୪ ମାସ ତଳେ ଭଉଣୀର ଲଭମ୍ୟାରେଜ- ଭିଣୋଇକୁ ଗୁଳି
କାରକୁ ଅଟକାଇଥିଲେ ଶାଳକ। ଭଉଣୀକୁ ସାଙ୍ଗରେ ଘରକୁ ନେବାକୁ କହିଲେ। କିନ୍ତୁ ସାଙ୍ଗରେ ଯିବାକୁ ମନା କରିବାରୁ ଏ କଥାକୁ ନେଇ ଶିବକୁମାର ଓ ତାଙ୍କ ଶାଳକ ମଞ୍ଜିତଙ୍କ ଭିତରେ କଥା କଟାକଟି ହୋଇଥିଲା। ଆକାଙ୍କ୍ଷାକୁ ରାଗରେ କାର୍ ଭିତରୁ ଟାଣିଥିଲା ମଞ୍ଜିତ।

୪ ମାସ ତଳେ ଲଭ ମ୍ୟାରେଜ୍ କରିଥିଲେ। ଆଉ କାଲି କାନପଟିକୁ ଗୁଳି କରି ମର୍ଡର କଲା ଶାଳକ। ପତ୍ନୀ ପୁଲିସ ପରୀକ୍ଷା ଦେବାକୁ ଶାମଲିରୁ ସାହାରନପୁର ଆସିଥିଲା ବେଳେ ସାଙ୍ଗରେ ଥିଲେ ପତି। ପରୀକ୍ଷା ସରିବା ପରେ ପତ୍ନୀ ଆକାଙ୍କ୍ଷା ସହ ଘରକୁ କାରରେ ଫେରୁଥିଲେ ଶିବକୁମାର। ଏତିକିବେଳେ କାରକୁ ଅଟକାଇଥିଲେ ଶାଳକ। ଭଉଣୀକୁ ସାଙ୍ଗରେ ଘରକୁ ନେବାକୁ କହିଲେ। କିନ୍ତୁ ସାଙ୍ଗରେ ଯିବାକୁ ମନା କରିବାରୁ ଏ କଥାକୁ ନେଇ ଶିବକୁମାର ଓ ତାଙ୍କ ଶାଳକ ମଞ୍ଜିତଙ୍କ ଭିତରେ କଥା କଟାକଟି ହୋଇଥିଲା। ଆକାଙ୍କ୍ଷାକୁ ରାଗରେ କାର୍ ଭିତରୁ ଟାଣିଥିଲା ମଞ୍ଜିତ। ଏତିକିବେଳେ ଅଣ୍ଟାରେ ଖୋସିଥିବା ପିସ୍ତଲରେ ଶିବର କାନମୁଣ୍ଡାକୁ ଗୁଳି କରିଥିଲା। ଆଉ ଘଟଣାସ୍ଥଳରେ ହିଁ ଟଳି ପଡିଲେ ଶିବ। ସାହାରନପୁରରେ ୨୪ ବର୍ଷୀୟ ଯୁବକ ଶିବକୁମାରକୁ ତାଙ୍କ ଶଳା ଓ ମାମୁଁ ଶ୍ୱଶୁର ମିଶିକି ମର୍ଡର କଲେ। ଶିବକୁମାର ଏମଏସସି-ଏଲଏଲବି କରିଛନ୍ତି। ମାର୍ଚ୍ଚ ୩ରେ ଏସଏସଏଫର ଚାକିରୀ ପାଇଁ ନିଯୁକ୍ତି ପତ୍ର ପାଇଥିଲେ। ହେଲେ ଚାକିରୀରେ ଜଏନ୍ କରିନଥିଲେ। ପତ୍ନୀ ଆକାଙ୍କ୍ଷାଙ୍କ କହିବା କଥା, ବିବାହ ପରଠୁ ପରିବାର ଲୋକେ ଶିବଙ୍କୁ ଲଗାତାର ଧମକ ଦେଉଥିଲେ। ଆକାଙ୍କ୍ଷା ବିଏ ଯାଏ ପଢ଼ିଛନ୍ତି। ସାହାରନପୁର ରାମପୁର ମନିହାରନର ଏକ ସେଣ୍ଟରରେ ପୁଲିସ ପରୀକ୍ଷା ଦେବାକୁ ଯାଇଥିଲେ। ଅଭିଯୁକ୍ତ ମଞ୍ଜିତ ଓ ତା ମାମୁଁକୁ ଗିରଫ କରିବାକୁ ପୁଲିସ ଟିମ୍ ଗଠନ କରିଛି।
