ଆସନ୍ତାକାଲି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ
ଆସନ୍ତାକାଲି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ । ପୂର୍ବାହ୍ନ ୧୧ଟାରେ ପୁରୀ ଟାଉନ ହଲରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ
ପୁରୀ: ଆସନ୍ତାକାଲି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ । ପୁରୀରେ ଆସନ୍ତାକାଲି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ । ପୂର୍ବାହ୍ନ ୧୧ଟାରେ ପୁରୀ ଟାଉନ ହଲରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହେବ। ରଥଯାତ୍ରାର ସୁପରିଚାଳନାକୁ କେନ୍ଦ୍ର କରି ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ। ମହାପ୍ରଭୁଙ୍କ ନୀତିକାନ୍ତିର ଶୃଙ୍ଖଳିତ ପାଳନ, ପାନୀୟଜଳ, ବିଦ୍ୟୁତ୍, ପରିମଳ, ଯାତାୟାତ ବ୍ୟବସ୍ଥା, ରଥକାଠ ଯୋଗାଣ ଓ ରଥ ନିର୍ମାଣ ଭଳି ବିଭିନ୍ନ ପ୍ରସ୍ତୁତି ଉପରେ ସମୀକ୍ଷା କରାଯିବ। ସେହିପରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଆଇନ-ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ରେଳବାଇ ସେବା ସମନ୍ୱୟ ଆଦି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ବିଶେଷକରି ପୂର୍ବବର୍ଷ ଦଳାଚକଟା ଘଟଣା ପରି ପୁନରାବୃତ୍ତି ନ ହେବାକୁ କିପରି ପ୍ରତିରୋଧ ନିଆଯିବ, ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ବୈଠକରେ ଜିଲ୍ଲା ପ୍ରଶାସନ, ପୋଲିସର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିବେ। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମଧ୍ୟ ବୈଠକରେ ଅଂଶଗ୍ରହଣ କରିବେ। ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଏହି ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଆଯିବ ।
