ଚାକିରୀରୁ ବିବାଦରୁ ମର୍ଡର କରି ନେଲା ପ୍ରତିଶୋଧ
ଚାକିରୀରୁ ତଡ଼ା ଖାଇବା ପରେ ବି ସୋରୁମକୁ ସୋନୁର ଯିବାଆସିବା ଲାଗିଥିଲା। ସେ କର୍ମଚାରୀ ଓ ପୁରା ମାହୋଲ ସହ ବେଶ୍ ପରିଚିତ ଥିଲା। ଏହାର ଫାଏଦା ଉଠାଇଥିଲା ସୋନୁ।ଚାକିରୀରୁ ତଡ଼ା ଖାଇବାରୁ ପ୍ରତିଶୋଧ ନିଆଁରେ ସୋରୁମ ମ୍ୟାନେଜରକୁ ମର୍ଡର।

ଦରଭଙ୍ଗା ସୋରୁମ ମର୍ଡର ମାମଲାର ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିବାକୁ ସକ୍ଷମ ହୋଇଛି ପୁଲିସ। ଚାକିରୀରୁ ବାହାର କରିବା ରାଗରେ ପ୍ରତିଶୋଧରୁ ଏହି ହତ୍ୟାକାଣ୍ଡ ଘଟିଛି। ସୋରୁମ ମ୍ୟାନେଜର ଫୈଜ ଅହମଦଙ୍କୁ ହତ୍ୟା କରିଛି ସୋନୁ ପାଶଓ୍ୱାନ। ୟାମାହା ସୋରୁମର ମ୍ୟାନେଜର ଫୈଜ ଅହମଦଙ୍କ ଅଭିଯୋଗରୁ ସୋନୁର ଚାକିରୀ ଚାଲିଯାଇଥିଲା। ଏଥିରେ ପ୍ରତିଶୋଧପରାୟଣ ସାଦି ଅହମଦଙ୍କୁ ହତ୍ୟା କରିଛି ସୋନୁ। ବାଇକର ସାକରରେ ଆକ୍ରମଣ କରି ହତ୍ୟା କରିଛି ସୋନୁ। ସିସିଟିଭି ଫୁଟେଜ ଓ ଟେକ୍ନିକ ତଦନ୍ତ ଆଧାରରେ ଗିରଫ କରିଛି ପୁଲିସ। ସୋନୁର କହିବା ମୁତାବକ ମୃତକଙ୍କ ମୋବାଇଲ ଓ ସ୍କୁଟିକୁ ଜବତ କରିଛି ପୁଲିସ। ସୋନୁ ଆଗ ଏହି ୟାମା ସୋରୁମରେ କାମ କରୁଥିଲା। ଯେଉଁଠି ଫୈଜ ମ୍ୟାନେଜର ଥିଲେ। କିଛି ମାସ ତଳେ ଫୈଜଙ୍କ ଅଭିଯୋଗକ୍ରମେ ସୋରୁମ ମାଲିକ ସୋନୁକୁ ଚାକିରୀରୁ ବାହାର କରିଦେଇଥିଲେ। ଆଉ ଫୈଜ ଉପରେ ପ୍ରତିଶୋଧ ନେବାକୁ ପଣ କରିସାରିଥିଲା ସୋନୁ। ତେବେ ଚାକିରୀରୁ ତଡ଼ା ଖାଇବା ପରେ ବି ସୋରୁମକୁ ସୋନୁର ଯିବାଆସିବା ଲାଗିଥିଲା। ସେ କର୍ମଚାରୀ ଓ ପୁରା ମାହୋଲ ସହ ବେଶ୍ ପରିଚିତ ଥିଲା। ଏହାର ଫାଏଦା ଉଠାଇଥିଲା ସୋନୁ। ଘଟଣାଦିନ ସୋରୁମ ପହଞ୍ଚିଥିସା ସୋନୁ। କିଛି ସମୟ ଯାଏ ସ୍ୱାଭାବିକ ଭାବେ ବସିରହିଲା। ଏହା ପରେ ଅଚାନକ ଏକ ବାଇକର ସକରକୁ ଉଠାଇ ଅହମଦଙ୍କ ଉପରେ ଆକ୍ରମଣ କଲା। ଆକ୍ରମଣ ଏତେ ଅଚାନକ ଥିଲା କି, ମୁକାବିଲା ଲାଗି ମଉକା ମିଳିନଥିଲା। ଗମ୍ଭୀର ଆଘାତରୁ ଘଟଣାସ୍ଥଳରେ ହିଁ ଅହମଦଙ୍କ ମୃତ୍ୟୁ ହୋଇଗଲା। ଏହା ପରେ ଅହମଦର ଫୋନ ନେଇ ଅହମଦଙ୍କ ସ୍କୁଟିରେ ଫେରାର୍ ହୋଇଗଲା। ଏପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ଦିବାଲୋକରେ ଏଭଳି ନୃଶଂସ ହତ୍ୟାକାଣ୍ଡକୁ ନେଇ ଲୋକଙ୍କ ଭିତରେ ଆକ୍ରୋଶ ତେଜିଥିଲା। ଗିରଫଦାରି ଦାବିରେ ବିଳମ୍ୱିତ ରାତି ଯାଏ ଲୋକେ ରାସ୍ତାରୋକ ସହ ଆନ୍ଦୋଳନ କରିଥିଲେ।
