ୍କ ଭୂମିକାର ଯାଞ୍ଚ କରାଯାଉଛି । ଏହା ସହିତ ଭିଡିଓଟି କେବେ ଓ କେଉଁ କାର୍ଯ୍ୟକ୍ରମ ସମୟରେ ରେକର୍ଡ ହୋଇଥିଲା, ଏଥିରେ ଦେଖାଯାଉଥିବା ସମସ୍ତ ବ୍ୟକ୍ତିଙ୍କ ପରିଚୟ ଏବଂ କାର୍ଯ୍ୟକ୍ରମ ଆୟୋଜନର ସମ୍ପୂର୍ଣ୍ଣ ପରିସ୍ଥିତି ପୋଲିସ ତଦନ୍ତ କରୁଛି |
