ଫିଫା ବିଶ୍ୱକପରେ ଇତିହାସ ରଚିଲେ ସରପ୍ରୀତ
ଅକଲ୍ୟାଣ୍ଡରେ ପଞ୍ଜାବୀ ମାତା ପିତାଙ୍କ ଘରେ ଜନ୍ମିତ ୨୭ ବର୍ଷର ସରପ୍ରୀତ୍ କେବଳ ବିଶ୍ୱକପରେ ପଦାର୍ପଣ କରିନାହାନ୍ତି। ବରଂ ପୁରା ମୁକାବିଲା ଖେଳି ନିଜର ଛାପ ବି ଛାଡ଼ିଲେ। ନ୍ୟୁଜିଲ୍ୟାଣ୍ଡର ମୁଖ୍ୟ କୋଚ୍ ଡେରେନ ବେଜଲେ ତାଙ୍କ ଉପରେ ଭରସା କରି ମୈଦାନକୁ ଓହ୍ଲାଇଥିଲେ। ୧୦ ନମ୍ୱର ଜର୍ସିରେ ଖେଳୁଥିବା ଏହି ମିଡଫିଲଡର ପୁରା ଆତ୍ମବିଶ୍ୱାସ ସହ ଖେଳିଥିଲେ।

ସରପ୍ରୀତ ସିଂ ରଚିଲେ ଇତିହାସ। ବିଶ୍ୱକପ୍ ମ୍ୟାଚର ଆରମ୍ଭ ଏକାଦଶରେ ନିଜ ସ୍ଥାନ ପକ୍କା କରିଥିବା ପ୍ରଥମ ଭାରତୀୟ ବଂଶୋଦ୍ଭବ ଫୁଟବଲର ସାଜିଲେ। ଇରାନ ବିରୁଦ୍ଧରେ ୨-୨ ଡ୍ର ମୁକାବିଲାରେ ସରପ୍ରୀତ୍ ନିଜର ବିଶ୍ୱକପ୍ ଡେବ୍ୟୁ କରିଲେ। ଆଉ ପ୍ରାୟ ପୁରା ମ୍ୟାଚ୍ ବି ଖେଳିଲେ। ଏହା ପୂର୍ବରୁ ଅଷ୍ଟ୍ରେଲିଆର ନିଶାନ ବେଲୁପଲ୍ଲୀ ବି ଭାରତୀୟ ମୂଳର ଖେଳାଳୀ ହିସାବରେ ଏହି ଟୁର୍ଣ୍ଣାମେଣ୍ଟରେ ପଦାର୍ପଣ କରିଥିଲେ। ସେ ତୁର୍କୀ ବିରୁଦ୍ଧରେ ୨-୦ରେ ଜିତ ହାସଲ କରିଥିବା ଟିମରେ ଖେଳିଥିଲେ। ଅବଶ୍ୟ ଆରମ୍ଭ ଏକାଦଶ ଟିମରେ ସେ ନଥିଲେ। ହେଲେ ୬୦ ମିନିଟରେ ତାଙ୍କୁ ବଦଳ ଖେଳାଳୀ ଭାବେ ମୈଦାନକୁ ଓହ୍ଲାଯାଇଥିଲା। ଏବେ ସରପ୍ରୀତଙ୍କ ଉପଲବ୍ଧି ଭାରତୀୟ ଫୁଟବଲ ପ୍ରେମୀଙ୍କ ଲାଗି ଗର୍ବର କ୍ଷଣ ପାଲଟିଛି। ନ୍ୟୁଜିଲ୍ୟାଣ୍ଡର ମିଡ୍ ଫିଲଡର ସରପ୍ରୀତ ଫିଫା ବିଶ୍ୱକପରେ ଏଭଳି ରଚିଥିବା ଇତିହାସକୁ ନେଇ ସମସ୍ତେ ଗର୍ବିତ। ଇରାନ ବିରୁଦ୍ଧରେ ନ୍ୟୁଜିଲ୍ୟାଣ୍ଡର ଗ୍ରୁପ ମ୍ୟାଚରେ ଏହି ଉପଲବ୍ଧି ହାସଲ କଲେ ସରପ୍ରୀତ। ଅକଲ୍ୟାଣ୍ଡରେ ପଞ୍ଜାବୀ ମାତା ପିତାଙ୍କ ଘରେ ଜନ୍ମିତ ୨୭ ବର୍ଷର ସରପ୍ରୀତ୍ କେବଳ ବିଶ୍ୱକପରେ ପଦାର୍ପଣ କରିନାହାନ୍ତି। ବରଂ ପୁରା ମୁକାବିଲା ଖେଳି ନିଜର ଛାପ ବି ଛାଡ଼ିଲେ। ନ୍ୟୁଜିଲ୍ୟାଣ୍ଡର ମୁଖ୍ୟ କୋଚ୍ ଡେରେନ ବେଜଲେ ତାଙ୍କ ଉପରେ ଭରସା କରି ମୈଦାନକୁ ଓହ୍ଲାଇଥିଲେ। ୧୦ ନମ୍ୱର ଜର୍ସିରେ ଖେଳୁଥିବା ଏହି ମିଡଫିଲଡର ପୁରା ଆତ୍ମବିଶ୍ୱାସ ସହ ଖେଳିଥିଲେ। ଇରାନ ଗୋଲପୋଷ୍ଟକୁ ୩ଥର ଟାର୍ଗେଟ କରିବାକୁ ପ୍ରୟାସ କରିଥିଲେ। ହେଲେ ଗୋଲ୍ ଦେଇପାରିନଥିଲେ। ୯୦ ମିନିଟରେ ତାଙ୍କ ଜାଗାରେ ଆଉ ଜଣେ ଖେଳାଳୀଙ୍କୁ ବଦଳ କରାଗଲା। ସରପ୍ରୀତଙ୍କ କାହାଣୀ ବି ବେଶ୍ ରୋଚକ। ୨୦୧୭ ଓ ୨୦୧୯ ଫିଫା ଅଣ୍ଡର-୨୦ ବିଶ୍ୱକପରେ ସେ ନ୍ୟୁଜିଲ୍ୟାଣ୍ଡର ପ୍ରତିନିଧିତ୍ୱ କରିଥିଲେ। କ୍ଲବ ଫୁଟବଲରେ ସେ ଯୁରୋପରେ ନିଜ ପରିଚୟ ସୃଷ୍ଟି କରିଥିଲେ। ଆଉ ଏବେ ଫିଫା ବିଶ୍ୱକପର ସବୁଠୁ ବଡ଼ ମଞ୍ଚରେ ଭାରତୀୟ ମୂଳ ଭାବେ ନିଜର ଛାପକୁ ନୂଆ ଉଚ୍ଚତାକୁ ଛାଡ଼ିଛନ୍ତି। ବିଶ୍ୱକପ ଇତିହାସରେ ଭାରତୀୟ ମୂଳର ଏକମାତ୍ର ଖେଳାଳୀଙ୍କୁ ଖେଳିବାକୁ ମଉକା ମିଳିଥିଲା। ଫ୍ରାନ୍ସର ବିକାଶ ଦୋରାସୁ ୨୦୦୬ ବିଶ୍ୱକପରେ ଦୁଇଟି ଗ୍ରୁପ ମ୍ୟାଚ୍ ଖେଳିଥିଲେ। କିନ୍ତୁ ପ୍ରାରମ୍ଭିକ ଏକାଦଶ ଟିମରେ ସେ ନଥିଲେ। ଏବେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମୂଳର ଆଉ କିଛି ଖେଳାଳୀ ବି ଇତିହାସ ସୃଷ୍ଟି କରିବା ରାସ୍ତାରେ। କାଙ୍ଗୋର ସାମୁଏଲ ମୁତୌସାମି ଓ କତାରର ତମିମ ମହମ୍ମଦ ଜମିଲଙ୍କୁ ବି ମୈଦାନକୁ ଓହ୍ଲାଇବାର ସୁଯୋଗ ମିଳିପାରେ। ସରପ୍ରୀତଙ୍କ ଏହି ଉପଲବ୍ଧି ଭାରତୀୟ ମୂଳଙ୍କ ପ୍ରତିଭାର ପରିଚୟ ପୁରା ଦୁନିଆକୁ ଫୁଟବଲ ଜଗତରେ ଦେଉଛି।
