Hanuman Ansh Singer Eye Treatment:ହନୁମାନ ଅଂଶର ସିଙ୍ଗରଙ୍କ ଆଖିର ହେବ ଚିକିତ୍ସା
୨ କୋଟି ବଜେଟରେ ହୋଇଥିବା ହନୁମାନ ଅଂଶ ଫିଲ୍ମ ବକ୍ସ ଅଫିସରେ ଅଭୁତ ସଫଳତା ହାସଲ କରିଛି | ଫିଲ୍ମରେ ଦୃଷ୍ଟିହୀନ ସିଙ୍ଗର ସୁନୀଲ ଲୋଧିଙ୍କ ଗୀତ " ମେନେ ତେରେ ହିଁ ଭରୋସେ " ଭାଇରାଲ ହୋଇଛି ,ଯାହାଦ୍ୱାରା ଇଣ୍ଟେରନେଟରେ ସେନ୍ସେସନ ପାଲଟିଛନ୍ତି |

୨ କୋଟି ବଜେଟରେ ହୋଇଥିବା ହନୁମାନ ଅଂଶ ଫିଲ୍ମ ବକ୍ସ ଅଫିସରେ ଅଭୁତ ସଫଳତା ହାସଲ କରିଛି | ଫିଲ୍ମରେ ଦୃଷ୍ଟିହୀନ ସିଙ୍ଗର ସୁନୀଲ ଲୋଧିଙ୍କ ଗୀତ " ମେନେ ତେରେ ହିଁ ଭରୋସେ " ଭାଇରାଲ ହୋଇଛି ,ଯାହାଦ୍ୱାରା ଇଣ୍ଟେରନେଟରେ ସେନ୍ସେସନ ପାଲଟିଛନ୍ତି | ୨ କୋଟିରେ ତିଆରି ହୋଇଥିବା ହନୁମାନ ଅଂଶ ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଛି | ନିମ କରୋଲି ବାବା ଙ୍କ ଜୀବନ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ କାମ କରିବା ସମସ୍ତ ଲୋକଙ୍କୁ ଷ୍ଟାର କରି ଦେଇଛି | ନିର୍ଦ୍ଦେଶକ ବିଶାଲ ଚତୁର୍ବେଦି, ଲିଡ଼ ଅଭିନେତା ସୋଭିନଵ ସତ୍ୟ, ସିଙ୍ଗର ସାଧୁ ତିବାରୀ ଓ ପ୍ରଯୋଜକ ଅନୁପ୍ରିୟା ନାଗରଙ୍କ ସବୁଠି ଚର୍ଚ୍ଚିତ ହେଉଛନ୍ତି | ସେମାନଙ୍କ ମଧ୍ୟରୁ, ଏକ ଉଲ୍ଲେଖନୀୟ ନାମ ହେଉଛି ଦୃଷ୍ଟିହୀନ ଗାୟକ ସୁନୀଲ ଲୋଧି | ସେ ଜଣେ ଷ୍ଟାର ହୋଇ ଯାଇଛନ୍ତି | ଫିଲ୍ମରେ ଥିବା ତାଙ୍କର ଗୀତ " ମେନେ ତେରେ ହିଁ ଭରୋସେ " ଖୁବ ଭାଇରାଲ ହୋଇଛି | ଏହି ଗୀତ ସୁନୀଲକୁ ଖୁବ ଖ୍ୟାତି ଦେଉଛି | ହାତରେ ତମ୍ବୁରା ଧରି ଗୀତ ଗାଉଥିବା ସୁନୀଲ ଇଣ୍ଟରନେଟରେ ସେନ୍ସେସନ ପାଲଟିଛନ୍ତି | ଯଦିଓ ସେ ଦେଖିପାରନ୍ତି ନାହିଁ , କିନ୍ତୁ ତାଙ୍କ ସ୍ୱରର ଯାଦୁ ସବୁଆଡେ ଶୁଣିବାକୁ ମିଳୁଛି | ତାଙ୍କୁ ଗୀତକୁ ଦେଖି ବଲିଉଡରୁ ତାଙ୍କୁ ଗାଇବାର ସୁଯୋଗ ମିଳୁଛି | ଏହି ମଧ୍ୟରେ ଏକ ଖୁସିର ଖବର ଆସିଛି , ତାଙ୍କ ଆଖିର ଚିକିତ୍ସା କରିବା ପାଇଁ ପଦକ୍ଷେପ ନିଆଯାଉଛି | ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ସୁନୀଲଙ୍କ ଆଖିର ଚିକିତ୍ସା କରାଇବାକୁ ଘୋଷଣା କରିଛନ୍ତି। ଏଥିସହ ସେ ଗାୟକ ସୁନୀଲଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି। ସୁନୀଲ ଇନ୍ଷ୍ଟାଗ୍ରାମରେ ଅନେକ ମନ୍ତ୍ରୀ ଓ ବିଧାୟକଙ୍କ ସହ ତାଙ୍କର ସାକ୍ଷାତକାରର ଭିଡିଓ ପୋଷ୍ଟ କରିଛନ୍ତି । ସମସ୍ତେ ତାଙ୍କ ଗୀତକୁ ଏବଂ ସ୍ୱରକୁ ପ୍ରୋତ୍ସାହିତ କରୁଛନ୍ତି | ସୁନୀଲ ଇନ୍ଷ୍ଟାରେ ମନ୍ତ୍ରୀ ଓ ବିଧାୟକଙ୍କ ସହ ସାକ୍ଷାତ କରିଥିବାର ଭିଡିଓ ପୋଷ୍ଟ କରିଛନ୍ତି | ସିଙ୍ଗର ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସିହୋରର ନେତା ବିକାଶ ପ୍ରିନ୍ସ ରାଥୋଡ ତାଙ୍କୁ ସମ୍ନାନିତ କରିଥିବାର ଦେଖିବାକୁ ମିଳିଥିଲା | ଅନ୍ୟ ଏକ ଭିଡିଓରେ ଇନ୍ଦୋରର ବିଧାୟକ ମହାଦେବ ମଧୁ ବର୍ମାଙ୍କ ସହ ଭିଡିଓ କଲରେ କଥା ହେବାର ଦେଖା ଯାଇଥିଲା | ବିଧାୟକ ତାଙ୍କ ଗୀତର ତାରିଫ୍ କରିଥିଲେ |
