Gajapati district : ମହିଳାଙ୍କ ଅନ୍ତରଙ୍ଗ ଭିଡ଼ିଓ ଭାଇରାଲ କରି ଗିରଫ
ଗଜପତି ଜିଲ୍ଲାର ମହିଳା ବନ୍ଧୁଙ୍କ ଅନ୍ତରଙ୍ଗ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ସାଇବର ଥାନା ପୋଲିସ ଗିରଫ କରିଛି ।
ମହିଳା ବନ୍ଧୁଙ୍କ ଅନ୍ତରଙ୍ଗ ଭିଡିଓ ଓ ଫଟୋ ଭାଇରାଲ ଅଭିଯୋଗରେ ଯୁବକ ଗିରଫ | ଘଟଣାଟି ଗଜପତି ଜିଲ୍ଲାର ମହିଳା ବନ୍ଧୁଙ୍କ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ସାଇବର ଥାନା ପୋଲିସ ଗିରଫ କରିଛି । ଗିରଫ ଯୁବକ ହେଲେ ବାଲେଶ୍ୱର ଜିଲ୍ଲା ନୂଆପୁର ଗାଁର ଭରତ ମହାରଣା । ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ଗଜପତି ଜିଲ୍ଲା ରାମଗିରି ଅଞ୍ଚଳର ଜଣେ ଯୁବତୀ ଚେନ୍ନାଇର ଏକ ସପିଙ୍ଗ ମଲରେ କାମ କରୁଥିଲେ । ସେଠାରେ ତାଙ୍କର ଭରତଙ୍କ ସହ ପରିଚୟ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା । ଏହି ସମୟରେ ଉଭୟଙ୍କ କିଛି ଅନ୍ତରଙ୍ଗ ଫଟୋ ଓ ଭିଡିଓ ରେକର୍ଡ ହୋଇଥିବା ଅଭିଯୋଗ ହୋଇଛି । ପରେ ଭରତ ଏହି ଫଟୋ ଓ ଭିଡିଓକୁ ଯୁବତୀଙ୍କ ଅନୁମତି ବିନା ଇନଷ୍ଟାଗ୍ରାମରେ ଭାଇରାଲ କରିଥିବା ନେଇ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଭରତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସାଇବର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
