ବିବାହ ସପିଂ ନାଁରେ କେତନଙ୍କଠୁ କୋଟିଏ ନେଇଥିଲା ସିୟା
ବିବାହ ସପିଂ ନାଁରେ କେତନଠୁ କୋଟିଏ ଟଙ୍କା ନେଇଥିଲା ସିୟା। ହେଲେ ଏ ଟଙ୍କାରେ ସପିଂ କଲାନି। ବରଂ ସବୁତକ ଟଙ୍କା ପ୍ରେମିକ ଚେତନ ଚୌଧୁରୀକୁ ଦେଇଥିଲା। କେତନ-ସିୟାଙ୍କ ବାଲିରେ ହୋଇଥିବା ପ୍ରିଓ୍ୱେଡିଂ ଟ୍ରିପ ପାଇଁ ଜୁନ୍ ୬ରେ ସେମାନଙ୍କୁ ଏୟାରପୋର୍ଟ ଛାଡ଼ିଥିବା କ୍ୟାବ୍ ଡ୍ରାଇଭର ପାସପୋର୍ଟ ଗାଏବ ବାବଦରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।ଜୁନ୍ ୧୮ରେ ପାଣି ପିଇବା ବାହାନାରେ ଜୋତାର ଲେସ୍ ବାନ୍ଧିବା ବେଳେ ଚେତନକୁ ଇସାରା ଦେଇଥିଲା ସିୟା। ଆଉ ପଛରୁ ଆସୁଥିବା ଚେତନ ଧକ୍କା ଦେଇ ଖାଇକୁ ଠେଲିଦେଲା।

କେତନ ଅଗ୍ରଓ୍ୱାଲଙ୍କଠୁ କୋଟିଏ ଟଙ୍କା ନେଇ ଚେତନକୁ ଦେଇଥିଲା ସିୟା। କ୍ୟାବ ଡ୍ରାଇଭର କଲା ବଡ଼ ଖୁଲାସା। ବିବାହ ସପିଂ ନାଁରେ କେତନଠୁ କୋଟିଏ ଟଙ୍କା ନେଇଥିଲା ସିୟା। ହେଲେ ଏ ଟଙ୍କାରେ ସପିଂ କଲାନି। ବରଂ ସବୁତକ ଟଙ୍କା ପ୍ରେମିକ ଚେତନ ଚୌଧୁରୀକୁ ଦେଇଥିଲା। କେତନ-ସିୟାଙ୍କ ବାଲିରେ ହୋଇଥିବା ପ୍ରିଓ୍ୱେଡିଂ ଟ୍ରିପ ପାଇଁ ଜୁନ୍ ୬ରେ ସେମାନଙ୍କୁ ଏୟାରପୋର୍ଟ ଛାଡ଼ିଥିବା କ୍ୟାବ୍ ଡ୍ରାଇଭର ବୈଭବ ଜାଧବ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସିୟା ବାଲି ଯିବାକୁ ଚାହୁଁନଥିଲେ। ରାସ୍ତାରେ ନିଜ ଭାଇ ସାହିଲ ସହ କୌଣସି କଥାକୁ ନେଇ ବଚସା ହୋଇଥିଲା। ବୈଭବ କହିଛନ୍ତି, କିଛି ସମୟ ପରେ ଗାଡ଼ି ଗୋଟିଏ ଜାଗାରେ ରହିଥିଲା। ସେଠାରେ ଆଉ ୪ ଜଣ ଗାଡ଼ିରେ ଚଢ଼ିଥିଲେ। ଏହା ପରେ ଗାଡ଼ି ଫୁଡକୋର୍ଟରେ ରହିଥିଲା। ସମସ୍ତେ ଖିଆପିଆ ସାରିବା ପରେ ଚାଲିଗଲେ। କିଛି ସମୟ ପରେ ସିୟା ଆସିଲେ। ଗାଡ଼ିରୁ କିଛି ସାମଗ୍ରୀ ବାହାର କରି ନିଜ ଜୋତାରେ ଲୁଚାଇ ପଳାଇଲେ। ବୈଭବଙ୍କ କହିବା କଥା, ସେ ସମସ୍ତଙ୍କୁ ଏୟାରପୋର୍ଟରେ ଛାଡ଼ିଥିଲେ। ପରେ କଲ୍ ଆସିଲା ଯେ, କେତନଙ୍କ ପାସପୋର୍ଟ କ୍ୟାବରେ ରହିଗଲା। ଏହା ଶୁଣି ସେ ଏୟାରପୋର୍ଟକୁ ଗଲେ। ଗାଡ଼ିରେ ଖୋଜିବା ସତ୍ତ୍ୱେ ବି ପାସପୋର୍ଟ ମିଳିନଥିଲା। ଏଥିରୁ ସ୍ପଷ୍ଟ କେତନଙ୍କ ପାସପୋର୍ଟ ଜାଣିଶୁଣି ଗାଏବ କରିଦେଇଥିଲା ସିୟା। ସେପଟେ ସିୟା ଗୋଏଲଙ୍କ ଓକିଲ ବିପୁଲ ଦୁସିଂ କହିଛନ୍ତି, ମାମଲା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। କୌଣସି ନିଷ୍କର୍ସରେ ପହଞ୍ଚିବା ଉଚିତ ହେବନି। ସେପଟେ ସିୟାଙ୍କ ଭାଇ ସାହିଲ ଆରୋପ ଲଦିଛନ୍ତି ଯେ, ଆଶୁତୋଷ ଶ୍ରୀବାସ୍ତବ ନାଁରେ ଜଣେ ଓକିଲ ତାଙ୍କ ଉପରେ ଚାପ ପକାଉଛନ୍ତି। ମାମଲାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଆଶୁତୋଷ ତାଙ୍କ କେସ୍ ଲଢ଼ୁନାହାନ୍ତି। ସିୟାଙ୍କ ଓକିଲ ବୋଲି ନିଜକୁ କହୁଥିଲେ ଆଶୁତୋଷ। ପୁଲିସ ଏ ମାମଲାରେ ଆଉ ୩ଟି ଦାବି କରିଛି। ଘଟଣାର ଦିନକ ଆଗରୁ ସିୟା ଓ ଚେତନ ପୁଣେର ଲୁଲ୍ଲାନଗରରେ ଏକ କାଫେରେ ମର୍ଡର ପ୍ଲାନ୍ କରିଥିଲେ। ପୂର୍ବରୁ ଲୋହାଗଡ଼ ଦୁର୍ଗକୁ ଯାଇ କେଉଁଠି ହତ୍ୟା କରିବୁ, ଲୋକେସନ ଚିହ୍ନଟ କରି ରିହର୍ସଲ କରିଥିଲେ। ପୁଲିସ ମୁତାବକ, ପୁଣେରୁ ପ୍ରାୟ ୯୦ କିଲୋମିଟର ଦୂର ଲୋହାଗଡ଼ ଯାଏ ସ୍କୁଟରରେ ଯାଇଥିଲା ଚେତନ। କାର ବି ବ୍ୟବହାର କଲାନି। କାରଣ ଟୋଲଗେଟରେ କାର ରେକର୍ଡ ରହିବ। ପୁଲିସ ସେ ସ୍କୁଟରକୁ ଜବତ କରିସାରିଛି। ଚେତନ ହୁଡ୍ଡି ପିନ୍ଧି ଦୁର୍ଗକୁ ଚଢ଼ିଥିଲା। ସେଠାରେ ପହଞ୍ଚିବା ପରେ ଓହ୍ଲାଇଦେଇଥିଲା। ଆଉ କଳା ଟି-ସାର୍ଟ ପିନ୍ଧିଲା। ମର୍ଡର ପରେ ପୁଣି ହୁଡ୍ଡି ପିନ୍ଧି ସ୍କୁଟରରେ ପୁଣେ ଫେରିଯାଇଥିଲା। ଜୁନ୍ ୧୮ରେ ପାଣି ପିଇବା ବାହାନାରେ ଜୋତାର ଲେସ୍ ବାନ୍ଧିବା ବେଳେ ଚେତନକୁ ଇସାରା ଦେଇଥିଲା ସିୟା। ଆଉ ପଛରୁ ଆସୁଥିବା ଚେତନ ଧକ୍କା ଦେଇ ଖାଇକୁ ଠେଲିଦେଲା। ଚେତନ ପଡ଼ିବା ବେଳେ ସିୟାକୁ ଧରିପାରିନଥିଲେ। କାରଣ ସିୟା ବସିପଡ଼ିଥିଲେ। କେତନଙ୍କୁ ମାରିବାର ଦିନକ ଆଗରୁ ଜୁନ୍ ୧୭ରେ ସିୟା ଓ ଚେତନ ପୁଣେର କୋଢଓ୍ୱାଁ ଏରିଆର ଏକ କାଫେକୁ ଯାଇଥିଲେ।
